Odisha Flood / ରାତି ଅଧରେ ମାଡ଼ିଆସିଲା ବନ୍ୟା, ବୁଡ଼ିଗଲା ପୂରା ଗାଁ

Key Points
ରାତି ଅଧରେ ମାଡ଼ିଆସିଲା ବନ୍ୟା ପାଣି.... ଶୋଇଥିଲେ ଲୋକେ ପୁରା ଗାଁକୁ ବୁଡ଼ାଇ ଦେଲା । ବୋଟ୍ ସାହାଯ୍ୟରେ ଲୋକଙ୍କୁ କରାଯାଇଛି ଉଦ୍ଧାର । ଅନେକ ଲୋକ ଏବେ ବି ପାଣି ଘେରରେ ରହିଛନ୍ତି । ରାତି ଅଧରେ ଆସିଲା ବନ୍ୟା ପୁରା ଗାଁକୁ ବୁଡ଼ାଇଦେଲା । ସୁ ସୁ ଗର୍ଜନ କରି ଗାଁ ଭିତରେ ପ୍ରବେଶ କଲା ପାଣି । ରାତିରେ ଶୋଇ ରହିଥିଲେ ଲୋକେ ପୁରା ଗାଁ ବୁଡ଼ିଗଲା । ଘର ଭିତରୁ ବହାରି ପାଣିରେ ଭାସିଲେ ଲୋକେ । ରାତିରେ ଆସିଥିବା ବନ୍ୟା ପାଇଁ ଅନେକ ଗାଁ ଏବେ ବୁଡ଼ି ଯାଇଛି । ବଡ଼ ବନ୍ୟାରେ ଅନେକ ଘର ଦ୍ବାର ସବୁ ବୁଡ଼ି ଯାଇଛି ।
ଉପରମୁଣ୍ଡରେ ଲଗାଣ ବର୍ଷା ବନ୍ୟା ଆଣି ଦେଇଛି । ତୁହାକୁ ତୁହା ବର୍ଷା ପାଇଁ ଫୁଲି ଉଠିଛି ଉତ୍ତର ଓଡ଼ିଶାର ନଦୀ । ସାଳନ୍ଦୀ ଏବଂ ବୈତରଣୀ ନଦୀ ସୃଷ୍ଟି ହୋଇଛି ବଡ଼ ବନ୍ୟା । ଯାହାର ପ୍ରଭାବରେ ତଳୀଆ ଅଞ୍ଚଳ ଏବେ ବୁଡ଼ି ଗଲାଣି । ଲୋକ ଏବେ ତ୍ରାହୀ ତ୍ରାହୀ ଡାକ ଛାଡ଼ୁଛନ୍ତି । ଗାଁ ଛାଡ଼ିଲେଣି ଲୋକେ । ଭୟରେ ସମସ୍ତେ ଦିନ କାଟୁଛନ୍ତି ।
ରାତିରେ ମାଡ଼ି ଆସିଥିଲା ବନ୍ୟା ପାଣି । ଗାଁକୁ ପୁରା ବୁଡ଼ାଇ ଦେଇଛି ବନ୍ୟା । ଲୋକେ ଜୀବନ ବଞ୍ଚାଇ ଉଚ୍ଚା ସ୍ଥାନକୁ ପଳାଉଛନ୍ତି। ବନ୍ୟାରେ ଫସି ରହିଥିବା ଲୋକଙ୍କୁ ରାତି ଅଧରେ ଉଦ୍ଧାର କରାଯାଇଛି । ବୋଟ୍ ସାହାଯ୍ୟରେ ପ୍ରତିଟି ସ୍ଥାନକୁ ଯାଇ ଲୋକଙ୍କୁ ଉଦ୍ଧାର କରାଯାଉଛି । ଉଦ୍ଧାରକାରୀ ଦଳ ପୁରା ସକ୍ରିୟ ରହିଛନ୍ତି । ଉତ୍ତର ଓଡ଼ିଶାରେ ବନ୍ୟାର ବିଭିଷୀକା ଦେଖିବାକୁ ମିଳିଛି। ଖାଲି ସେତିକି ନୁହେଁ ।
ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର ଭଳି ଜିଲ୍ଲାର ଅନେକ ସ୍ଥାନ ବନ୍ୟା ଦ୍ଵାରା ପ୍ରଭାବିତ ହୋଇଛି । କେଉଁଠି ନଦୀ ବନ୍ଧ ଭାଙ୍ଗିଲାଣି ତ ପୁଣି କେଉଁଠି ଗାଁ ଭିତରେ ବନ୍ୟା ପାଣି ପ୍ରବେଶ କରିଛି । ଘର ସବୁ ଛାତିଏ ଉଚରା ପାଣିରେ ବୁଡ଼ି ରହିଛି । ଲୋକେ ଆସବାବ ପତ୍ର ନେଇ ଘର ଛାଡ଼ି ପଳାଉଛନ୍ତି । ପାଣି ଭିତରେ ଦିନ କାଟୁଛନ୍ତି ଲୋକେ । ବନ୍ୟା ସବୁ କିଛି ଛାରଖାର କରି ପକାଇଛି । ଏବେ ଲୋକଙ୍କୁ ବୋଟ ସାହାଯ୍ୟରେ ଉଦ୍ଧାର କରାଯାଉଛି । ବର୍ଷା ଲାଗି ରହିଥିବାରୁ ପାଣି ଏବେ କମିବାର ସମ୍ଭାବନା ନାହିଁ । ଯଦି ଦେଖିବା ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ଏମିତି ସ୍ଥିତି ଉପୁଜିଛି ।
ତେବେ ପ୍ରବଳ ବର୍ଷା ଯୋଗୁ ବୃଦ୍ଧି ପାଇବାରେ ଲାଗିଛି ହୀରାକୁଦ ଡ୍ୟାମର ଜଳସ୍ତର । ୨ଟି ଗେଟ୍ ଖୋଲାଥିଵା ବେଳେ ଆହୁରି ଗେଟ୍ ଖୋଲିପାରେ । ସକାଳ ୬ଟା ସୁଦ୍ଧା ଜଳ ଭଣ୍ଡାରର ଜଳ ସ୍ତର ୬୧୫.୯୫ ଫୁଟ ରହିଛି । ଉପରମୁଣ୍ତରୁ ସେକେଣ୍ତ ପ୍ରତି ୩ ଲକ୍ଷ ୫୦ ହଜାର ୨୩୯ କ୍ୟୁସେକ ଜଳ ପ୍ରବେଶ କରୁଛି । ୨ ଟି ଗେଟରେ ସେକେଣ୍ତ ପ୍ରତି ୬୪ ହଜାର ୨୧୯ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଉପର ମୁଣ୍ତରେ ଛତିଶଗଡ ଓ ବିଭିନ୍ନ ନଦୀ ଅଂଚଳରେ ପ୍ରବଳ ବର୍ଷା ଯୋଗୁ ଗତକାଲିଠୁ ହୀରାକୁଦ ଡ୍ୟାମକୁ ଅଧିକ ମାତ୍ରାରେ ଜଳ ପ୍ରବେଶ କରୁଛି ।
ସେପଟେ ଯଦି ଦେଖିବା ଅବପାତ ରେ ପରିଣତ ହୋଇଛି ଗଭୀର ଅବପାତ । ସମ୍ବଲପୁର ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ରହିଛି ସକ୍ରିୟ । ଆସନ୍ତା ୨୪ ଘଣ୍ଟା ପାଇଁ ବରଗଡ଼ ଜିଲ୍ଲା କୁ ଅରେଞ୍ଜ ଆଲର୍ଟ ସହ ୭ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ । ଏହାର ପ୍ରଭାବରେ ନୂଆପଡା, କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ ଓ ବରଗଡ ଜିଲ୍ଲାରେ ପ୍ରବଳ ବୃଷ୍ଟିପାତର ସମ୍ଭାବନା ରହିଛି ।
📱 Get Argus News App
✨Related Topics
Explore more stories