Weather Update / ପୁଣି ଏକ ଲଘୁଚାପ, 23 ରୁ ପ୍ରବଳ ବର୍ଷା

Key Points
୨୫ ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର
ପ୍ରଭାବରେ ୨୩ ରୁ ବଢିବ ବର୍ଷାର ପରିମାଣ
ଭିଜିବ ଦଶହରା
22ରୁ ଦଶହରା ଆରମ୍ଭ ହେବାକୁ ଥିବାବେଳେ 23 ରୁ ପ୍ରବଳ ବର୍ଷା ନେଇ ଆଲର୍ଟ କଲା ପାଣିପାଗ ବିଭାଗ । ଆସନ୍ତା ୨୫ ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ସମ୍ଭାବନା ରହିଛି । ମିଆଁମାର-ବାଂଲାଦେଶ ଉପକୂଳରେ ସୃଷ୍ଟି ହୋଇପାରେ ସ୍ପଷ୍ଟ ଲଘୁଚାପ କ୍ଷେତ୍ର । ପ୍ରଭାବରେ ୨୩ ରୁ ବଢିବ ବର୍ଷାର ବିସ୍ତୃତି ।
ସାରା ଓଡ଼ିଶାରେ ବିଜୁଳି ଘଡଘଡି ସହ ବର୍ଷାର ସମ୍ଭାବନା ଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ମୟୁରଭଞ୍ଜ ଓ କେନ୍ଦୁଝର ଏହି ୨ ଜିଲ୍ଲାରେ ପ୍ରବଳ ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଦେଇଛି ବିଭାଗ । ବିଶେଷକରି ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ । ୨୩ ରୁ ୨୭ ତାରିଖ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଚେତାବନୀ ଦେଇଛି ବିଭାଗ । ଏପଟେ ଆସନ୍ତା ୨୪ ଘଣ୍ଟାରେ ସାରା ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।
ଆହୁରି ପଢନ୍ତୁ ଦଶହରାରେ ଭିଜିବ ସାରା ଓଡିଶା
📱 Get Argus News App
✨ବିଜୁଳି ଘଡଘଡି ସହ ୩୦ ରୁ ୪୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବୋହିବାର ସମ୍ଭାବନାକୁ ନେଇ ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ଆସନ୍ତାକାଲି ଉପକୂଳ ଓ ଉତ୍ତର ଓଡିଶାର ୧୪ ଜିଲ୍ଲା ସୁନ୍ଦରଗଡ , ମୟୁରଭଞ୍ଜ ,କେନ୍ଦୁଝର, ଯାଜପୁର ,ଭଦ୍ରକ , ବାଲେଶ୍ୱର, କଟକ, କେନ୍ଦ୍ରାପଡା ଜଗତସିଂପୁର ନୟାଗଡ, ଖୋର୍ଦ୍ଧା, ପୁରୀ ,ଗଂଜାମ ଓ ଗଜପତି କୁ ବିଜୁଳି ଘଡଘଡି ସହ ବର୍ଷା କୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ ।
୨୬ ଯାଏ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ବିଭାଗ । ସେପଟେ ଗତ ୨୪ ଘଣ୍ଟାରେ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ଢେଙ୍କାନାଳର କାମାକ୍ଷାନଗରରେ ସର୍ବାଧିକ ୨୭.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।
Related Topics
Explore more stories