Heavy Rain Alert / ରାଜ୍ୟରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା....୨୪ ଘଣ୍ଟା ପ୍ରବଳ ଛେଚିବ
·2 months ago·2 min read

Key Points
ରାଜ୍ୟରେ ସକ୍ରିୟ ରହିଛି ଲଘୁଚାପ
ଏହାର ପ୍ରଭାବରେ ଆଜି ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି

ସ୍ଥିତିକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ୮ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଏବଂ ୭ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଲଗାଣ ବର୍ଷା ଯୋଗୁଁ ସହରାଞ୍ଚଳରେ ଜଳବନ୍ଦୀ ଓ ଚାଷଜମି ନଷ୍ଟ ହେବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି।
ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ବର୍ତ୍ତମାନ ଦକ୍ଷିଣ ଝାରଖଣ୍ଡ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ପାଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗ ଦେଇ ଉତ୍ତର ଛତିଶଗଡ଼ ଓ ଦକ୍ଷିଣ ଝାଡ଼ଖଣ୍ଡ ଆଡ଼କୁ ଗତି କରି ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ କିଛି କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।
ସେପଟେ ଲଗାଣ ବର୍ଷା ପାଇଁ କାଣୀ ନଦୀରେ ଘାଇ । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବୈତରଣୀ ନଦୀ ଶାଖା କାଣୀ ନଦୀର କଣ୍ଟପଡାଠାରେ ସୃଷ୍ଟି ହୋଇଛି ୨ଟି ଘାଇ l ୫୦ ଫୁଟ ଏବଂ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ ବ୍ଲକର ମଲିକାପୁର, ଦୁଦୁରାଅଣ୍ଟା, ଶୁଶୁଆ, ମଙ୍ଗଳପୁର, କନିକାପଡା ଆଦି ପଞ୍ଚାୟତର ଚାଷ ଜମିରେ ପ୍ରଭାବିତ ହେଉଛି ବନ୍ୟା ଜଳ । କିଛି ତଳି ଅଂଚଳରେ ମଧ୍ୟ ବନ୍ୟା ଜଳ ପ୍ରବେଶ କରିଥିବା ଜଣାପଡିଛି। ତେବେ ୧୫ ଦିନ ଭିତରେ ନିର୍ମାଣ ହୋଇଥିଲା ଏହି ନଦୀ ବନ୍ଦ l ଲଗାଣ ବର୍ଷା କାରଣରୁ ନୂତନ ଭାବେ ନିର୍ମାଣ ହୋଇଥିବା ଏହି ନଦୀ ବନ୍ଦ ଦୁର୍ବଳ ହୋଇଥିଲା l ବନ୍ୟା ପାଣି ଆସିବାରୁ ଏହି ଘାଇ ସୃଷ୍ଟି ହୋଇଛି।
ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ୍ ଜନଜୀବନ। ଅନେକ ସ୍ଥାନରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ବିଶେଷ କରି କେନ୍ଦୁଝର ଜିଲା ହାଟଡିହି ବ୍ଲକ ଶିବନାରାୟଣପୁର ଗ୍ରାମରେ ସ୍ଥିତି ସଂଗୀନ ହୋଇପଡ଼ିଛି। ଶହ ଶହ ଏକର ଚାଷ ଜମି ଜଳମଗ୍ନ ହେବା ସହ ଗାଁ ଭିତରକୁ ପଶିଛି ବନ୍ୟା ଜଳ। ଲଗାଣ ବର୍ଷା ଆଣିଛି ଦୁର୍ଦ୍ଦଶା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅନ୍ତର୍ଗତ କୁମୁଳାବାହାଳି ସ୍ଥିତ ତେଲ ନଦୀ ପୋଲ ଉପରେ ପ୍ରାୟ 4 ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି । ଉପରମୁଣ୍ଡ ଶିମିଳିପାଳ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ନଦୀର ଜଳସ୍ତର ହଠାତ୍ ବୃଦ୍ଧି ପାଇଥିବାରୁ ପୋଲ ଉପରେ ପାଣି ଚାଲିଛି । ଏହାଫଳରେ କେନ୍ଦୁଝର ଜିଲ୍ଲାର ସାହାରପଡା ଏବଂ ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି । ପୋଲର ଉଭୟ ପାର୍ଶ୍ୱରେ ଅନେକ ଛୋଟ ବଡ଼ ଗାଡ଼ି ଅଟକି ରହିଥିବାବେଳେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ପାଣିର ସ୍ରୋତ ଅତ୍ୟନ୍ତ ପ୍ରଖର ଥିବାରୁ ସ୍ଥାନୀୟ ପ୍ରଶାସନ ପୋଲ ଉପରେ ଯାତାୟାତ ନ କରିବାକୁ ଲୋକଙ୍କୁ ସତର୍କ କରିଛି । ଜଳସ୍ତର କମିବା ପର୍ଯ୍ୟନ୍ତ ବିକଳ୍ପ ମାର୍ଗ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।
Related Topics
Explore more stories