Videos
|
Weather-calamities

Heat Alert / ଫେବ୍ରୁଆରୀ ଅଧାରୁ ଟାଇଁ ଟାଇଁ ଖରା, ଆଗକୁ ଅସମ୍ଭାଳ ତାତି...

Sushanta Sahoo
Browse all articles by Sushanta Sahoo
·6 months ago·2 min read
ଫେବ୍ରୁଆରୀ ଅଧାରୁ ଟାଇଁ ଟାଇଁ ଖରା, ଆଗକୁ ଅସମ୍ଭାଳ ତାତି...
Winter Gone, Heat Returns

Key Points

ରାଜ୍ୟର ୭ଟି ସ୍ଥାନରେ ପାରଦ ୩୩ ଡିଗ୍ରୀ ଅତିକ୍ରମ କରିଛି । ସମ୍ବଲପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ସେଠାରେ ସର୍ବାଧିକ ତାପମାତ୍ରା ୩୩.୮ ଡିଗ୍ରୀ ରେକର୍ଡ କରାଯାଇଛି ।
ଭୁବନେଶ୍ଵର: ମାଘ ମାସ ସରୁ ସରୁ ଅପସରି ଗଲାଣି ଶୀତ । ସପ୍ତାହେରୁ ଅଧିକ ଦିନ ହେଲାଣି ଦିନର ସର୍ବୋଚ୍ଚ ପାରଦ ୩୦ ଡିଗ୍ରୀ ଉପରେ ରହୁଛି । ମଙ୍ଗଳବାର ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ରାଜ୍ୟର ୩୩ଟି ସହରର ସର୍ବୋଚ୍ଚ ଦିନ ତାପମାତ୍ରା ୩୦ ଡିଗ୍ରୀ ଉପରେ ରହିଛି ।

ରାଜ୍ୟର ୭ଟି ସ୍ଥାନରେ ପାରଦ ୩୩ ଡିଗ୍ରୀ ଅତିକ୍ରମ କରିଛି । ସମ୍ବଲପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ସେଠାରେ ସର୍ବାଧିକ ତାପମାତ୍ରା ୩୩.୮ ଡିଗ୍ରୀ ରେକର୍ଡ କରାଯାଇଛି । ସେହିଭଳି ଝାରସୁଗୁଡ଼଼ା ଓ ତାଳଚେରରେ ୩୩.୪ ଡିଗ୍ରୀ, ସୁନ୍ଦରଗଡ଼ରେ ୩୩.୨ ଡିଗ୍ରୀ, ହୀରାକୁଦରେ ୩୩.୧ ଡିଗ୍ରୀ, ଢେଙ୍କାନାଳ ଓ ଭୁବନେଶ୍ଵରରେ ପାରଦ ୩୩ ଡିଗ୍ରୀ ରେକର୍ଡ ହୋଇଛି ।

ଏଥିସହ ପଢ଼ନ୍ତୁ: ଦିନରେ ଗରମ, ସକାଳ-ସନ୍ଧ୍ୟାରେ ଥଣ୍ଡା

ମାଘ ସରୁଥିବା ବେଳେ ଫାଲଗୁନ୍ ଆରମ୍ଭରୁ ଅସମ୍ଭଳା ହେଲାଣି ଖରା । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଆଗାମୀ ସପ୍ତାହକ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ୨ ଦିନ ଘନ କୁହୁଡ଼ି ନେଇ ପାଣିପାଗ ବିଭାଗ ୟେଲୋ ଆଲର୍ଟ ଜାରି କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆଗାମୀ ୨ ଦିନ ପାଇଁ ୧୧ ଜିଲ୍ଲାକୁ ଘନ କୁହୁଡ଼ି ନେଇ ଆଲର୍ଟ ଜାରି ହୋଇଛି । ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଘନ କୁହୁଡ଼ି ଅନୁଭୂତ ହୋଇପାରେ ।

ବିଗତ ୨୪ ଘଣ୍ଟାରେ ଭୁବନେଶ୍ଵର ସହ ଖୋର୍ଦ୍ଧା, ପୁରୀ, କଟକ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଆଦି ଜିଲ୍ଲାରେ ଭୋର୍ ସମୟରେ ଘନ କୁହୁଡ଼ି ଆସ୍ତରଣ ଦେଖିବାକୁ ମିଳିଛି । ମଙ୍ଗଳବାର ରାଜଧାନୀ ଭୁବନେଶ୍ଵର ସକାଳ ୮ଟା ପର୍ଯ୍ୟନ୍ତ କୁହୁ଼ଡ଼ି ବଳୟରେ ରହିଥିଲା ।

ଏଥିସହ ପଢ଼ନ୍ତୁ: କମ୍ ବର୍ଷା, ଅଧିକ ଖରା... ପ୍ରଭାବିତ ହେବ ଫସଲ ଉତ୍ପାଦନ: IMDର ପୂର୍ବାନୁମାନ

IMD ଅନୁସାରେ, ଫେବ୍ରୁଆରୀରେ ସ୍ଵାଭାବିକ ଠାରୁ ଅଧିକ ରହିବ ତାପମାତ୍ରା । ଫେବ୍ରୁଆରୀରେ ଅନୁଭୂତ ହେବ ସାମାନ୍ୟ ଠାରୁ ଅଧିକ ଗରମ । ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ, ୨୦୨୬ ଫେବ୍ରୁଆରୀରେ ଦେଶର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ଓ ସର୍ବାଧିକ ତାପମାତ୍ରା ସ୍ଵାଭାବିକ ଠାରୁ ଅଧିକ ରହିପାରେ ।

ତେବେ ଦକ୍ଷିଣ ଭାରତ ଓ ମଧ୍ୟ ଭାରତର କିଛି ସ୍ଥାନରେ ତାପମାନା ସ୍ଵାଭାବିକ ପାଖାପାଖି ରହିବାର ସମ୍ଭାବନା ରହିଛି । ପାଣିପାଗ ବିଭାଗର ଆକଳନ ଅନୁସାରେ, ସ୍ଵାଭାବିକ ଠାରୁ ତାପମାତ୍ରା ଅଧିକ ରହିବା ଯୋଗୁଁ ରବି ଫସଲ ଶୀଘ୍ର ବଢ଼ିବ । ବିଶେଷକରି ଉତ୍ତର-ପଶ୍ଚିମ ଓ ମଧ୍ୟ ଭାରତରେ ଗହମ ଭଳି ଫସଲ ସମୟ ପୂର୍ବରୁ ପାଚିବା ସମସ୍ୟା ଉପୁଜିପାରେ । ଫଳରେ ସଶ୍ୟ ଫଳିବାରେ ସମସ୍ୟା ହେବା ସହ ହାଲୁକା ହେବ, ଅମଳ କମିବ ।