Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

ଦଶହରାରେ ଭିଜିବ ସାରା ଓଡିଶା

Rashmita Mishra
Browse all articles by Rashmita Mishra
·10 months ago·2 min read
ଦଶହରାରେ ଭିଜିବ ସାରା ଓଡିଶା

Key Points

ପୂଜାକୁ ଭିଜାଇବ ବର୍ଷା । ସୃଷ୍ଟି ହୋଇପାରେ ଲଘୁଚାପ। ଆସନ୍ତା ୨୫ ଓ ୨୬ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା ଅଛି ।

ଦୁର୍ଗାପୂଜାକୁ ଭିଜାଇବ ବର୍ଷା । ସୃଷ୍ଟି ହୋଇପାରେ ଲଘୁଚାପ। ଆସନ୍ତା ୨୫ ଓ ୨୬ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା ଅଛି । ଏହା ଘନୀଭୂତ ହୋଇ ଅବପାତ ରୂପ ନେବ। ଏହାର ପ୍ରଭାବରେ ୨୭ ଓ ୨୮ ତାରିଖରେ ବର୍ଷା ହେବ। ୨୯ ତାରିଖରେ ବି ବର୍ଷା ହୋଇପାରେ । ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି ।

୨୫ ବା ୨୬ ତାରିଖରେ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ବିଭିନ୍ନ ମଡେଲ ଆକଳନ କରିଛନ୍ତି । ୨୬ ତାରିଖରୁ ରାଜ୍ୟରେ ପାଗ ବଦଳିବ। ୨୭ ଓ ୨୮ ତାରିଖ ରାଜ୍ୟର ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ । ଦକ୍ଷିଣ ଓଡ଼ିଶାରେ ଭାରୀ ବର୍ଷା ହୋଇପାରେ । ଅନ୍ୟ କିଛି ସ୍ଥାନରେ ବି ଭାରୀ ବର୍ଷା ହୋଇପାରେ।
୨୮ ତାରିଖ ହେଉଛି ଦଶହରାର ଷଷ୍ଠୀ ପୂଜା। ଷଷ୍ଠୀ ଓ ସପ୍ତମୀ ପୂଜା ସମୟରେ ବର୍ଷା ହୋଇପାରେ ବୋଲି ସେ ପୂର୍ବାନୁମାନ କରିଛନ୍ତି । ସୃଷ୍ଟି ହୋଇଥିବା ଲଘୁଚାପ ୨୯ ତାରିଖ ବେଳକୁ ପଶ୍ଚିମ ଓଡ଼ିଶା ଦେଇ ଛତିଶଗଡ଼ ଓ ପରେ ନାଗପୁର ଆଡ଼କୁ ଯିବ। ୨୯ରେ ବର୍ଷା ଆଶଙ୍କା ଅଛି। ୩୦ ତାରିଖ ପରେ ପାଗ ଶୁଖିଲା ରହିବ। ଏହା ପ୍ରାଥମିକ ଆକଳନ। ୨୧ ତାରିଖ ବେଳକୁ ଠିକ୍‌ ଆକଳନ କରିହେବ ବୋଲି ସେ କହିଛନ୍ତି ।

ଆସନ୍ତା ୧୭ ତାରିଖ ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୧୮ ତାରିଖରେ ମଧ୍ୟ ରାଜ୍ୟର ବିକ୍ଷିପ୍ତ ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରୁଆ ଧାନରେ ଶୀଘ୍ର ଶୀର୍ଷ ଯବକ୍ଷାରଜାନ ପ୍ରୟୋଗ କରିବାକୁ ପ୍ରଫେସର ପଶୁପାଳକ ପରାମର୍ଶ ଦେଇଛନ୍ତି । ସାର ନ ପକାଇଲେ ଗଛର ଅଭିବୃଦ୍ଧି କମିଯିବ ।

୨୯ ତାରିଖ ପରେ ବର୍ଷାକୁ ଦେଖି ଦ୍ୱିତୀୟ ଶୀର୍ଷ ସାର ପ୍ରୟୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି । ମୁଗ, ବିରି, କୋଳଥ, ଅଳସି ଭଳି ପ୍ରାକ୍‌ ରବି ଫସଲ ଶୀଘ୍ର ବୁଣନ୍ତୁ । ୬୦ରୁ ୭୦ ଦିନିଆ କମ୍‌ ଅବଧି ବିଶିଷ୍ଟ କିସମ ଚୟନ କରନ୍ତୁ । ଅକ୍ଟୋବର ମାସରେ ଅଧିକ ବର୍ଷା ହୋଇପାରେ । ଏଣୁ ଅଧିକ ବିଳମ୍ବ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dussehra 2025: Odisha Gears Up for Grand Festivities | Argus News | Argus News