Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Weather Update / ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ଛେଚିବ

Rashmita Mishra
Browse all articles by Rashmita Mishra
·8 months ago·2 min read
 ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ଛେଚିବ

Key Points

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା
ଅଧିକାଂଶ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା
ଏପଟେ ରାଜ୍ୟକୁ ଫେରିଲା ଶୀତ
ଦେଶର ଅଧିକାଂଶ ସ୍ଥାନରେ କମ ଥଣ୍ଡା, ବର୍ଷା ଅଧିକ ସମ୍ଭାବନା
ଆଜି ପୁଣି ଲଘୁଚାପ । ଉତ୍ତର ଆଣ୍ଡାମାନ ସାଗର ତଥା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ଲଘୁଚାପ ସମ୍ଭାବନା। ଓଡ଼ିଶା ଉପରେ କମ୍ ରହିବ ପ୍ରଭାବ। କିନ୍ତୁ ବାତ୍ୟା ମୋନ୍ଥାର ଅବଶିଷ୍ଟାଂଶ ବର୍ତ୍ତମାନ ବିହାର ଉପରେ ସକ୍ରିୟ ରହିଛି। ପ୍ରଭାବରେ ଓଡ଼ିଶା ମଧ୍ୟକୁ ବର୍ତ୍ତମାନ ପୂର୍ବାଳୀ ବାୟୁ ପ୍ରବେଶ କରୁଛି। ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା ରହିଛି ।

ଆସନ୍ତା ୨୪ ଘଣ୍ଟା ପାଇଁ ଗଞ୍ଜାମ,ଗଜପତି,ନୟାଗଡ଼,ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ,ବାଲେଶ୍ଵର, ମୟୁରଭଞ୍ଜ,କେଉଁଝରରେ ବର୍ଷା ଅନୁମାନ କରିଛି ପାଣିପାଗ ବିଭାଗ । ବିଳମ୍ବରେ ଆସି ଶୀଘ୍ର ଚାଲିଯିବ ଚଳିତବର୍ଷ ଶୀତ। ମଝିରେ ମଝିରେ ଅଧିକ ଶୀତ ହେବ। ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉତ୍ତର ଆଭ୍ୟନ୍ତରୀଣ ବିଭିନ୍ନ ସ୍ଥାନରେ ଅନୁଭୂତ ହେବ ପ୍ରବଳ ଥଣ୍ଡା। ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ-ଥଣ୍ଡା ବାୟୁ ପ୍ରଭାବ। ଆସନ୍ତାକାଲିଠାରୁ ସାରା ରାଜ୍ୟରେ କମିବ ରାତ୍ରି ତାପମାତ୍ରା। ରାଜ୍ୟରେ ଶୀତ ଅନୁଭୂତ ହେବ। ୨ରୁ ୩ ଦିନ ମଧ୍ୟରେ ୩ ରୁ ୪ ଡିଗ୍ରୀ କମିବ ରାତ୍ରି ତାପମାତ୍ର। 

ସୂଚନାନୁଯାୟୀ ଆଜିଠୁ ରାଜ୍ୟକୁ ଫେରୁଛି ଶୀତ। ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉତ୍ତର ଆଭ୍ୟନ୍ତରୀଣ ବିଭିନ୍ନ ସ୍ଥାନରେ ଅନୁଭୂତ ହେବ ପ୍ରବଳ ଥଣ୍ଡା । ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ-ଥଣ୍ଡା ବାୟୁ ପ୍ରଭାବ । ୧ ରୁ ୨ ଡିଗ୍ରୀ କମିବ ରାତ୍ରି ତାପମାତ୍ରା । ଆସନ୍ତା ୨ ତାରିଖରୁ ସାରା ରାଜ୍ୟରେ କମିବ ରାତି ତାପମାତ୍ରା। ରାଜ୍ୟରେ ଅନୁଭୂତ ହେବ ଶୀତ । ୨ ରୁ ୩ ଦିନ ମଧ୍ୟରେ ୩ ରୁ ୪ ଡିଗ୍ରୀ କମିବ ରାତି ତାପମାତ୍ର। ଏପଟେ ପାଣିପାଗ ବିଶେଷଜ୍ଞଙ୍କ ଆକଳନ ବିଳମ୍ବରେ ଆସି ଶୀଘ୍ର ଚାଲିଯିବ ଚଳିତବର୍ଷ ଶୀତ।

ଏଥିସହ ପଢ଼ନ୍ତୁ: ୨୪ ଘଣ୍ଟାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ରାଜ୍ୟକୁ ଫେରୁଛି ଶୀତ 

ଅକ୍ଟୋବର ରୁ ନଭେମ୍ବର ବାତ୍ୟାର ମାସ ହୋଇଥିବା ବେଳେ ବିଭିନ୍ନ ପାଣିପାଗ ନିୟାମକକୁ ନେଇ ଆଦ୍ରତାର ମାତ୍ରା ଅଧିକ ରହୁଛି। ଯେଉଁଥିପାଇଁ ବର୍ତ୍ତମାନ ମଧ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ତେଣୁ ନିୟାମକ ଗୁଡିକର ପରିସମାପ୍ତି ସହ ଆଦ୍ରତାର ପରିମାଣ କମିଲେ ରାଜ୍ୟରେ କମିବ ରାତି ତାପମାତ୍ରା । ଏବଂ ଅନୁଭବ ହେବ ଶୀତ ।

ଚଳିତ ବର୍ଷ ଅକ୍ଟୋବର ଶେଷ ହେବାକୁ ବସିଲାଣି, ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଶୀତର ଦେଖା ନାହିଁ। ଗତ କିଛି ଦିନ ଧରି ବର୍ଷା ଲାଗି ରହିଥିବାବେଳେ ଶୀତର ଦେଖାନାହିଁ ରାଜ୍ୟରେ। ତେବେ ଖୁବଶୀଘ୍ର ଶୀତ ହେବା ସହ କୁହାଯାଉଛି କି ବର୍ଷା ଛାଡିବା ପରେ ଅଧିକରୁ ଅଧିକ ଶୀତ ଅନୁଭବ ହେବାର ସମ୍ଭାବନା ରହିଛି।

ଅଧିକ ପଢ଼ନ୍ତୁ ପାଣିପାଗ ଖବର
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Weather Update | Heavy Rain and Thunderstorm Alert in Odisha | Weather Update Today | Argus News