Cold Wave / ଘାଣ୍ଟୁଛି ଶୀତ, ଆହୁରି ତିନି ଦିନ ଘେରିବ କୁହୁଡ଼ି
·8 months ago·2 min read

Key Points
ଥଣ୍ଡାରେ ଥରୁଛି ଓଡ଼ିଶା
ସୃଷ୍ଟି ହେଲା ଲଘୁଚାପ
ସୃଷ୍ଟି ହେଲା ଲଘୁଚାପ
ସୃଷ୍ଟି ହେଲା ଲଘୁଚାପ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ସ୍ପଷ୍ଟ ହେବାର ସମ୍ଭାବନା ଅଛି। ୫ ଜାନୁଆରୀ, ସନ୍ଧ୍ୟା 5ଟା ୩୦ରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ପୂର୍ବ ବିଷୁବରେଖା ନିକଟସ୍ଥ ଭାରତ ମହାସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସେପଟେ କିନ୍ତୁ ରାତି ତାପମାତ୍ରା ୨ରୁ ୪ଡିଗ୍ରୀ ଯାଏ କମିପାରେ। ଏଥିପାଇଁ ଶୀତ ବଢ଼ିବ । ଢେଙ୍କାନାଳ, ନୟାଗଡ଼, ଗଞ୍ଜାମ, କଟକ, ଗଜପତି ଓ କନ୍ଧମାଳରେ ଘନ କୁହୁଡ଼ି ମଧ୍ୟ ଦେଖାଦେବ। ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି।ଥଣ୍ଡାରେ କଲବଲ ସାରା ଓଡ଼ିଶା । ସାରା ରାଜ୍ୟରେ ଅସହ୍ୟ ଥଣ୍ଡା । କଲବଲ କରୁଛି ଘନ କୁହୁଡି । ରାଜ୍ୟରେ ଥଣ୍ଡା ସହ ଘନ କୁହୁଡ଼ି ପାଇଁ ଅସ୍ତବ୍ୟସ୍ତ ଜନଜୀବନ, ଯାତାୟାତ ମୁସ୍କିଲ୍ ହୋଇପଡ଼ିଛି । ଓଡ଼ିଶାରେ ଜାନୁଆରୀ ମାସରେ ବି ଜୋର ଶୀତ ସମ୍ଭାବନା ଥିବା ଅକଳନ କରିଛି ପାଣିପାଗ ବିଭାଗ ।
ପାଣିପାଗ ବିଶେଷଜ୍ଞଙ୍କ ସୂଚନାନୁସାରେ, ଆସନ୍ତା ତିନି ଦିନରେ ସାରା ରାଜ୍ୟରେ ରାତି ତାପମାତ୍ରା ପ୍ରାୟ ୩ ଡିଗ୍ରୀ ଯାଏ କମିପାରେ। ପରବର୍ତ୍ତୀ ତିନି ଦିନରେ ସର୍ବନିମ୍ନ ତାପମାତ୍ରା ପୁଣି ୨ ଡିଗ୍ରୀ ବଢ଼ିବ । ମକର ସଂକ୍ରାନ୍ତି ଯାଏ ଏହା ଅପରିବର୍ତ୍ତିତ ରହିପାରେ। ୧୦ ତାରିଖ ରାତିରେ ଭୁବନେଶ୍ୱର ଓ ବ୍ରହ୍ମପୁର ସମେତ ଦକ୍ଷିଣ ଉପକୂଳରେ ଶୀତ ସାମୟିକ ଭାବେ କମିପାରେ। ୧୧ ତାରିଖରେ ଶୀତ ପୁଣି ଲେଉଟିବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପାଞ୍ଚ ଦିନିଆ କୁହୁଡ଼ି ସତର୍କ ସୂଚନା ଜାରି କରିଛି।
ଫୁଲବାଣୀରେ ୮ ଡିଗ୍ରୀ, ବୌଦ୍ଧ ଓ କୋରାପୁଟରେ ୯, କେନ୍ଦ୍ରାପଡ଼ାରେ ୧୦, ଜଗତସିଂହପୁର, ଯାଜପୁର, ଭଦ୍ରକ, ଅନୁଗୁଳ ଓ ବାଲେଶ୍ୱରରେ ୧୧ ଡିଗ୍ରୀ ରହିପାରେ। ଢେଙ୍କାନାଳ, କଟକ, ଦେବଗଡ଼, ବାରିପଦା ଓ ମାଲକାନଗିରିରେ ୧୨ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ରବିବାର ରାତିରେ ଦାରିଙ୍ଗବାଡ଼ିରେ ପାରଦ ୮.୫ ଡିଗ୍ରୀ ଥିଲା। ଜି ଉଦୟଗିରିରେ ୯.୮, ଫୁଲବାଣୀରେ ୧୦, କୋରାପୁଟରେ ରାତି ତାପମାତ୍ରା ୧୦.୪ ଡିଗ୍ରୀ ଥିଲା। ସକାଳ ଏବଂ ସନ୍ଧ୍ୟା ସମୟରେ ଦୃଶ୍ୟମାନତା କମ୍ ରହିବାର ସମ୍ଭାବନା ଥିବାରୁ ଯାତ୍ରୀମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି । ଦୁର୍ଘଟଣା ଏଡାଇବା ପାଇଁ ଗାଡ଼ି ଚାଳକମାନଙ୍କୁ ଫଗ୍ ଲାଇଟ୍ ବ୍ୟବହାର କରିବାକୁ ଏବଂ ଧୀର ଗତି ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି ।
ଏଥିସହ ପଢ଼ନ୍ତୁ: ଆଜି ମଙ୍ଗଳ କରିବେ କୃପା ବର୍ଷିବ ଟଙ୍କା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଜାନୁୟାରି ୬-୭ ରୁ ନୟାଗଡ଼, ଢେଙ୍କାନାଳ, କନ୍ଧମାଳ, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ମୟୂରଭଞ୍ଜ, କେନ୍ଦୁଝର, ଏବଂ ସୁନ୍ଦରଗଡରେ କୁହୁଡ଼ିର ପ୍ରଭାବ ରହିବ। ସେହିପରି ଜାନୁଆରୀ ୭-୧୦ ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, କଟକ, ପୁରୀ, ଏବଂ ଖୋର୍ଦ୍ଧାରେ କୁହୁଡ଼ି ଅନୁଭୁତ ହେବ।
ଅଧିକ ପଢ଼ନ୍ତୁ ପାଣିପାଗ ଖବର:
ଅଧିକ ପଢ଼ନ୍ତୁ ପାଣିପାଗ ଖବର: