Videos
|
Weather-calamities

October Cyclone Alert / ପୁଣି ଅକ୍ଟୋବର, ପୁଣି ବାତ୍ୟା ଭୟ…ବଙ୍ଗୋପସାଗରରେ ଘନଉଛି ବଡ଼ ଲଘୁଚାପ

Ritu Das
Browse all articles by Ritu Das
·33 mins ago·2 min read
ପୁଣି ଅକ୍ଟୋବର, ପୁଣି ବାତ୍ୟା ଭୟ…ବଙ୍ଗୋପସାଗରରେ ଘନଉଛି ବଡ଼ ଲଘୁଚାପ
India

Key Points

ଓଡ଼ିଶା ଆଡ଼କୁ ମୁହାଁଉଛି ମହାବାତ୍ୟା
ବଙ୍ଗୋପସାଗରରେ ଘନଉଛି ବଡ଼ ଲଘୁଚାପ
ଓଡ଼ିଶା ଆଡ଼କୁ ମୁହାଁଉଛି ମହାବାତ୍ୟା । ବଙ୍ଗୋପସାଗରରେ ଘନଉଛି ବଡ଼ ଲଘୁଚାପ । ବିଭିନ୍ନ ପାଣିପାଗ ମଡେଲ୍‌ରୁ ମିଳୁଛି ବାତ୍ୟାର ଭୟାନକ ସଙ୍କେତ। ପୁଣି ଅକ୍ଟୋବର, ପୁଣି ଓଡ଼ିଶାବାସୀଙ୍କ ମନରେ ବାତ୍ୟା ଭୟ । ଗଲ୍ଫ ଅଫ୍ ଥାଇଲାଣ୍ଡରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଯଦି ଏହା ଓଡ଼ିଶା ମୁହାଁ ହୁଏ, ତେବେ ଏକ ଭୟଙ୍କର ବାତ୍ୟାର ରୂପ ନେଇପାରେ ବୋଲି ଚେତାଇ ଦେଇଛନ୍ତି ପାଣିପାଗ ବିଶେଷଜ୍ଞ । ବାତ୍ୟା ନେଇ ଆଶଙ୍କା ଥିଲେ ମଧ୍ୟ ଓଡ଼ିଶା ପ୍ରତି ବିପଦ ରହିଛି କି ନାହିଁ କିଛି ଦିନ ମଧ୍ୟରେ ସ୍ପଷ୍ଟ ହେବ।

ଆଣ୍ଡାମାନ ମୁହାଁ ଗଲ୍ଫ ଅଫ୍ ଥାଇଲାଣ୍ଡରେ ସକ୍ରିୟ ଘୂର୍ଣ୍ଣିବଳୟ । ଆସନ୍ତା ୨୩ରୁ ୨୪ ତାରିଖ ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ। ଆଉ ୨୫ ତାରିଖ ବେଳକୁ ଏହା ଅବପାତର ରୂପ ନେଇ ଅଧିକ ଘନୀଭୂତ ହେବା ସମ୍ଭାବନା ରହିଛି। ଯଦି ସାମୁଦ୍ରିକ ସ୍ଥିତି ଅନୁକୂଳ ରହେ ଏହା ଏକ ଭୟଙ୍କର ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ଏହି ସିଷ୍ଟମ୍ ତାମିଲନାଡୁ, ମିଆଁମାର କିମ୍ବା ବାଂଲାଦେଶ ଆଡ଼କୁ ଗତି କରିବା ଆଶଙ୍କା ମଧ୍ୟ ରହିଛି । ଓଡ଼ିଶା ଉପରେ ଏହାର ପ୍ରଭାବ କ’ଣ ରହିବ, ତାହା ଏବେଠାରୁ କହିବା ସମ୍ଭବ ନୁହେଁ ବୋଲି କହିଛନ୍ତି ବିଶେଷଜ୍ଞ ।

ଏହି ସିଷ୍ଟମ୍ ବାତ୍ୟାରେ ପରିଣତ ହେବା ପରେ କେଉଁ ଆଡ଼କୁ ଗତି କରିବ, ତାକୁ ନେଇ ଚାଲିଛି ଜୋରଦାର ଆକଳନ। ଏହା ତାମିଲନାଡୁ, ମିଆଁମାର କିମ୍ବା ବାଂଲାଦେଶ ଆଡ଼କୁ ମୁହାଁଇପାରେ। ତେଣୁ ଓଡ଼ିଶା ଉପରେ ଏହାର ପ୍ରତ୍ୟକ୍ଷ ପ୍ରଭାବ ପଡ଼ିବ କି ନାହିଁ, ତାହା ଲଘୁଚାପ ସୃଷ୍ଟି ହେବା ପରେ ହିଁ ସ୍ପଷ୍ଟ ହେବ।

ବାତ୍ୟା ସମ୍ଭାବନା ଭିତରେ ଆସନ୍ତା ୨୪ ଘଣ୍ଟା ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଛି ୟେଲୋ ଆଲର୍ଟ । ରାଜ୍ୟର କେତେକ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଶେଷକରି ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟାରେ ଥମିବନି ବର୍ଷା। ସେହିପରି କାଲି ପାଇଁ ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ବର୍ଷା ପୂର୍ବାନୁମାନ କରାଯାଇଛି। ୨୫ ତାରିଖ ଯାଏଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିପାରେ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଆଡ଼କୁ ଆସିବ ନା ଅନ୍ୟ ଦିଗକୁ ମୁହାଁଇବ, ଏଯାଏ ସ୍ପଷ୍ଟ ହୋଇନାହଁ । ସମୁଦ୍ରରେ ଘନଉଥିବା ଏହି ଲଘୁଚାପର ପ୍ରତିଟି ଗତିବିଧି ଉପରେ ପାଣିପାଗ ବିଭାଗର ସତର୍କ ନଜର ରହିଛି।