Landslide Warning / ୨୩ ରାତିରେ ଉପକୂଳ ଅତିକ୍ରମ କରିବ…୪ ଜିଲ୍ଲାକୁ ରେଡ୍ ଆଲର୍ଟ…ଭୂସ୍ଖଳନ ନେଇ ସତର୍କ
·51 mins ago·2 min read

Key Points
ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବା ସହ ସେପ୍ଟେମ୍ବର ୨୩ ରାତିରୁ ୨୪ ସକାଳ ମଧ୍ୟରେ ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ ଉପକୂଳ ଅତିକ୍ରମ କରିବ ବୋଲି IMD ଡିଜି କହିଛନ୍ତି। ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏସଆରସିଙ୍କ ସମୀକ୍ଷା ପରେ ରାଜସ୍ୱ ମନ୍ତ୍ରୀ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୨୩-୨୪ ପାଇଁ ଗଞ୍ଜାମ, ଗଜପତି ଓ କୋରାପୁଟ ଏବଂ ୨୪-୨୫ ପାଇଁ କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି।
ସମ୍ବେଦନଶୀଳ ଜିଲ୍ଲାଗୁଡ଼ିକରେ ୩୩ଟି ODRAF ଟିମ୍ ନିୟୋଜିତ କରାଯାଇଛି। ସ୍ୱାସ୍ଥ୍ୟ ବିଭାଗକୁ ମେଡିକାଲ ଟିମ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ସହ ଆବଶ୍ୟକ ସାମଗ୍ରୀ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗଜପତି, ରାୟଗଡ଼ା, ଗଞ୍ଜାମ, କୋରାପୁଟ ଓ ମାଲକାନଗିରିର ଭୂସ୍ଖଳନ ପ୍ରବଣ ଅଞ୍ଚଳ ଉପରେ ବିଶେଷ ନଜର ରଖାଯାଇଛି।
ଘନୀଭୂତ ହେଉଛି ଅବପାତ । ଆଉ କିଛି ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବ । ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଗତି କରୁଥିବା ଅବପାତ ପ୍ରଭାବରେ ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷା ଲାଗି ରହିଛି । ଯାହାକୁ ନେଇ ପ୍ରଶାସନ ସଜାଗ ରହିବା ସହ ସତର୍କ ପଦକ୍ଷେପ ନେଇଛି ।
ପ୍ରବଳ ବର୍ଷା ପାଇଁ ଦକ୍ଷିଣ ଓଡ଼ିଶାର ପ୍ରାୟ ଜିଲ୍ଲାରେ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଥିଲା । ଏବେ କଲେଜକୁ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି । ମାଲକାନଗିରି ସହ ଗଞ୍ଜାମ ଜିଲ୍ଲାରେ ସମସ୍ତ କଲେଜ ବର୍ଷାକୁ ଦୃଷ୍ଟି ରଖି ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରବଳ ବର୍ଷା ପାଇଁ ଦକ୍ଷିଣ ଓଡ଼ିଶାର ପ୍ରାୟ ଜିଲ୍ଲାରେ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଥିଲା । ଏବେ କଲେଜକୁ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି । ମାଲକାନଗିରି ସହ ଗଞ୍ଜାମ ଜିଲ୍ଲାରେ ସମସ୍ତ କଲେଜ ବର୍ଷାକୁ ଦୃଷ୍ଟି ରଖି ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ।
Related Topics
Explore more stories