Videos
|
Weather-calamities

Rain Alert / ଆସୁଛି ବଡ଼ ବର୍ଷା ! ୨୦ ତାରିଖରୁ ରାଜ୍ୟରେ ବଢ଼ିପାରେ ବର୍ଷାର ପ୍ରଭାବ

Rashmita Mishra
Browse all articles by Rashmita Mishra
·1 hour ago·1 min read
ଆସୁଛି ବଡ଼ ବର୍ଷା ! ୨୦ ତାରିଖରୁ ରାଜ୍ୟରେ ବଢ଼ିପାରେ ବର୍ଷାର ପ୍ରଭାବ
Rain Alert

Key Points

୨୦ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
୧୮ରୁ ୧୯ ତାରିଖ ବେଳକୁ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ
ଦକ୍ଷିଣ ଚାଇନା ସାଗରରୁ ଅବଶିଷ୍ଟାଂଶ ଭାବେ ଘୂର୍ଣ୍ଣିବଳୟ ପ୍ରବେଶ କରିବା ସମ୍ଭାବନା
ରାଜ୍ୟରେ ପୁଣିଥରେ ସକ୍ରିୟ ହୋଇପାରେ ମୌସୁମୀ ବର୍ଷା । ସେପ୍ଟେମ୍ବର ୨୦ ତାରିଖ ବେଳକୁ ଓଡ଼ିଶାରେ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ନେଇ ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି । ଏହାକୁ ନେଇ ଆଗାମୀ ଦିନରେ ବର୍ଷାର ପରିମାଣ ଧୀରେଧୀରେ ବଢ଼ିପାରେ ।

ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁଙ୍କ ସୂଚନା ଅନୁସାରେ, ସେପ୍ଟେମ୍ବର ୧୮ରୁ ୧୯ ତାରିଖ ମଧ୍ୟରେ ଦକ୍ଷିଣ ଚାଇନା ସାଗର ଅଞ୍ଚଳରୁ ଏକ ଘୂର୍ଣ୍ଣିବଳୟର ଅବଶିଷ୍ଟାଂଶ ପ୍ରବେଶ କରିପାରେ । ଏହାର ପ୍ରଭାବରେ ୨୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ଗଠନ ହେବାର ସମ୍ଭାବନା ରହିଛି ।

ପରବର୍ତ୍ତୀ ସମୟରେ ଏହି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଇପାରେ । ଏପରିକି ପରିସ୍ଥିତି ଅନୁକୂଳ ରହିଲେ ଏହା ବାତ୍ୟାରେ ମଧ୍ୟ ପରିଣତ ହେବାର ସମ୍ଭାବନା ଥିବା କୁହାଯାଇଛି । ତେବେ ବର୍ତ୍ତମାନଠାରୁ ଏହାର ଗତିପଥ କିମ୍ବା ତୀବ୍ରତା ନେଇ ନିଶ୍ଚିତ ଭାବେ କିଛି କହିବା ସମ୍ଭବ ନୁହେଁ । ଆସନ୍ତା ୨୦ ତାରିଖ ବେଳକୁ ପାଣିପାଗର ଚିତ୍ର ଅଧିକ ସ୍ପଷ୍ଟ ହେବ ବୋଲି ଶ୍ରୀ ସାହୁ କହିଛନ୍ତି ।

ସେପଟେ, ଆଜି ରାଜ୍ୟର ୨୦ଟି ଜିଲ୍ଲା ପାଇଁ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲିଠାରୁ ବର୍ଷାର ପରିମାଣ ବଢ଼ିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେଣୁ ଆଗାମୀ କିଛି ଦିନ ଧରି ରାଜ୍ୟବାସୀଙ୍କୁ ପାଣିପାଗର ନିୟମିତ ସୂଚନା ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: