Weather Update / କୋରାପୁଟରେ ସବୁଠୁ ଅଧିକ ତାପମାତ୍ରା 37 °C

Key Points
ଆସନ୍ତା ୪୮ ଘଣ୍ଟା ଯାଏଁ ବିଶେଷ ବର୍ଷା ନାହିଁ
ଲାଗିରହିବ ଗରମ ଓ ଗୁଳୁଗୁଳିର ପ୍ରଭାବ
ସାଧାରଣ ତାପମାତ୍ରା ଠାରୁ ୨ ରୁ ୩ ଡିଗ୍ରୀ ବଢିବ ଦିନ ତାପମାତ୍ରା
ଏବେ ବର୍ଷା କମିବା ପରେ ସକାଳୁ ଅସମ୍ଭାଳ ଗରମ ହେଉଛି । ଟାଇଁ ଟାଇଁ ଖରାରେ ଘରୁ ବାହାରି ହେଉନି । ଗତ ଦୁଇ ଦିନ ହେଲା ଗରମକୁ ଗୁଳୁଗୁଳି ନାକେଦମ୍ କଲାଣି । ଏନେଇ ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଲାଗିରହିବ ଗରମ ଓ ଗୁଳୁଗୁଳିର ପ୍ରଭାବ । ସାଧାରଣ ତାପମାତ୍ରା ଠାରୁ ୨ ରୁ ୩ ଡିଗ୍ରୀ ବଢିବ ଦିନ ତାପମାତ୍ରା । ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ । ବର୍ତ୍ତମାନ ଦକ୍ଷିଣ ଅଭ୍ୟନ୍ତରଣୀ ଓଡ଼ିଶା ଓ ଉପକୂଳ ଓଡିଶାରେ ଗୁଳୁଗୁଳିର ପ୍ରଭାବ ଦେଖିବାକୁ ମିଳିବ । କୋରାପୁଟରେ ୩୭ ଡିଗ୍ରୀ ସେଲସିୟସ ସହ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ସେହିଭଳି ଭୁବନେଶ୍ୱରରେ ୩୬.୧ ଓ କଟକରେ ୩୫.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।
ଅନ୍ୟପଟେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଏପରିକି କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ୩୦ ରୁ ୪୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବୋହିବାର ସମ୍ଭାବନା ରହିଛି । ଗତ ୨୪ ଘଣ୍ଟାରେ ଢେଙ୍କାନାଳରେ ସର୍ବାଧିକ ୩୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।
📱 Get Argus News App
✨ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ । ଆସନ୍ତା ୨୧ ଓ ୨୨ ତାରିଖରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେହିଭଳି ସେପ୍ଟେମ୍ବର ୨୩, ୨୪ ଓ ୨୫ ତାରିଖରୁ ରାଜ୍ୟରେ ବଢିବ ବର୍ଷା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ବିଜୁଳି ଘଡଘଡିର ପ୍ରଭାବ ସହ ୩୦ ରୁ ୪୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବୋହିବାର ସମ୍ଭାବନା ରହିଛି ବୋଲି କହିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।
Related Topics
Explore more stories