Videos
|
Weather-calamities

Cyclone Arnab / ଓଡ଼ିଶା ମୁହାଁ ବାତ୍ୟା ‘ଅର୍ଣ୍ଣବ’... ଅଶାନ୍ତ ଦକ୍ଷିଣ ଓଡ଼ିଶା, ୪ ଜିଲ୍ଲାକୁ ସତର୍କ ସୂଚନା

Rashmita Mishra
Browse all articles by Rashmita Mishra
·1 hour ago·2 min read
ଓଡ଼ିଶା ମୁହାଁ ବାତ୍ୟା ‘ଅର୍ଣ୍ଣବ’...  ଅଶାନ୍ତ ଦକ୍ଷିଣ ଓଡ଼ିଶା, ୪ ଜିଲ୍ଲାକୁ ସତର୍କ ସୂଚନା
Cyclone Arnab

Key Points

ଲ୍ୟାଣ୍ଡଫଲ୍ ସରିଲା, ଏବେ ଓଡ଼ିଶା ମୁହାଁ ବାତ୍ୟା ‘ଅର୍ଣ୍ଣବ’
ଆନ୍ଧ୍ର ଉପକୂଳ ଅତିକ୍ରମ କଲା ବାତ୍ୟା, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା
ବାତ୍ୟା ପ୍ରଭାବରେ ଅଶାନ୍ତ ଦକ୍ଷିଣ ଓଡ଼ିଶା, ୪ ଜିଲ୍ଲାକୁ ସତର୍କ ସୂଚନା
ଘଣ୍ଟାକୁ ୮୦ କିମି ବେଗରେ ବହିପାରେ ପବନ, ଗଜପତିରେ ୨୫୦ ମିମି ବର୍ଷା ଆଶଙ୍କା

ଆନ୍ଧ୍ର ଉପକୂଳ ଅତିକ୍ରମ କରିଛି ବାତ୍ୟା ‘ଅର୍ଣ୍ଣବ’ । ପ୍ରାୟ ୬ ଘଣ୍ଟା ଧରି ଚାଲିଥିଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଏହି ସମୟରେ ବାତ୍ୟାର ତୀବ୍ରତା ହ୍ରାସ ପାଇ ଅତି ଭୀଷଣ ବାତ୍ୟାରୁ ଭୀଷଣ ବାତ୍ୟାରେ ପରିଣତ ହୋଇଛି । ଏହାର ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଜିଲ୍ଲାଗୁଡ଼ିକରେ ପାଗ ଅଧିକ ଅଶାନ୍ତ ହେବା ସହ ଲଗାଣ ବର୍ଷା ଜାରି ରହିଛି ।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଓଡ଼ିଶାରେ ପ୍ରବେଶ କରିବା ବେଳକୁ ବାତ୍ୟା ଦୁର୍ବଳ ହୋଇ ଗଭୀର ଅବପାତର ରୂପ ନେଇପାରେ । ତେବେ ଏହାର ପ୍ରଭାବରେ ରାଜ୍ୟର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ପବନ ହେବାର ଆଶଙ୍କା ରହିଛି ।

ଗଜପତି ଜିଲ୍ଲାରେ ୨୫୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ଆକଳନ କରାଯାଇଛି । ଗଞ୍ଜାମ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜନଜୀବନକୁ ପ୍ରଭାବିତ କରୁଛି । ଗଞ୍ଜାମ, ଗଜପତି, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାରେ ଘଣ୍ଟାପ୍ରତି ୮୦ କିଲୋମିଟର ବେଗରେ ଝଟକା ପବନ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଅନ୍ୟପଟେ, ଗଜପତି, ଗଞ୍ଜାମ, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ବାତ୍ୟାର ପ୍ରଭାବ ଅନୁଭୂତ ହେବା ଆରମ୍ଭ ହୋଇଛି । ଆସନ୍ତା ୩ ଘଣ୍ଟା ମଧ୍ୟରେ ଏହି ଜିଲ୍ଲାଗୁଡ଼ିକରେ ପ୍ରଭାବ ଅଧିକ ଅନୁଭୂତ ହୋଇପାରେ । କେତେକ ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି । ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ରହିବା ସହ ଝଟକା ପବନ ୬୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ ।

ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ଚାରିଟି ଜିଲ୍ଲାକୁ ସତର୍କ କରାଯାଇଛି । ଏହି ସମୟରେ ଲୋକଙ୍କୁ ଅଯଥାରେ ଘରୁ ବାହାରିବାରୁ ନିବୃତ୍ତ ରହିବା, ବଜ୍ରପାତ ସମୟରେ ନିରାପଦ ସ୍ଥାନରେ ଆଶ୍ରୟ ନେବା ଏବଂ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: