Videos
|
Weather-calamities

Mumbai Rain / ପ୍ରବଳ ବର୍ଷାରେ ବେହାଲ ମୁମ୍ବାଇ... ଆଜି ମୁମ୍ବାଇରେ ପ୍ରବଳ ବର୍ଷା ନେଇ IMDର ରେଡ୍ ଆଲର୍ଟ

Rashmita Mishra
Browse all articles by Rashmita Mishra
·2 weeks ago·2 min read
ପ୍ରବଳ ବର୍ଷାରେ ବେହାଲ ମୁମ୍ବାଇ... ଆଜି ମୁମ୍ବାଇରେ ପ୍ରବଳ ବର୍ଷା ନେଇ IMDର ରେଡ୍ ଆଲର୍ଟ
Mumbai Rain

Key Points

ପ୍ରବଳ ବର୍ଷାରେ ବେହାଲ ମୁମ୍ବାଇ
ଆଜି ମୁମ୍ବାଇରେ ପ୍ରବଳ ବର୍ଷା ନେଇ IMDର ରେଡ୍ ଆଲର୍ଟ
୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସଂଭାବନା
ଠାଣେ, ପାଲଘର, ରାୟଗଡ଼, ରତ୍ନଗିରିକୁ ବି ବର୍ଷା ନେଇ ରେଡ ଆଲର୍ଟ

ଆଜି ମୁମ୍ବାଇରେ ପ୍ରବଳ ବର୍ଷା ନେଇ IMDର ରେଡ୍ ଆଲର୍ଟ ... ଠାଣେ, ପାଲଘର, ରାୟଗଡ଼, ରତ୍ନଗିରିକୁ ବି ବର୍ଷା ନେଇ ରେଡ ଆଲର୍ଟ । ଲୋକଙ୍କୁ ସତର୍କ ରହିବାକୁ ସ୍ଥାନୀୟ ପ୍ରଶାସନର ପରାମର୍ଶ । ବର୍ଷା ସତ୍ତ୍ୱେ ଜାରି ରହିଛି ମୁମ୍ବାଇ ଲୋକାଲ୍ ଟ୍ରେନ୍ ଓ ବେଷ୍ଟ ବସ୍ ସେବା ଜାରି.. ଅତି ଜରୁରୀ କାମ ନଥିଲେ ଘରୁ ନବାହାରିବାକୁ ପରାମର୍ଶ...

ପ୍ରବଳ ବର୍ଷାରେ ବେହାଲ ମୁମ୍ବାଇ... ଆଜି ମୁମ୍ବାଇ ସହର ଏବଂ ଏହାର ଉପକଣ୍ଠ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଥିବାରୁ ସହର ପାଇଁ 'ରେଡ୍ ଆଲର୍ଟ' ଜାରି କରାଯାଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଜୋରରେ ପବନ ବହିବା ନେଇ ଭାରତୀୟ ପାଣିପାଗ ବିଭାଗ ଚେତାବନୀ ଦେଇଛି ।

ମୁମ୍ବାଇରେ ବିଗତ କିଛି ଦିନ ହେବ କ୍ରମାଗତ ଭାବେ ପ୍ରବଳ ବର୍ଷା ହେଉଛି ଏବଂ ଆଜି ମଧ୍ୟ ଏହି ବର୍ଷା ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ସହର ଏବଂ ଏହାର ଆଖପାଖ ଅଞ୍ଚଳ ପାଇଁ ରେଡ୍ ଆଲର୍ଟ ଜାରି କରିଛି । ମୁମ୍ବାଇ ସମେତ ଠାଣେ, ପାଲଘର, ରାୟଗଡ଼, ରତ୍ନଗିରି ଏବଂ ସିନ୍ଧୁଦୁର୍ଗ ଭଳି ଅନେକ ଜିଲ୍ଲାରେ ବ୍ୟାପକ ବର୍ଷା ହେବାର ସମ୍ଭାବନା ରହିଛି ।

ପୁଣେ, ସାତାରା ଏବଂ ନାସିକର ପାର୍ବତ୍ୟ ଅଞ୍ଚଳ ପାଇଁ ମଧ୍ୟ ମଧ୍ୟମରୁ ପ୍ରବଳ ବର୍ଷା ପୂର୍ବାନୁମାନ କରାଯାଇଛି । ଜଳବନ୍ଦୀ ସମସ୍ୟା ଏବଂ ଟ୍ରାଫିକ ଜାମ୍‌ ଆଶଙ୍କା ଥିବାରୁ ସ୍ଥାନୀୟ ପ୍ରଶାସନ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି । ଲଗାତାର ବର୍ଷା ସତ୍ତ୍ୱେ ମୁମ୍ବାଇ ଲୋକାଲ୍ ଟ୍ରେନ୍, ମେଟ୍ରୋ ଏବଂ ବେଷ୍ଟ ବସ୍ ସେବା ଜାରି ରହିଛି ।
ଯଦିଓ କେତେକ ରେଳ ରୁଟ୍‌ରେ ଟ୍ରେନ୍ ବିଳମ୍ବରେ ଚାଲୁଥିବା ସୂଚନା ମିଳିଛି । ଅତି ଜରୁରୀ କାମ ନଥିଲେ ଘରୁ ବାହାରକୁ ନବାହାରିବା ପାଇଁ ଅଧିକାରୀମାନେ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି । ଖାଲୁଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mumbai Rain | Mumbai Rain Havoc: IMD Issues Red Alert For Heavy Rain | Argus News