Flash Flood / ପ୍ରବଳ ବର୍ଷା ଯୋଗୁଁ ଜମ୍ମୁ-କାଶ୍ମୀରର ଫ୍ଲାସ ଫ୍ଲଡ: ଜଣେ ମହିଳା ନିଖୋଜ

Key Points
ପ୍ରବଳ ବର୍ଷା ଯୋଗୁଁ ରାଜୌରୀରେ ଫ୍ଲାସ ଫ୍ଲଡ
ସ୍ଥାନୀୟ ଲକୋଙ୍କୁ ସୁରକ୍ଷିତ ଅଞ୍ଚଳକୁ କରାଗଲା ସ୍ଥାନାନ୍ତର
ରାଜୌରୀ ସହରର କେତେକ ଅଞ୍ଚଳରେ ପଶିଲା ବନ୍ୟାପାଣି
ଜୁଲାଇ ୨୩ ପର୍ଯ୍ୟନ୍ତ ସମଗ୍ର ଜମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ଚେତାବନୀ
ପ୍ରବଳ ବର୍ଷା ଯୋଗୁଁ ଜମ୍ମୁ-କାଶ୍ମୀରର ରାଜୌରୀରେ ଫ୍ଲାସ ଫ୍ଲଡ । ଆଜି ସକାଳେ ଜମ୍ମୁ ଏବଂ କାଶ୍ମୀରର ରାଜୌରୀ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁ ଫ୍ଲାସ୍ ଫ୍ଲଡ୍ ପରିସ୍ଥିତି ସୃଷ୍ଟି ହୋଇଛି । ନଦୀଗୁଡ଼ିକ କୂଳ ଲଙ୍ଘି ତଳିଆ ଅଞ୍ଚଳକୁ ଜଳମଗ୍ନ କରିବା ପରେ ଶତାଧିକ ବାସିନ୍ଦା ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ବାଧ୍ୟ ହୋଇଛନ୍ତି ।
ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବା ପରେ ନୂଆ ବସ୍ ଷ୍ଟାଣ୍ଡ ସମେତ ରାଜୌରୀ ସହରର କେତେକ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିଛି । ଡଜନ ଡଜନ ଗାଡ଼ି ବନ୍ୟା ପାଣିରେ ଭାସି ଯାଇଛି । ପ୍ରଭାବିତ ପରିବାରଗୁଡ଼ିକୁ ଉଦ୍ଧାର କରିବା ଏବଂ କ୍ଷୟକ୍ଷତିର ଆକଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ସହାୟତାରେ ଉଦ୍ଧାର ଓ ସହାୟତା ଦଳ ନିୟୋଜିତ କରାଯାଇଛି ।
ଭାରତୀୟ ପାଣିପାଗ ବିଭାଗ ଜୁଲାଇ ୨୩ ପର୍ଯ୍ୟନ୍ତ ସମଗ୍ର ଜମ୍ମୁ-କାଶ୍ମୀରରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି। ଫ୍ଲାସ ଫ୍ଲଡରେ ଭାସିଯାଇ ଜଣେ ମହିଳା ନିଖୋଜ ଅଛନ୍ତି । ସେପଟେ ହିମାଚଳ ପ୍ରଦେଶକୁ ମଧ୍ୟ ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି ହୋଇଛି ।#WATCH राजौरी(जम्मू-कश्मीर): भारी बारिश के बाद अचानक आई बाढ़ गाड़ियों को बहा ले गई। pic.twitter.com/aKqAX0qnAy
— ANI_HindiNews (@AHindinews) July 19, 2026
ଜଳସ୍ତର ବୃଦ୍ଧି ପାଇବା ସହିତ, ପ୍ରାୟ ୨୦୦ ରୁ ୨୫୦ କାର ବନ୍ୟା ପାଣିରେ ଭାସି ଯାଇଛି । ଏହି ଘଟଣାର ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି । ଭିଡିଓରେ ପ୍ରକୃତି ଦ୍ଵାରା ହୋଇଥିବା କ୍ଷୟକ୍ଷତି ସ୍ପଷ୍ଟ ଭାବରେ ଦେଖାଯାଉଛି । ଅନେକ ଯାନବାହନ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି, ଏବଂ ସାତଟି ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ସ୍ଥାନୀୟ ବାସିନ୍ଦା ପ୍ରଶାସନକୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି । ସେମାନେ ରିପୋର୍ଟ କରିଛନ୍ତି ଯେ ବସ୍ ଷ୍ଟପ୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।
ଜଣେ ମହିଳା ମଧ୍ୟ ନିଖୋଜ ଅଛନ୍ତି
ବନ୍ୟା ପାଣି ସହରର ଅନେକ ଆବାସିକ ଅଞ୍ଚଳରେ ମଧ୍ୟ ପ୍ରବେଶ କରିଛି, ଯାହା ଫଳରେ ଘରର ଜିନିଷପତ୍ର କ୍ଷତିଗ୍ରସ୍ତ ହୋଇଛି ଏବଂ ବହୁତ ଆର୍ଥିକ କ୍ଷତି ହୋଇଛି । ବାସିନ୍ଦାମାନେ କହିଛନ୍ତି ଯେ ସେମାନଙ୍କର ସବୁକିଛି ଭାସି ଯାଇଛି, ସେମାନଙ୍କ ପାଖରେ କିଛି ନାହିଁ । ସେମାନେ କହିଛନ୍ତି ଯେ ମେଘ ଫାଟିବା ଯୋଗୁଁ ବନ୍ୟା ଘଟିଛି ଏବଂ ଏହା ୧୯୯୨ ପରେ ପ୍ରଥମ ଥର ପାଇଁ ଏପରି ବିପର୍ଯ୍ୟୟ । ବନ୍ୟା ପାଣିରେ ଜଣେ ମହିଳା ମଧ୍ୟ ନିଖୋଜ ଅଛନ୍ତି ।
#WATCH | J&K | Continuous heavy rainfall has triggered a flood-like situation across Rajouri district. Water has inundated several low-lying areas, causing disruption to normal life and raising concerns among residents.
— ANI (@ANI) July 19, 2026
The District Administration has urged people to avoid… pic.twitter.com/iMvFYtvNqk
📱 Get Argus News App
✨Related Topics
Explore more stories