Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Cold Wave / ପ୍ରବଳ ଥଣ୍ଡା, କମ୍ବଳ ଭିତରୁ ବାହାରିବାକୁ ମନ ହେଉନି !

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
ପ୍ରବଳ ଥଣ୍ଡା, କମ୍ବଳ ଭିତରୁ ବାହାରିବାକୁ ମନ ହେଉନି !
Cold Wave

Key Points

ପଶ୍ଚିମାଝଡ଼ ପ୍ରଭାବରେ ୧୮ ତାରିଖରୁ ତାପମାତ୍ରା ବୃଦ୍ଧି ଘଟି ଶୀତରେ ବ୍ରେକ୍‌ ଲାଗିବା ସମ୍ଭାବନା ।

ପୁଣି କିଛି ଦିନର ବ୍ୟବଧାନରେ ଫେରିଛି ଶୀତ । ମାଇନସକୁ ଖସିଲା ଶିମିଳିପାଳର ପାରଦ । ସାରା ରାଜ୍ୟ ଅସହ୍ୟ ଶୀତରେ ଥରୁଛି । ପ୍ରବଳ ଶୀତ ଜାଡ଼ ଯୋଗୁଁ ଅସ୍ତବ୍ୟସ୍ତ ହୋଇ ପଡିଛି ଜନ ଜୀବନ । ସମଗ୍ର ମୟୁରଭଞ୍ଜ ଜିଲ୍ଲାରେ ଦିନ ତମାମ ଉତ୍ତରା ପବନ ପ୍ରବାହିତ ହେଉ ଥିବାରୁ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି । ଶୀତର ପ୍ରଭାବରେ ଲୋକେ ଦିନ ରାତି ଶୀତ ବସ୍ତ୍ର ଘୋଡାଇ ହୋଇ ରହୁଥିବା ବେଳେ ସକାଳ ଓ ସନ୍ଧ୍ୟା ସମୟରେ ଘଣ୍ଟା ଘଣ୍ଟା ଧରି ନିଆଁ ଜାଳି ପାଖରେ ବସି ରହୁଛନ୍ତି ।

ଗତ କାଲି ଶିମିଳିପାଳର ତାପମାତ୍ରା -୦୧ ଡିଗ୍ରୀ ସେଲସିୟସକୁ ଖସିଯାଇ ଥିବା ବେଳେ ଆଜି -୨ ଡିଗ୍ରୀ ରେକର୍ଡ କରାଯଇଛି । ସାରା ମୟୁରଭଞ୍ଜର ୨୬ଟି ବ୍ଲକ ମଧ୍ୟରୁ ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ପାଖା ପାଖି ରହୁଛି । ତେବେ ଶିମିଳିପାଳ ପାଦ ଦେଶରେ ଥିବା ଯଶିପୁର, ଶୁକୃଳି, ରରୁଆଁ, ଠାକୁରମୁଣ୍ଡା, କରଞ୍ଜିଆ, ବିଶୋଇ, ବାଙ୍ଗରିପୋଷୀ, ବାରିପଦା ପ୍ରଭୃତି ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଆଜି ଶିମିଳିପାଳର ସର୍ବନିମ୍ନ ତାପମାତ୍ରା -୧ ଡିଗ୍ରୀ ରେକର୍ଡ ହୋଇଛି ।

ତେବେ ଶିମିଳିପାଳର ଉପର-ବାରାକାମୁଡ଼ାରେ -୨ ଡିଗ୍ରୀ, ଚହଲା ୦୨ ଡିଗ୍ରୀ, ବରେହିପାଣି ୦୫ ଡିଗ୍ରୀ, ଗୁଡ଼ୁ ଗୁଡ଼ିଆ ୦୧ ଡିଗ୍ରୀ, ନଅଣା ୦୩ ଡିଗ୍ରୀ, ସାତକୋଶିଆ ୧୦ ଡିଗ୍ରୀ, ରାମତୀର୍ଥ ୦୯ ଡିଗ୍ରୀ ଏବଂ କିଆଝରି ଠାରେ ୧୧ ଡିଗ୍ରୀ ରେକର୍ଡ ହୋଇଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଗାମୀ ଦିନରେ ଅଧିକ ଥଣ୍ଡା ଅନୁଭୂତ ହେବାର ଅନୁମାନ କରାଯାଉଛି ।

ସେପଟେ ଝାରସୁଗୁଡ଼ାରେ ୬ ଡ଼ିଗ୍ରୀ ଛୁଇଁଲା ପାରଦ । ଆଜି ସକାଳ ୫ଟା ୩୦ରେ ଝାରସୁଗୁଡାରେ ୬.୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୨୪ ଘଣ୍ଟା ପାଇଁ ଶୀତ ଲହରୀ ନେଇ ୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ସେହିସବୁ ଜିଲ୍ଲା ଗୁଡ଼ିକ ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା । ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ କୌଣସି ବଡ଼ ଧରଣର ପରିବର୍ତ୍ତନର ସମ୍ଭାବନା ନାହିଁ । ଗତକାଲି ବିଭିନ୍ନ ସହରରେ ପାରଦ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଥିବା ବେଳେ ଆଗାମୀ ଦିନରେ ତାପମାତ୍ରା ଆହୁରି ନିମ୍ନଗାମୀ ହୋଇ ଶୀତ ଆହୁରି ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରାଯାଇଛି । ଏଭଳି ସ୍ଥିତିରେ ରାଜ୍ୟରେ ୧୭ ତାରିଖ ଯାଏଁ ଶୀତ ଜାରି ରହିବ । ହେଲେ ପଶ୍ଚିମାଝଡ଼ ପ୍ରଭାବରେ ୧୮ ତାରିଖରୁ ତାପମାତ୍ରା ବୃଦ୍ଧି ଘଟି ଶୀତରେ ବ୍ରେକ୍‌ ଲାଗିବା ସମ୍ଭାବନା ।

ଆସନ୍ତା ୨୪ ଘଣ୍ଟା ପାଇଁ ଶୀତ ଲହରୀ ନେଇଁ ୮ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ରହିଛି । ସେହିସବୁ ଜିଲ୍ଲା ଗୁଡ଼ିକ ହେଲା ଖୋର୍ଦ୍ଧା,କଟକ,କେନ୍ଦ୍ରାପଡ଼ା, ଜଗତସିଂହପୁର, ଅନୁଗୁଳ,ଢେଙ୍କାନାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା । ଏଥିସହ ଆସନ୍ତାକାଲି ପାଇଁ ଏହି ୮ ଟି ଜିଲ୍ଲାରେ ପ୍ରବଳ ଜାଡ଼ ହେବାର ସମ୍ଭାବନା ଥିବାରୁ ଜାରି ହୋଇଛି ୟେଲୋ ଓ୍ୱାର୍ଣ୍ଣିଂ। ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ କୌଣସି ବଡ଼ ଧରଣର ପରିବର୍ତ୍ତନର ସମ୍ଭାବନା ନଥିବାବେଳେ ଗତ ୨୪ ଘଣ୍ଟାରେ ସର୍ବନିମ୍ନ ତାପମାତ୍ରା ରାଉରକେଲା 6.6°C, ଝାରସୁଗୁଡା 7.8°C, କେନ୍ଦୁଝର 9.4°C, ସମ୍ବଲପୁର 11.6°C, ଭୁବନେଶ୍ୱର 11.8°C, ହୀରାକୁଦ 12.8°C ରେକର୍ଡ କରାଯାଇଥିଲା । ତାପରେ ଏହା ସାମାନ୍ୟ ବୃଦ୍ଧି ପାଇଥିଲା । ଝାରସୁଗୁଡା 6.8°C, କେନ୍ଦୁଝର 9.4°C, ଚାନ୍ଦବାଲି 12.2°C, ଭୁବନେଶ୍ୱର 12.4°C, ପାରାଦୀପ 12.4°C ରେକର୍ଡ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Cold Wave | It's so cold, I can't bear to get out of the blanket! | Argus News