Weather / ଶୀତରେ ଥରୁଛି ରାଜ୍ୟ, ଭୁବନେଶ୍ୱରରେ ୧୫ ଡିଗ୍ରୀ ତଳେ ପାରଦ
·7 months ago·2 min read

Key Points
ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ
ରାଜ୍ୟରେ ଜାଡ଼ ଶୀତ
ଭୁବନେଶ୍ୱରରେ ୧୫ ଡିଗ୍ରୀ ତଳେ ପାରଦ
ରାଜ୍ୟରେ ଜାଡ଼ ଶୀତ
ଭୁବନେଶ୍ୱରରେ ୧୫ ଡିଗ୍ରୀ ତଳେ ପାରଦ
ରାଜ୍ୟରେ ପ୍ରବଳ ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ି । କିଛି ଦିନ ହେଲା ଜିଲ୍ଲାର ବିଭିନ୍ନ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳକୁ ରହୁଛି । ସକାଳ ସନ୍ଧ୍ୟାରେ ଘନ କୁହୁଡ଼ି ଛାଇ ରହୁଥିବାରୁ ଦୃଶ୍ୟମାନ ଦୂରତା କମ୍ ରହୁଛି । ଜନସାଧାରଣ ଏବଂ ଗାଡ଼ି ଚାଳକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବସ୍ ଓ ଛୋଟ ବଡ଼ ଯାନବାହନ ବିଳମ୍ବରେ ଚାଲୁଥିବାରୁ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହୋଇଛି । ରାଜ୍ୟରେ ହାଡ଼ଭଙ୍ଗା ଜାଡ଼ ଅନୁଭୂତ ହେଉଛି। ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଭୀଷଣ ଥଣ୍ଡା ହେଉଛି । ଅନ୍ୟ ସ୍ଥାନରେ ବି ଅସମ୍ଭାଳ ଶୀତ ହେବ । ଦେହ, ହାତ ଥରିଯାଉଛି ।
ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଅନୁଗୁଳରେ ଶୀତ ଲହରୀ ବହିବ । ଏଭଳି ଆକଳନ କରିଛି ପାଣିପାଗ ବିଭାଗ । ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଜାଡ଼ ଶୀତ । ଭୁବନେଶ୍ୱରରେ ୧୫ ଡିଗ୍ରୀ ତଳେ ପାରଦ । ଆଗାମୀ ଦିନରେ ଆହୁରି ୧-୨ ଡିଗ୍ରୀ ତାପମାତ୍ରାରେ ହ୍ରାସ ସମ୍ଭାବନା। ୨ ଡିସେମ୍ବର ସୁଦ୍ଧା ୨୦ ଡିଗ୍ରୀ ହ୍ରାସ ପାଇଛି। ୩ ଡିସେମ୍ବର ୧୬.୪ ଡିଗ୍ର॥ ୪ ଡିସେମ୍ବର ୧୫.୮ ଡିଗ୍ରୀ । ୫ ଡିସେମ୍ବର ୧୪ ଡିଗ୍ରୀ । ୬ ଡିସେମ୍ବର ୧୩ ଡିଗ୍ରୀ ରହିଥିବା ବେଳେ ଗତକାଲି । ଫୁଲବାଣୀରେ ୮.୫। ଅନୁଗୁଳରେ ୯.୮। କୋରାପୁଟ ୧୦.୮। ବାରିପଦା ୧୧.୫। ବଲାଙ୍ଗୀର ୧୧.୮ । କଟକ ୧୨.୪। ଟିଟିଲାଗଡ଼ ୧୩.୫ ତାପମାତ୍ରା ରେକର୍ଡ କରାଯାଇଥିଲା ।
ରାଜ୍ୟରେ ଏଭଳି ଥଣ୍ଡା ଜାରି ରହିବ । ୯ ଓ ୧୦ ତାରିଖ ବେଳକୁ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ଏକ ଟ୍ରଫ୍ଲାଇନ୍ ରହିପାରେ । ତଥାପି ପ୍ରବଳ ଥଣ୍ଡା ହେବ ବୋଲି ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି । ଦାରିଙ୍ଗବାଡ଼ି ସବୁଠୁ ଥଣ୍ଡା ଅଞ୍ଚଳ ପାଲଟିଥିଲା । ଏଠାରେ ରାତି ତାପମାତ୍ରା ୮.୫ ଡିଗ୍ରୀ ରହିଥିଲା ।
ଏଥିସହ ପଢ଼ନ୍ତୁ: ଓଃ କି ଶୀତ, ଥରୁଛି ଶ୍ରୀନଗର
କନ୍ଧମାଳ ଜିଲ୍ଲାରେ ପାରଦ ତାଳମୁହାଁ । ଗତ କିଛି ଦିନ ହେବ ପାରଦ ଖସିବାରେ ଲାଗିଛି l ପ୍ରବଳ ଜାଡ଼ ଯୋଗୁଁ ଲୋକେ ନିଆଁର ସାହାରା ନେଉଥିବା ଦେଖିବାକୁ ମିଳିଛି । ସକାଳୁ ଘନ କୁହୁଡ଼ି ଯୋଗୁଁ ରାସ୍ତା ଭଲରେ ଦୃଶ୍ୟମାନ ହେଉନାହିଁ । ଫଳରେ ଗାଡି ଚଳାଚଳରେ ବାଧା ସୃଷ୍ଟି ହେଉଛି । ରାଜ୍ୟରେ ଧିରେ ଧିରେ ପାରଦ କମିବା ସହିତ ଶୀତ ଫେରିଛି । ଦିନ ଏବଂ ରାତିର ତାପମାତ୍ରା ହ୍ରାସ ପାଉଥିବା ବେଳେ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଗାଁରେ ଶୀତ ପାଇଁ ଲୋକେ ନିଆଁ ପୁଆଁଉଥିବା ଦେଖିବାକୁ ମିଳୁଛି।
ଅଧିକ ପଢ଼ନ୍ତୁ ପାଣିପାଗ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: