Videos
|
Weather-calamities

Heavy Rainfall / ଅବପାତରେ ପରିଣତ ହେଲା ଲଘୁଚାପ… ବାରିପଦାଠାରୁ ୧୯୦କିମି ଦୂରରେ ଅବପାତ କେନ୍ଦ୍ରୀଭୂତ….

Ritu Das
Browse all articles by Ritu Das
·1 hour ago·2 min read
ଅବପାତରେ ପରିଣତ ହେଲା ଲଘୁଚାପ… ବାରିପଦାଠାରୁ ୧୯୦କିମି ଦୂରରେ ଅବପାତ କେନ୍ଦ୍ରୀଭୂତ….
India

Key Points

ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ ହେଲା ଲଘୁଚାପ
ବାରିପଦା ଠାରୁ ୧୯୦ କିମି ଦୂରରେ ଏହା କେନ୍ଦ୍ରୀଭୂତ
ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ ହେଲା ଲଘୁଚାପ। ବାରିପଦା ଠାରୁ ୧୯୦ କିମି ଦୂରରେ ଏହା କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୨୪ ଘଣ୍ଟାରେ ପଶ୍ଚିମବଙ୍ଗ ଦେଇ ଝାଡ଼ଖଣ୍ଡ ମୁହାଁ ହେବା ସମ୍ଭାବନା ରହିଛି। ଏହା ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ସେପଟେ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। ଉତ୍ତର ଓଡ଼ିଶାରେ ମୂଷଳ ଧାରାରେ ବର୍ଷା ହେଉଛି। ଆଗାମୀ ୨୪ ଘଣ୍ଟାରେ ସୁନ୍ଦରଗଡ଼ ଏବଂ କେନ୍ଦୁଝର ଜିଲ୍ଲାର କିଛି ସ୍ଥାନରେ ଅତି ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ହେବ। ଏହି ଦୁଇ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର।

ଏହାସହ ପଢ଼ନ୍ତୁ: ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜରେ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି

ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁଁ ଫ୍ଲାସ୍ ଫ୍ଲଡ୍, ଲୋ ଭିଜିବିଲିଟି ରହିବ। ଲୋକେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି IMD ଭୁବନେଶ୍ୱର ନିର୍ଦ୍ଦେଶିକା ଡଃ ମନୋରମା ମହାନ୍ତି। ଏହାଛଡା ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୋଳ, ଢେଙ୍କାନାଳ, ଭଦ୍ରକ, ଯାଜପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ବିଭାଗ। ୧୩ ଏବଂ ୧୪ ଅଗଷ୍ଟ ଦୁଇ ଦିନ ଓଡ଼ିଶା ଉପକୂଳରେ ପବନର ବେଗ ୪୫ ରୁ ୫୫ କିଲୋମିଟର ରହିବା ସହ ୬୫ କିଲୋମିଟର ପର୍ଯ୍ୟନ୍ତ ବଢ଼ିପାରେ। ସମୁଦ୍ର ଅଶାନ୍ତ ରହିବ। ତେଣୁ ଏହି ଦୁଇ ଦିନ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି।

ସେପଟେ ଜଳକା, ସାଳନ୍ଦୀ ଓ ବୈତରଣୀ ପାଇଁ ସତର୍କ ରହିବାକୁ ହେବ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। କାରଣ ଉପର ମୁଣ୍ଡରେ ଅଧିକ ବର୍ଷା ହୋଇଛି। ଜଳ ନିଷ୍କାସନ ଠିକ୍ ଭାବେ ହୋଇପାରି ନାହିଁ। ବନ୍ୟା ସ୍ଥିତି ଯଦିଓ ଦେଖାଯିବ ନାହିଁ ତଥାପି ଜଳବନ୍ଦୀ ସମସ୍ୟା ଲାଗି ରହିବ। ତିହିଡ଼ି, ଚାନ୍ଦବାଲି, ବାଲେଶ୍ଵର ସଦର, ବସ୍ତା, ଦଶରଥପୁରରେ ଜଳବନ୍ଦୀ ସ୍ଥିତି ଲାଗି ରହିବ। ଲଘୁଚାପ ବର୍ଷା ପାଇଁ ଏଭଳି ସ୍ଥିତି ଉପୁଜିବ।

ସୂଚନାନୁଯାୟୀ, ୧୭ଟି ସ୍ଥାନରେ ୧୦୦ ମିମି ରୁ ଅଧିକ ବର୍ଷା ହୋଇଛି। ବୁଢାବଳଙ୍ଗରେ ବଡ଼ ବନ୍ୟା ନାହିଁ। ବ୍ରାହ୍ମଣୀ, ସୁବର୍ଣ୍ଣରେଖା ଓ ବୈତରଣୀ, ମହାନଦୀରେ ସେମିତି ବନ୍ୟା ସ୍ଥିତି ନାହିଁ। ହୀରାକୁଦ ୬୧୪ ଫୁଟ ଲେବେଲକୁ ଖସି ଆସିଛି। ସକାଳେ ୪ ଟି ଗେଟ ବନ୍ଦ କରାଯାଇଛି। ୨ ଟି ଗେଟ ଖୋଲା ରହିଛି। କେନ୍ଦୁଝର, ସୁନ୍ଦରଗଡ଼, ମୟୁରଭଞ୍ଜକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ରେକର୍ଡ ହୋଇଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: