Videos
|
Weather-calamities

Rain Alert / ଓଡ଼ିଶାରେ ବର୍ଷା ବିପଦ: ୫ ଦିନ ଯାଏଁ ଛେଚିବ ବର୍ଷା ଅନେକ ଜିଲ୍ଲାକୁ ଆଲର୍ଟ

Rashmita Mishra
Browse all articles by Rashmita Mishra
·1 hour ago·2 min read
ଓଡ଼ିଶାରେ ବର୍ଷା ବିପଦ: ୫ ଦିନ ଯାଏଁ ଛେଚିବ ବର୍ଷା ଅନେକ ଜିଲ୍ଲାକୁ ଆଲର୍ଟ
Rain Alert

Key Points

ଆସନ୍ତା ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ।
୫ ଦିନ ଯାଏଁ ଛେଚିବ ବର୍ଷା ଅନେକ ଜିଲ୍ଲାକୁ ଆଲର୍ଟ ।
ଓଡ଼ିଶାରେ ବର୍ଷା ବିପଦ ଅରେଞ୍ଜ-ୟେଲୋ ୱାର୍ଣ୍ଣିଂ ।
ହୀରାକୁଦର ୧୦ ଗେଟ୍ ଖୋଲା ମୁଣ୍ଡଳୀରେ ପହଞ୍ଚିଲା ବନ୍ୟାଜଳ । 

ଦୁଇଟି ଟ୍ରଫ୍ ଲାଇନ୍‌ ପ୍ରଭାବରେ ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ନୂଆପଡ଼ା, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ । ଅରେଞ୍ଜ ୱାର୍ଣ୍ଣିଂ ଜାରି । ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଦେଓଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାକୁ ପ୍ରକଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି । ଜୁନ୍ ୧ ରୁ ଏପର୍ଯ୍ୟନ୍ତ ରାଜ୍ୟରେ ୪୮୮.୯ ମିମି ବର୍ଷା ହୋଇଛି, ଯାହା ସ୍ୱାଭାବିକଠାରୁ ୧୩% ଅଧିକ। ଗତ ୨୪ ଘଣ୍ଟାରେ ପୁରୀ ଜିଲ୍ଲାର କାକଟପୁରରେ ସର୍ବାଧିକ ୧୦୮ ମିମି ବର୍ଷା ରେକର୍ଡ କରାଯାଇଛି ।

ସେପଟେ ଲଘୁଚାପ ଜନିତ ଲଗାଣ ବର୍ଷା ଓ ଉପରମୁଣ୍ଡର ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି । ହୀରାକୁଦରୁ ନିଷ୍କାସିତ ହୋଇଥିବା ବନ୍ୟା ଜଳ କଟକ ଆଠଗଡ଼ ସ୍ଥିତ ମୁଣ୍ଡଳୀ ବ୍ୟାରେଜ୍‌ରେ ପହଞ୍ଚିଛି । ବର୍ତ୍ତମାନ ମୁଣ୍ଡଳୀ ବ୍ୟାରେଜ୍ ଦେଇ ୧ ଲକ୍ଷ ୩୪ ହଜାର କ୍ୟୁସେକ୍‌ରୁ ଉର୍ଦ୍ଧ୍ୱ ବନ୍ୟା ଜଳ ପ୍ରବାହିତ ହେଉଛି । ୨ ଦିନ ପୂର୍ବରୁ ହୀରାକୁଦର ୪ଟି ଗେଟ୍ ଦେଇ ଛଡ଼ାଯାଇଥିବା ପାଣି ଏବେ ମୁଣ୍ଡଳୀରେ ପହଞ୍ଚିଛି ।

ରାଜ୍ୟରେ ତୁହାକୁ ତୁହା ବର୍ଷା ଜାରି ରହିଥିବା ବେଳେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ବର୍ଷା ଜଳ ସହ ବନ୍ୟା ଜଳ ମିଶିବା ସତ୍ତ୍ୱେ ମଧ୍ୟ ମହାନଦୀରେ ବନ୍ୟା ସୃଷ୍ଟି ହେବାର କୌଣସି ଆଶଙ୍କା ନାହିଁ ବୋଲି ବ୍ୟାରେଜ୍ ଦାୟିତ୍ୱରେ ଥିବା ଯନ୍ତ୍ରୀ ସୂଚନା ଦେଇଛନ୍ତି ।

ଲଗାଣ ବର୍ଷାରେ ବଢ଼ିଲା ହୀରାକୁଦ ଜଳସ୍ତର । ୧୦ଟି ଗେଟ୍‌ରେ ହୀରାକୁଦ ଡ୍ୟାମ୍‌ରୁ ଜଳ ନିଷ୍କାସର ଜାରି । ବାମପାର୍ଶ୍ଵରେ ୭ଟି ଓ ଡାହାଣ ପାର୍ଶ୍ଵରେ ୩ଟି ଗେଟ୍ ଖୋଲା । ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୧୩.୩୩ ଫୁଟ । ଉପର ମୁଣ୍ଡରୁ ସେକେଣ୍ଡ ପ୍ରତି ୨,୧୦,୪୨୯ କ୍ୟୁସେକ ଜଳ ପ୍ରବେଶ । ୧୦ଟି ଗେଟ୍‌ରେ ସେକେଣ୍ଡ ପ୍ରତି ୧,୮୬ ,୩୫୪ କ୍ୟୁସେକ ଜଳ ନିଷ୍କାସନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored