Videos
|
Weather-calamities

Cold Wave Returns / ୧୭ ଯାଏଁ ଥରିବ ରାଜଧାନୀ, ଆଉ ତା'ପରେ କମିବ ଥଣ୍ଡା ହେବ ଗରମ

Banajyotshna Ray
Browse all articles by Banajyotshna Ray
·8 months ago·2 min read
୧୭ ଯାଏଁ ଥରିବ ରାଜଧାନୀ, ଆଉ ତା'ପରେ କମିବ ଥଣ୍ଡା ହେବ ଗରମ
Cold Wave Returns

Key Points

ରାଜ୍ୟରେ ପୁଣି ଲେଉଟିଛି ଶୀତ
ଥରିବ ରାଜଧାନୀ ହେବ କୁହୁଡି


ରାଜ୍ୟରେ ପୁଣି ଲେଉଟିଛି ଶୀତ। ବିଭିନ୍ନ ସହରରେ ପାରଦ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଥିବା ବେଳେ ଆଗାମୀ ଦିନରେ ତାପମାତ୍ରା ଆହୁରି ନିମ୍ନଗାମୀ ହୋଇ ଶୀତ ଆହୁରି ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରାଯାଇଛି । ଏଭଳିସ୍ଥିତିରେ ରାଜ୍ୟରେ ୧୭ ତାରିଖ ଯାଏଁ ଶୀତ ଜାରି ରହିବ। ହେଲେ ପଶ୍ଚିମାଝଡ଼ ପ୍ରଭାବରେ ୧୮ତାରିଖରୁ ତାପମାତ୍ରା ବୃଦ୍ଧି ଘଟି ଶୀତରେ ବ୍ରେକ୍‌ ଲାଗିବା ସମ୍ଭାବନା ।

ଆସନ୍ତା ୨୪ ଘଣ୍ଟା ପାଇଁ ଶୀତ ଲହରୀ ନେଇଁ ୮ ଜିଲ୍ଲାକୁ ହଳଦିଆ ଚେତାବନୀ ଜାରି ରହିଛି । ସେହିସବୁ ଜିଲ୍ଲା ଗୁଡ଼ିକ ହେଲା ଖୋର୍ଦ୍ଧା,କଟକ,କେନ୍ଦ୍ରାପଡ଼ା, ଜଗତସିଂହପୁର, ଅନୁଗୁଳ,ଢେଙ୍କାନାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା । ଏଥିସହ ଆସନ୍ତାକାଲି ପାଇଁ ଏହି ୮ ଟି ଜିଲ୍ଲାରେ ପ୍ରବଳ ଜାଡ଼ ହେବାର ସମ୍ଭାବନା ଥିବାରୁ ଜାରି ହୋଇଛି ୟେଲୋ ଓ୍ୱାର୍ଣ୍ଣିଂ।ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ କୌଣସି ବଡ଼ ଧରଣର ପରିବର୍ତ୍ତନର ସମ୍ଭାବନା ନଥିବାବେଳେ ଗତ ୨୪ ଘଣ୍ଟାରେ ସର୍ବନିମ୍ନ ତାପମାତ୍ରା ରାଉରକେଲା 6.6°C, ଝାରସୁଗୁଡା 7.8°C, କେନ୍ଦୁଝର 9.4°C, ସମ୍ବଲପୁର 11.6°C, ଭୁବନେଶ୍ୱର 11.8°C, ହୀରାକୁଦ 12.8°C ରେକର୍ଡ କରାଯାଇଛି ।

ତେବେ ୧୭ ପରେ ରାଜ୍ୟରେ ଶୀତ କମିବ ଏହାସହ ତାତି ଧିରେ ଧିରେ ଆରମ୍ଭ ହେବାର ସମ୍ଭାବନା ରହିଛି। ଛାଡ଼ୁନି ଶୀତ । ଦୁଇ ଦିନ ପାଇଁ ପାରଦ ସାମାନ୍ୟ ଉପରକୁ ଉଠିଥିଲେ ମଧ୍ୟ ପୁଣି ଖସିଛି । ଜାଡ଼ ମାଡ଼ରେ ସାରା ରାଜ୍ୟ ଏବେ ଅସ୍ତବ୍ୟସ୍ତ । ସକାଳୁ କମ୍ବଳ ଭିତରୁ ବାହାରକୁ ବାହାରି ହେଉନି, କି ସନ୍ଧ୍ୟା ହେଲେ ଖୋଲା ଆକାଶ ତଳେ ବୁଲି ହେଉନି । ଏମିତି ଥଣ୍ଡା ଲେଉଟୁଛି ଯେ, ନକହିବା ଭଲ । ଲଗାତର ଏଭଳି ଜାଡ଼ ମାଡ଼ ଯୋଗୁଁ ଏବେ ପ୍ରାୟ ପତ୍ୟେକ ଘରେ ଥଣ୍ଡା କାଶ, ଜ୍ୱର ପୀଡ଼ିତଙ୍କୁ ଦେଖିବାକୁ ମିଳିଛି ।

ଏଥିସହ ପଢ଼ନ୍ତୁ: ମିଛ ବିଜ୍ଞାପନ ଫଶିଲେ ସଲମାନ ଓ ହ୍ରିତିକ୍‌, ଖାଉଟି ଅଦାଲତରେ ମାମଲା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରବଳ ଶୀତ ସାଙ୍ଗକୁ ଜାଡ଼ ଓ ଥଣ୍ଡା ଯୋଗୁଁ ଅଞ୍ଚଳବାସୀ ଖରା ଓ ନିଆଁର ସାହାରା ନେଉଛନ୍ତି। ପ୍ରବଳ କୁହୁଡ଼ି ଯୋଗୁଁ ଯାନବାହନ ଯାତାୟାତରେ ଅସୁବିଧା ହେଉଥିବା ବେଳେ ଦୁର୍ଘଟଣା ଘଟୁଛି। କହିବାକୁ ଗଲେ ପ୍ରବଳ ଶୀତ ଯୋଗୁଁ ଘୁ.ଉଦୟଗିରିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଶୀତ ଦାଉରୁ ରକ୍ଷା ପାଇବାକୁ ସନ୍ଧ୍ୟା ପୂର୍ବରୁ ଲୋକେ ନିଆଁ ଲଗାଇ ବସୁଛନ୍ତି।

ଅଧିକ ପଢ଼ନ୍ତୁ ପାଣିପାଗ ଖବର: 


Related Topics

Explore more stories