Videos
|
Weather-calamities

School Closed / ପ୍ରବଳ ବର୍ଷା ପାଇଁ କାଲି ଜଗତସିଂହପୁରର ସବୁ ସ୍କୁଲ ବନ୍ଦ

Rashmita Mishra
Browse all articles by Rashmita Mishra
·1 hour ago·2 min read
ପ୍ରବଳ ବର୍ଷା ପାଇଁ କାଲି ଜଗତସିଂହପୁରର ସବୁ ସ୍କୁଲ ବନ୍ଦ
School Closed

Key Points

ପ୍ରବଳ ବର୍ଷା ପାଇଁ ଜଗତସିଂହପୁରରେ ସ୍କୁଲ ଛୁଟି । 
କାଲି ଜଗତସିଂହପୁରର ସବୁ ସ୍କୁଲ ବନ୍ଦ । 
ଲଗାଣ ବର୍ଷା ପାଇଁ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ । 
ଶିଶୁଙ୍କ ସୁରକ୍ଷା ପାଇଁ ପ୍ରଶାସନର ବଡ଼ ନିଷ୍ପତ୍ତି  । 

ଲଘୁଚାପର ଲଗାଣ ବର୍ଷା ମଧ୍ୟରେ ଜଗତସିଂହପୁର ଜିଲ୍ଲା ପ୍ରଶାସନର ବଡ଼ ପଦକ୍ଷେପ । ଛୋଟ ଶିଶୁଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଆସନ୍ତାକାଲି ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରବଳ ବର୍ଷାର ଆଶଙ୍କା, ପ୍ରଶାସନର ପୂର୍ବ ସତର୍କତା । ଜଗତସିଂହପୁର ଜିଲ୍ଲାରେ ଲଘୁଚାପ ଜନିତ ପରିସ୍ଥିତିକୁ ଦେଖି ସୋମବାର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି ।

ଲଘୁଚାପ ଜନିତ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନର ବଡ଼ ନିଷ୍ପତ୍ତି । ଆସନ୍ତାକାଲି ଅର୍ଥାତ୍ ଜୁଲାଇ ୨୭ ତାରିଖ ସୋମବାର ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରହିବ । ଏନେଇ କଲେକ୍ଟର ତଥା ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ସତର୍କ ସୂଚନା ଅନୁଯାୟୀ, ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଜଗତସିଂହପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଛୋଟ ଛୋଟ ଶିଶୁଙ୍କ ସୁରକ୍ଷା ପାଇଁ ପ୍ରଶାସନ ଏହି ନିଷ୍ପତ୍ତି ନେଇଛି ।

ଜିଲ୍ଲାପାଳଙ୍କ ଆଦେଶ ଅନୁସାରେ, ଜୁଲାଇ ୨୭ ତାରିଖ ସୋମବାର ଜଗତସିଂହପୁର ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ । ଏହି ନିର୍ଦ୍ଦେଶ ସମ୍ପର୍କରେ ICDS, ସ୍ୱତନ୍ତ୍ର ରିଲିଫ କମିଶନର, ସିଡିଓ, ସମସ୍ତ ବିଡିଓ, ତହସିଲଦାର ଏବଂ ସିଡିପିଓଙ୍କୁ ସୂଚନା ପଠାଯାଇଛି ।

ପାଣିପାଗର ସ୍ଥିତିକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ସମସ୍ତଙ୍କୁ ସତର୍କ ରହିବା ସହ ଆବଶ୍ୟକ ନ ହେଲେ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦେଇଛି ।
ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ। ବାଲେଶ୍ବର ଠାରୁ ୧୮୦ ଏବଂ ଚାନ୍ଦବାଲି ଠାରୁ ୧୭୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହା ଅଧିକ ଘନୀଭୂତ ହୋଇ ଉତ୍ତରପଶ୍ଚିମ ଦିଗକୁ ଗତି କରିବ । ଆଗାମୀ ୨୪ ଘଣ୍ଟାରେ ଗଭୀର ଅବପାତ ସମ୍ଭାବନା ରହିଛି । ଏହା ପରେ ଆସନ୍ତାକାଲି ପୂର୍ବାହ୍ନରୁ ମଧ୍ୟାହ୍ନ ମଧ୍ୟରେ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟବର୍ତ୍ତୀ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ।

ଅବପାତ ପ୍ରଭାବରେ ରାଜ୍ୟରେ ଆଗାମୀ ୪୮ ଘଣ୍ଟା ପ୍ରବଳ ବର୍ଷିବା ନେଇ ପୂର୍ବାନୁମାନ କରାଯାଇଛି। ଏଥି ସହିତ ଆଗାମୀ ଦୁଇଦିନ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। 

ରାଜ୍ୟବ୍ୟାପୀ ଆଜି ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। କେଉଁଠି ଲଗାଣ କେଉଁଠି ତୁହାକୁ ତୁହା। ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ରାଜ୍ୟର ୫ ଜିଲ୍ଲାକୁ ଛାଡି ବାକି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା। ଆଜି କେନ୍ଦୁଝର ଜିଲ୍ଲାରେ ଭୀଷଣରୁ ଅତି ଭୀଷଣ ବର୍ଷା ନେଇ ରେଡ ଆଲର୍ଟ ଜାରି କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored