Rain Alert / ଗଭୀର ଅବପାତରେ ଭିଜିବ ଓଡ଼ିଶା; ଘଣ୍ଟାକୁ ୭୦ କିମି ବେଗରେ ପବନ

Key Points
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ସିଧାସଳଖ ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡ଼ିଶା ଉପକୂଳ ଆଡ଼କୁ ଗତି କରୁଛି । ଏହା ଆଜି ଦିଘାର ପୂର୍ବ ଏବଂ ହଳଦିଆର ପଶ୍ଚିମ ଭାଗ ଦେଇ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଅଛି ।
ଏହା ପ୍ରଭାବରେ ଓଡ଼ିଶାରେ ବିଶେଷ କରି ଉତ୍ତର ଉପକୂଳ ଜିଲ୍ଲା ଏବଂ ପଶ୍ଚିମବଙ୍ଗର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । କେତେକ ସ୍ଥାନରେ ଅତି ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ତଳିଆ ଅଞ୍ଚଳରେ ଜଳବନ୍ଦୀ ଓ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଆଖପାଖ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଘଣ୍ଟା ପ୍ରତି ୫୦-୬୦ କିମି ବେଗରେ ପବନ ବହିବ, ଯାହାକି ବେଳେବେଳେ ୭୦ କିମି ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ।
ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସମୁଦ୍ର ଅଶାନ୍ତରୁ ଅତି ଅଶାନ୍ତ ରହିବ । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ସମ୍ଭାବନା।ଆସନ୍ତା ୨୪ ଘଣ୍ଟା ପାଇଁ ୪ ଜିଲ୍ଲା ଅର୍ଥାତ୍ ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ,୧୨ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପଶ୍ଚିମବଙ୍ଗ ଉପକୂଳ ନିକଟରେ ସକ୍ରିୟ ରହିଛି ଗଭୀର ଅବପାତ । ଆଜି ଦୀଘାର ପୂର୍ବ ଓ ହଳଦିଆର ପଶ୍ଚିମ ଦେଇ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା।ବର୍ତ୍ତମାନ ଗଭୀର ଅବପାତ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ପ୍ରାୟ ୨ କି.ମି. ବେଗରେ ଧୀରେ ଧୀରେ ପଶ୍ଚିମ ଦିଗକୁ ଗତି କରିଛି ।
ପଶ୍ଚିମବଙ୍ଗର ଦୀଘା ଠାରୁ ପ୍ରାୟ ୩୦ କି.ମି. ଦକ୍ଷିଣ-ପଶ୍ଚିମରେ, କଣ୍ଟାଇ ଠାରୁ ୩୦ କି.ମି. ଦକ୍ଷିଣ-ପଶ୍ଚିମରେ, ସାଗର ଦ୍ୱୀପ ଠାରୁ ୫୦ କି.ମି. ପଶ୍ଚିମରେ, ହଳଦିଆ ଠାରୁ ୭୦ କି.ମି. ଦକ୍ଷିଣ-ପଶ୍ଚିମରେ, ଓଡ଼ିଶାର ବାଲେଶ୍ୱର ଠାରୁ ୭୦ କି.ମି. ପୂର୍ବରେ ଏବଂ କ୍ୟାନିଂ ଠାରୁ ୧୩୦ କି.ମି. ପଶ୍ଚିମ-ଦକ୍ଷିଣ ପଶ୍ଚିମରେ ଅବସ୍ଥିତ ରହିଛି ।
ଯାହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷାର ପ୍ରଭାବ ରହିଥିବା ବେଳେ ଉତ୍ତର ଓଡ଼ିଶାରେ ଭୀଷଣ ବର୍ଷା ସମ୍ଭାବନା।ଆସନ୍ତା ୨୪ ଘଣ୍ଟା ପାଇଁ ୪ ଜିଲ୍ଲା ଅର୍ଥାତ୍ ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ,୧୨ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
📱 Get Argus News App
✨Related Topics
Explore more stories