Videos
|
Weather-calamities

Heavy Rainfall / ୨୯ରେ ଆଉ ଏକ ଲଘୁଚାପ… ପ୍ରଭାବରେ ଉତ୍ତର ଓ ଉପକୂଳରେ ପ୍ରବଳ ବର୍ଷିବ….!

Ritu Das
Browse all articles by Ritu Das
·1 hour ago·2 min read
୨୯ରେ ଆଉ ଏକ ଲଘୁଚାପ… ପ୍ରଭାବରେ ଉତ୍ତର ଓ ଉପକୂଳରେ ପ୍ରବଳ ବର୍ଷିବ….!
India

Key Points

ପୁଣି ଆସୁଛି ଆଉ ଏକ ବଡ଼ ବର୍ଷା
୨୯ ଅଗଷ୍ଟ ୨୦୨୬ ରେ ସେହି ସମାନ ଅଞ୍ଚଳ ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି

ପୁଣି ଆସୁଛି ଆଉ ଏକ ବଡ଼ ବର୍ଷା। ପୁଣି ବନ୍ୟାଞ୍ଚଳରେ ଲୋକଙ୍କ ଦୁଃଖ ବଢ଼ିଯିବ। ଦକ୍ଷିଣ ବାଂଲାଦେଶ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ବର୍ତ୍ତମାନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳ ଉପରେ ସମୁଦ୍ରପତ୍ତନଠାରୁ ୩.୧ ରୁ ୫.୮ କି.ମି. ଉଚ୍ଚତା ମଧ୍ୟରେ ସକ୍ରିୟ ରହିଛି। ଏହାର ପ୍ରଭାବରେ, ୨୯ ଅଗଷ୍ଟ ୨୦୨୬ ରେ ସେହି ସମାନ ଅଞ୍ଚଳ ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଉତ୍ତର ପୂର୍ବ ମଧ୍ୟ ପ୍ରଦେଶ ଓ ତାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି । ଏହାସହ ଏକ ଟ୍ରପ୍ ଲାଇନ୍ ମଧ୍ୟ ସକ୍ରିୟ ରହିଛି । ଯାହାକୁ ନେଇ ଆଜିଠୁ ବଢ଼ିବ ବର୍ଷା ସେପଟେ ଏକ ଉପର ବାୟୁ ଘୂର୍ଣ୍ଣିବଳୟ ପଶ୍ଚିମକେନ୍ଦ୍ର - ଉତ୍ତର- ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଆନ୍ଧ୍ର ପ୍ରଦେଶ - ଦକ୍ଷିଣ ଓଡ଼ିଶା ଉପକୂଳରେ ସମୁଦ୍ର ପତ୍ତନଠାରୁ ୫.୮ କିଲୋମିଟର ଉଚ୍ଚରେ ରହିଛି । ପ୍ରଭାବରେ ୩୦ ତାରିଖ ବେଳକୁ ଏହି ସିଷ୍ଟମ ଘନୀଭୂତ ହୋଇ ଲଘୁଚାପ ରୂପ ନେବା ସମ୍ଭାବନା ରହିଛି । ଫଳରେ ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି

ଆସନ୍ତା ୨୪ ଘଣ୍ଟା ପାଇଁ କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରରେ ପ୍ରବଳ ଵର୍ଷା ସହ ଗଂଜାମ, ଗଜପତି, ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼ ଓ ସୁନ୍ଦରଗଡ଼ରେ ବିଜୁଳି ଘଡ଼ଘଡ଼ି ବର୍ଷା ଏବଂ ୩୦ରୁ ୪୦ କିମି ଝଟକା ପବନର ସମ୍ଭାବନା ରହିବାକୁ ନେଇ ୟେଲୋ ୱର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୨୯ରୁ ବର୍ଷା ବଢ଼ିବା ସହ ସାରା ଓଡ଼ିଶାରେ ବର୍ଷା ପାଇଁ ଚେତାବନୀ ରହିଛି ।

ଚଳିତ ବର୍ଷ ୧ଜୁନରୁ ୨୬ ଅଗଷ୍ଟ ସୁଦ୍ଧା ରାଜ୍ୟରେ ୧୧୦୦.୨ ମିମି ବର୍ଷା ରେକର୍ଡ ହୋଇଛି ଯାହାକି ସ୍ୱାଭାବିକ ୮୫୬.୭ମିମି ତୁଳନାରେ ୨୮% ଅଧିକ ରହିଛି। ଏହି ଅବଧି ମଧ୍ୟରେ ୪ଜିଲ୍ଲାରେ ସ୍ୱାଭାବିକ ତୁଳନାରେ ଅତ୍ୟଧିକ, ୧୮ଜିଲ୍ଲାରେ ଅଧିକ ଓ ଅବଶିଷ୍ଟ ୮ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: