Winter Weather ALert / ଥଣ୍ଡାରେ କଲବଲ ସାରା ଓଡ଼ିଶା: କଲବଲ କରୁଛି ଘନ କୁହୁଡ଼ି
·8 months ago·2 min read

Key Points
ଥଣ୍ଡାରେ କଲବଲ ସାରା ଓଡ଼ିଶା
ସାରା ରାଜ୍ୟରେ ଅସହ୍ୟ ଥଣ୍ଡା
କଲବଲ କରୁଛି ଘନ କୁହୁଡି
ସାରା ରାଜ୍ୟରେ ଅସହ୍ୟ ଥଣ୍ଡା
କଲବଲ କରୁଛି ଘନ କୁହୁଡି
ଥଣ୍ଡାରେ କଲବଲ ସାରା ଓଡ଼ିଶା । ସାରା ରାଜ୍ୟରେ ଅସହ୍ୟ ଥଣ୍ଡା । କଲବଲ କରୁଛି ଘନ କୁହୁଡି । ରାଜ୍ୟରେ ଥଣ୍ଡା ସହ ଘନ କୁହୁଡ଼ି ପାଇଁ ଅସ୍ତବ୍ୟସ୍ତ ଜନଜୀବନ, ଯାତାୟାତ ମୁସ୍କିଲ୍ ହୋଇପଡ଼ିଛି । ଓଡ଼ିଶାରେ ଜାନୁଆରୀ ମାସରେ ବି ଜୋର ଶୀତ ସମ୍ଭାବନା ଥିବା ଅକଳନ କରିଛି ପାଣିପାଗ ବିଭାଗ । ବର୍ତ୍ତମାନ ରାତି ତାପମାତ୍ରା ଦୁଇଦିନ ପାଇଁ ସାମୟିକ ଭାବେ କମିବ । ରାତି ତାପମାତ୍ରା ପୁଣି ୨ରୁ ୩ ଡିଗ୍ରୀ ବଢ଼ିପାରେ । ୨-୩ ଦିନ ଅପରିବର୍ତ୍ତିତ ରହିବା ପରେ ପୁଣି ରାତି ତାପମାତ୍ରା ଖସିବ ।
ଆଗାମୀ ସପ୍ତାହରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଲହରି ଫେରିପାରେ । ଜାନୁଆରୀରେ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ଯେତିକି ରହିବା କଥା, ତା’ଠାରୁ କମ୍ ରହିବା ସମ୍ଭାବନା ଅଛି । ଓଡ଼ିଶାରେ ଚଳିତ ଶୀତ ଋତୁରେ ସର୍ବାଧିକ କୁହୁଡ଼ି ହୋଇଛି । ହୁଡ଼ିର ଘନ ଆସ୍ତରଣ ପାଇଁ ରାଜ୍ୟରେ ବାୟୁମଣ୍ଡଳରେ ପ୍ରଦୂଷଣ ଆସ୍ତରଣ ବଢ଼ୁଛି । ଧୂଳିକଣାର ପରସ୍ତ ଭାସି ବୁଲୁଛି ବାୟୁରେ । ସେହିପରି କୁହୁଡ଼ି ଯୋଗୁ ଖରା ପଡ଼ୁନଥିବାରୁ ଦିନ ତାପମାତ୍ରା ବି ବଢ଼ିପାରୁନି । ଦିନବେଳା ବି ଭୀଷଣ ଶୀତ ଅନୁଭୂତ ହେଉଛି।
ମାଡ଼ି ଆସିବ ଭୀଷଣ କୁହୁଡ଼ି । ଅତି ଘନ କୁହୁଡ଼ିର ବହଳ ଆସ୍ତରଣ ଆକାଶକୁ ଘୋଡ଼ାଇ ଦେବ । ଆଭ୍ୟନ୍ତରୀଣ ଓଡ଼ିଶାରେ ଏଭଳି ସ୍ଥିତି ଉପୁଜିପାରେ । ଏ ସମୟରେ ଯାତାୟାତ କରିବା ମୁସ୍କିଲ ହୋଇଯିବ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । ସେପଟେ ରାତି ତାପମାତ୍ରା ବଢ଼ିବା ଯୋଗୁ ଶୀତ କମିପାରେ ବୋଲି ମଧ୍ୟ ଆକଳନ ରହିଛି ।
ଶନିବାର ଜଗତସିଂହପୁର, ପୁରୀ, କଟକ ଓ ଖୋର୍ଦ୍ଧାରେ ଅତି ଘନ କୁହୁଡ଼ି ଦେଖା ଦେଇପାରେ । ଦୃଶ୍ୟମାନ ଦୂରତା ବିପଜ୍ଜନକ ସ୍ତରକୁ ଖସିପାରେ । ଏହି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । କେନ୍ଦ୍ରାପଡ଼ା, ଗଜପତି, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ନୟାଗଡ଼, ଗଞ୍ଜାମ, ସୁନ୍ଦରଗଡ଼ ଓ କନ୍ଧମାଳରେ ଘନ କୁହୁଡ଼ି ରହିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରବିବାର ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ପୁରୀ ଓ କଟକରେ ଅତି ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ । ଏ ସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣି ରହିଛି । ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡ଼ି ଅଧିକ ରହିବ । ୫ ତାରିଖରେ ମଧ୍ୟ ଏହି ସ୍ଥିତି ଜାରି ରହିବ । ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ପୁରୀ ଓ କଟକରେ ଅତି ଘନ କୁହୁଡ଼ି ଦିଶିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଆସନ୍ତା ଶନିବାର ଓ ରବିବାର ଦୁଇ ଦିନ ରାଜ୍ୟରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ । ରାତି ତାପମାତ୍ରା ବଢ଼ିଲେ ଶୀତ କିଛି କମିଯିବ । କିନ୍ତୁ ସୋମବାରଠାରୁ ଶୀତ ପୁଣି ବଢ଼ିବ । ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ଖସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ଗୁରୁବାର ରାତିରେ ଦାରିଙ୍ଗବାଡ଼ିରେ ରାତି ତାପମାତ୍ରା ୭ ଡିଗ୍ରୀ ଥିଲା । ଫୁଲବାଣୀରେ ୭.୫ ଓ କୋରାପୁଟରେ ୮.୧ ଡିଗ୍ରୀ ରେକର୍ଡ ହୋଇଥିଲା । କୋରାପୁଟରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୪ ଡିଗ୍ରୀ କମ୍ ରହିଥିଲା।

Related Topics
Explore more stories