Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Heavy Thunderstorm Alert / ସାବଧାନ! ମାଡ଼ିଆସୁଛି ୧୦୦୦ କିମିର କଳାହାଣ୍ଡିଆ ମେଘ..ଭାରତରେ ପ୍ରବଳ ବର୍ଷା ସହ ପାକିସ୍ତାନକୁ ବୁଡ଼ାଇବ

Ritu Das
Browse all articles by Ritu Das
·3 months ago·2 min read
ସାବଧାନ! ମାଡ଼ିଆସୁଛି ୧୦୦୦ କିମିର କଳାହାଣ୍ଡିଆ ମେଘ..ଭାରତରେ ପ୍ରବଳ ବର୍ଷା ସହ ପାକିସ୍ତାନକୁ ବୁଡ଼ାଇବ
India

Key Points

ମାଡ଼ି ଆସୁଛି ହଜାରେ କିଲୋମିଟର ଲମ୍ବର କଳାହାଣ୍ଡିଆ ମେଘ
ଦେଶର ପାଣିପାଗ ଉପରେ ପଡ଼ିପାରେ ବଡ଼ ପ୍ରଭାବ
ପ୍ରଭାବରେ ପାଣିପାଗରେ ଆସିପାରେ ବଡ଼ ଧରଣର ପରିବର୍ତ୍ତନ
ସାବଧାନ! ମାଡ଼ିଆସୁଛି ହଜାରେ କିଲୋମିଟର ଲମ୍ବର କଳାହାଣ୍ଡିଆ ମେଘ । ଦେଶର ପାଣିପାଗ ଉପରେ ପଡ଼ିପାରେ ବଡ଼ ପ୍ରଭାବ । ପଶ୍ଚିମା ଝଡ଼ ସକ୍ରିୟ ହେବା ସହ ବାୟୁମଣ୍ଡଳର ଉପରି ଭାଗରେ ସୃଷ୍ଟି ହୋଇଥିବା ଏକ ଘୂର୍ଣ୍ଣିବଳୟ ପ୍ରଭାବରେ ପାଣିପାଗରେ ବଡ଼ ଧରଣର ପରିବର୍ତ୍ତନ ଆସିବାକୁ ଯାଉଛି। ଭାରତୀୟ ପାଣିପାଗ ବିଭାଗର ସାଟେଲାଇଟ୍ ଚିତ୍ର ଅନୁଯାୟୀ, ଉତ୍ତର-ପଶ୍ଚିମ ଭାରତ ଏବଂ ପାକିସ୍ତାନ ଉପରେ ପ୍ରାୟ ୧ ହଜାର କିଲୋମିଟର ବ୍ୟାପୀ ବାଦଲର ଏକ ପଟି ଦେଖିବାକୁ ମିଳିଛି । ଯାହା ବର୍ଷାର ସଙ୍କେତ ଦେଉଛି।



ପୂର୍ବ ଇରାନ ଏବଂ ଆଫଗାନିସ୍ତାନ ଉପରେ ଥିବା ପଶ୍ଚିମା ଝଡ଼ ସହ ପୂର୍ବ ରାଜସ୍ଥାନ ଉପରେ ଥିବା ଘୂର୍ଣ୍ଣିବଳୟ ଯୋଗୁଁ ପାଣିପାଗ ଅସ୍ଥିର ରହିବ। ଏହି ହଜାରେ କିମି ଲମ୍ବର ବାଦଲ ପ୍ରଭାବ ଜମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନରେ ପଡ଼ିବ । ପ୍ରଭାବରେ ପ୍ରବଳ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ଅଛି। ଆଜି ଏହା ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼କୁ ବ୍ୟାପିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବର୍ଷା ଓ କୁଆପଥର ମାଡ଼ ଯୋଗୁ ଫସଲ ନଷ୍ଟ ହୋଇପାରେ।

ଲକ୍ଷ୍ନୌ, ମିରଟ ଏବଂ ଆଗ୍ରା ଭଳି ଉତ୍ତର ପ୍ରଦେଶର ସହରଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ପବନର ବେଗ 60 କିମି/ଘଣ୍ଟା ପର୍ଯ୍ୟନ୍ତ ପହଞ୍ଚିପାରେ। ଏହି ପାଣିପାଗ ପ୍ରଣାଳୀର ପ୍ରଭାବ ପାକିସ୍ତାନର ପଡ଼ୋଶୀ ଅଞ୍ଚଳଗୁଡ଼ିକୁ ମଧ୍ୟ ବିସ୍ତାର କରୁଛି। ଆସୁଥିବା ବର୍ଷା ସମଗ୍ର ଉତ୍ତର ଭାରତରେ ବଢ଼ୁଥିବା ତାପମାତ୍ରାରୁ ଅସ୍ଥାୟୀ ଆଶ୍ୱସ୍ତି ପ୍ରଦାନ କରିବ ବୋଲି ଆଶା କରାଯାଉଛି। ତଥାପି, ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି ଯେ ଏହି ଆଶ୍ୱସ୍ତି କ୍ଷଣସ୍ଥାୟୀ ହେବ। ବର୍ଷାର ପ୍ରକୋପ କମିବାପରେ ପୁଣି ଥରେ ତାପମାତ୍ରା ପ୍ରବଳ ମାତ୍ରାରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ଏହାସହ ପଢ଼ନ୍ତୁ: ୪ ଦିନ ଯାଏଁ ରାଜ୍ୟରେ ଜାରି ରହିବ ଝଡ଼ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଅନ୍ୟପକ୍ଷେ ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ଜାରି ରହିବ ଝଡ଼ବର୍ଷା ପ୍ରଭାବ। ଆସନ୍ତା କାଲିଠାରୁ କାଳବୈଶାଖୀ ଧୀରେ ଧୀରେ ବଢ଼ିବ। ଉପକୂଳ ଓ ସଂଲଗ୍ନ ଆଭ୍ୟନ୍ତର ଓଡ଼ିଶାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିମି ରହିବ। ୬ ତାରିଖ ଦିନ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ପବନର ବେଗ ୪୦ରୁ ୫୦ କିମି ପର୍ଯ୍ୟନ୍ତ ରହିପାରେ। ଏଥିସହ ପୁରୀ, ଖୋର୍ଦ୍ଧା, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନୟାଗଡ଼, ନବରଙ୍ଗପୁର, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଓ ଅନୁଗୁଳରେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବର୍ଷା ବି ହୋଇପାରେ। ଏହି ସବୁ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ୟେଲୋ ୱାଣ୍ଡିଂ ଜାରି କରିଛି।

କଳାହାଣ୍ଡି କନ୍ଧମାଳ ରାୟଗଡା, ମାଲକାନଗିରି ଓ କୋରାପୁଟ ଏହି ୫ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷା ସମ୍ଭାବନା ସହ ୩୦ ରୁ ୪୦ କିମି ପବନ ବହିବାର ସମ୍ଭାବନା କୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭଗ। ୭ ତାରିଖ ଯାଏ ବର୍ଷା ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ। ସେପଟେ ଆଗାମୀ ୨୪ ଘଂଟାରେ ବର୍ଷାର ସମ୍ଭାବନା କୁ ନେଇ ୨ ରୁ ୩ ଡିଗ୍ରୀ ତାପମାତ୍ରା କମିବା ସହ ତାତିରୁ ଟିକିଏ ଅସ୍ବସ୍ତି ମିଳିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Massive Storm Cloud Brings Heavy Rain Alert India Pakistan | Argus News