Heavy Rainfall / ଦୁର୍ବଳ ହେଲା ଲଘୁଚାପ….ପ୍ରଭାବରେ ଆହୁରି ୩ ଦିନ ରାଜ୍ୟରେ ପ୍ରବଳ ବର୍ଷିବ
·1 month ago·2 min read

Key Points
ଦୁର୍ବଳ ହେଲା ଲଘୁଚାପ
ପ୍ରଭାବରେ ଆହୁରି ୩ ଦିନ ରାଜ୍ୟରେ ପ୍ରବଳ ବର୍ଷିବ
୨୪ ଘଣ୍ଟା ପାଇଁ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି

ଦୁର୍ବଳ ହେଲା ଲଘୁଚାପ। ପ୍ରଭାବରେ ଆହୁରି ୩ ଦିନ ରାଜ୍ୟରେ ପ୍ରବଳ ବର୍ଷିବ। ୨୪ ଘଣ୍ଟା ପାଇଁ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ସକ୍ରିୟ ରହିଥିବା ଲଘୁଚାପ ଦୁର୍ବଳ ହୋଇ ଘୁର୍ଣ୍ଣିବଳୟରେ ପରିଣତ ହୋଇଛି । ପ୍ରଭାବରେ ଆହୁରି ୩ ଦିନ ପ୍ରବଳ ବର୍ଷା ସହ ୫ ଦିନ ଯାଏ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ରହିଥିବା ବେଳେ କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ନୂଆପଡା ,ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡା, କେନ୍ଦୁଝର, ସୁନ୍ଦରଗଡ ଓ ମୟୂରଭଂଜକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ଆସନ୍ତାକାଲି ଅନେକ ସ୍ଥାନରେ ବର୍ଷା ଥିବା ବେଳେ କେନ୍ଦୁଝର,ମୟୁରଭଞ୍ଜ, ସୁନ୍ଦରଗଡ ଓ ଝାରସୁଗୁଡା ଜିଲ୍ଲାରେ ପ୍ରବଳ ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି ହୋଇଛି । ୨୭ ତାରିଖ ପର୍ଯ୍ୟନ୍ତ ବିଜୁଳି ଘଡଘଡି ସହ ବର୍ଷା ପାଇଁ ଚେତାବନୀ ଦେଇଛି ପାଣିପାଗ ବିଭାଗ । ସେପଟେ ଜୁନ ୧ ରୁ ଏଯାବତ ୪୫୮.୫ ମିମି ବର୍ଷା ରେକର୍ଡ଼ ହୋଇଛି। ଏହା ସ୍ୱାଭାବିକ ବର୍ଷାଠାରୁ ୧୬ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି।
ସେହିପରି ବଲାଙ୍ଗୀର, ବରଗଡ଼, ନୂଆପଡା, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଏହି ଜିଲ୍ଲାରେ ପ୍ରବଳ ବର୍ଷାକୁ ନେଇ ୟେଲୋ ଆଲର୍ଟ ଜାରି ହୋଇଛି । ଅନ୍ୟପଟେ ଆଉ ୨୪ ଘଣ୍ଟା ପାଇଁ ଓଡ଼ିଶା ଉପକୂଳରେ ମେଘୁଆ ପାଗ ସହ ୩୫ରୁ ୪୫ କିମି ବେଗରେ ପବନ ସହ ସର୍ବାଧିକ ୫୫ କିମି ପବନ ବହିବାର ସମ୍ଭାବନାକୁ ନେଇ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ୨୪ ଘଣ୍ଟା ପାଇଁ ଯିବାକୁ ବାରଣ କରାଯାଇଛି।
ବଲାଙ୍ଗୀର ବଙ୍ଗୋମୁଣ୍ଡାରେ ସର୍ବାଧିକ ୧୩୨ ମିଲିମିଟର ବର୍ଷା ହେଇଛି । ପୁରୀରେ ମଧ୍ୟ ୧୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ସାପୁଆରେ ୫୦ ବର୍ଷର ରେକର୍ଡ ବର୍ଷା ହୋଇଛି । ଯେଉଁଥିପାଇଁ ଛୋଟ ବନ୍ୟା ହୋଇଥିଲା । ଢେଙ୍କାନାଳ ଓ ଆଠଗଡ଼ର କିଛି ଅଂଚଳ ଜଳମଗ୍ନ ହୋଇଛି । ଆଖୁଆପଦାରେ ସତର୍କ ସଂକେତ ପାଖରେ ରହିଛି ପାଣି । ବର୍ଷା ବଢିଲେ ବିପଦ ସଂକେତ ଟପିପାରେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଜଳକାର ମଥାନିରେ ୬.୫ ମିଟର ଅର୍ଥାତ ବିପଦ ସଂକେତ ନିକଟରେ ରହିଛି ପାଣି । ଏଥିପାଇଁ ବାଲେଶ୍ୱରର କିଛି ଅଂଚଳ ପ୍ରଭାବିତ ହୋଇପାରେ । ଅଧିକ ବର୍ଷା ଯୋଗୁଁ ଶାଳନ୍ଦୀରେ ମଧ୍ୟ ଗୋଟିଏ ଗେଟ ଖୋଲା ଯାଇଛି । ହୀରାକୁଦ ଉପର ମୁଣ୍ଡରେ ଅଧିକ ବର୍ଷା ଯୋଗୁଁ କାଲି ସୁଦ୍ଧା ୭୦ ହଜାର କ୍ୟୁସେକ ଜଳ ଇନ ଫ୍ଲୋ ହେବ । ସ୍ଥିତି ଦେଖି ଗେଟ୍ ଖୋଲିବା ନିଷ୍ପତ୍ତି ନିଆଯିବ । ବୌଦ୍ଧ ସୋନପୁରରେ ଭଲ ବର୍ଷା ଯୋଗୁଁ ମହାନଦୀରେ ପାଣି ବଢିବ । କାଲି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀରେ ୩ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତ ।
Related Topics
Explore more stories