Weather Update Today / ବଢିଲା ରାତିର ତାପମାତ୍ରା... ଶୀତ ଗାଏବ
·7 months ago·2 min read

Key Points
ରାଜ୍ୟରେ କମିଲା ଥଣ୍ଡାର ପ୍ରକୋପ । ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିଛି ସତେ ଯେମିତି ଶୀତ ଉଭେଇ ଯାଇଛି ।
ତାପମାତ୍ରା ବଢିଲା, ଶୀତ ଗାଏବ... ରାଜ୍ୟରେ କମିଲା ଥଣ୍ଡାର ପ୍ରକୋପ । ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିଛି ସତେ ଯେମିତି ଶୀତ ଉଭେଇ ଯାଇଛି । ରାଜଧାନୀ ଭୁବନେଶ୍ୱରରେ ଦୃଷ୍ଟାନ୍ତ ମଳକ ଭାବେ ବଢିଲା ରାତ୍ରି ତାପମାତ୍ରା, ସମ୍ପୂର୍ଣ୍ଣ ଭାବେ ଶୀତ ଉଭାନ ।
୧୮ ଏବଂ ୧୯ ତାରିଖରେ ଆକାଶ ପ୍ରାୟ ମେଘ ଶୂନ୍ୟ ରହିଛି । ବାଦଲ ଆଛାଦିତ ହୋଇରହିଥିବା କାରଣରୁ ତାପମାତ୍ରାରେ ବଢିବାରେ ଦେଖାଯାଛି । ୨ଦିନରେ ତାପମାତ୍ରା ୬.୬° ସେଲସିୟସ ବଢ଼ି ଯାଇଛି । ସକାଳ ୫ଟା ୩୦ରେ ରେକର୍ଡ ହୋଇଛି ତାମପାତ୍ରା । ୧୮ ନଭେମ୍ବରରେ ୧୫.୨°C, ୧୯ ନଭେମ୍ବରରେ ୧୬.୬°C ଏବଂ ୨୦ ନଭେମ୍ବରରେ ୨୧.୮°C ରେକର୍ଡ ହୋଇଛି ।
ସେପଟେ ପୁଣି ଓଡ଼ିଶାକୁ ଘନେଇଲାଣି ବାତ୍ୟା ଆଶଙ୍କା । ଆସନ୍ତା ୨୬ରୁ ୨୮ ତାରିଖ ଭିତରେ ବାତ୍ୟା ହୋଇପାରେ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି । ତେବେ ବାତ୍ୟା ପ୍ରଭାବରେ ପବନ ସହ ପ୍ରବଳ ବର୍ଷା ହୋଇପାରେ ଆକଳନ କରାଯାଇଛି ।
ପାଣିପାଗ ବିଜ୍ଞାନୀଙ୍କ ସୂଚନା ଅନୁସାରେ, ଆସନ୍ତା ୨୨ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ତେବେ ଏହା ଅଧିକ ଘନୀଭୂତ ହୋଇ ୨୪ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପ ସାଗରର କେନ୍ଦ୍ରୀୟ ଅଞ୍ଚଳରେ ଅବପାତ ରୂପ ନେଇପାରେ । ତେବେ ଏହା ପରବର୍ତ୍ତୀ ୪୮ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ । ତେବେ ଓଡ଼ିଶା ଉପରେ ଏହାର ସିଧା ପ୍ରଭାବ ପଡ଼ିନପାରେ । ଆସନ୍ତା ୨୨ ତାରିଖ ବେଳକୁ ବାତ୍ୟାକୁ ନେଇ ଚିତ୍ର ସ୍ପଷ୍ଟ ହୋଇପାରେ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି ।
ସୂଚନା ଅନୁସାରେ, ଗତ ଅକ୍ଟୋବର ମାସରେ ମଧ୍ୟ ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟି ହୋଇଥିଲା । ଯାହାର ନାଁ ଥିଲା 'ମୋନ୍ଥା'। ଗତ ଅକ୍ଟୋବର ୨୮ ତାରିଖରେ ଆନ୍ଧ୍ରପ୍ରଦେଶର ନର୍ସାପୁରରେ ବାତ୍ୟା 'ମୋନ୍ଥା' ଲ୍ୟାଣ୍ଡଫଲ କରିଥିଲା । ରାତି ୧୧.୩୦ରୁ ୧୨.୩୦ ମଧ୍ୟରେ ବାତ୍ୟାର ଲ୍ୟାଣ୍ଡଫଲ୍ ହୋଇଥିଲା । ମଛଲିପଟ୍ଟନମ୍ ଓ କଳିଙ୍ଗପଟ୍ଟନମ ମଧ୍ୟରେ ନର୍ସାପୁରରେ ଲ୍ୟାଣ୍ଡଫଲ୍ କରିଥିଲା । ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ ପ୍ରକ୍ରିୟା ପ୍ରାୟ ୫ ଘଣ୍ଟା ଧରି ଚାଲିଥିଲା। ଏହି ସମୟରେ ପବନର ବେଗ ୯୦ରୁ ୧୧୦ କିମି ମଧ୍ୟରେ ରହିଥିଲା। ଏହା ପ୍ରଭାବରେ ମଛଲିପଟ୍ଟନମ, କାକିନାଡା, ରାଜମହେନ୍ଦ୍ରୀ, ବାପାଟିଆ, କାଭାଲି, ନୋଲୋର ଆଦି ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ସହ ପବନ ହୋଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories