Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ସକାଳୁ ସକାଳୁ ଟ୍ବିନସିଟିରେ ବର୍ଷା…ଆସନ୍ତା ୨୪ ଘଣ୍ଟା ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

Weather-calamities

Heavy Rainfall / ସକାଳୁ ସକାଳୁ ଟ୍ବିନସିଟିରେ ବର୍ଷା…ଆସନ୍ତା ୨୪ ଘଣ୍ଟା ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

Ritu Das
Browse all articles by Ritu Das
·2 hours ago·3 min read
ସକାଳୁ ସକାଳୁ ଟ୍ବିନସିଟିରେ ବର୍ଷା…ଆସନ୍ତା ୨୪ ଘଣ୍ଟା ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
India

Key Points

ଓଡ଼ିଶାରେ ସକ୍ରିୟ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ
କାଲିଠାରୁ ବଢିବ ବର୍ଷାର ପରିମାଣ
ଜୁଲାଇ ୫ ତାରିଖ ଯାଏଁ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
ଓଡ଼ିଶାରେ ସକ୍ରିୟ ରହିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ।ଏହା ସହ ରାଜ୍ୟରେ ମେଘୁଆ ପାଗ ଥିବା ବେଳେ ଗୁଳୁଗୁଳି ମଧ୍ୟ ଅନୁଭୂତ ହେଉଛି। ଆସନ୍ତାକାଲି ଠାରୁ ମୌସୁମୀ ଅଧିକ ସକ୍ରିୟ ହେବା ସହ ବର୍ଷାର ପରିମାଣ ବଢ଼ିବ। ଆସନ୍ତା ୭ ଦିନ ଅର୍ଥାତ ଜୁନ ୫ ତାରିଖ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ପାଇଁ କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ଓ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ। ଏହି ୭ ଜିଲ୍ଲାକୁ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଛି। ଅନ୍ୟସବୁ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ୩୦ରୁ ୪୦ କିମି ବେଗରେ ଝଡ଼ି ପବନ ବହିବାର ସମ୍ଭାବନା ଥିବା ନେଇ ବିଭାଗ ପୂର୍ବାନୁମାନ କରିଛି।

ଜୁଲାଇ ୨ ତାରିଖ ବେଳକୁ ରାଜ୍ୟରେ ର ଲଘୁଚାପ ସୃଷ୍ଟି ହୋଇପାରେ । ୩୦ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏହା ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ। କିନ୍ତୁ ୧ ତାରିଖ ଯାଏ ରାଜ୍ୟରେ ସ୍ବାଭାବିକଠାରୁ କମ୍ ବର୍ଷା ହୋଇପାରେ। ୨ରୁ ୮ତା ତାରିଖରେ ସ୍ବାଭାବିକ ବା ସ୍ବାଭାବିକଠାରୁ ଅଧିକ ବର୍ଷା ସମ୍ଭାବନ ଅଛି। ପାଣି ପାଣିପାଗ ବିଭାଗ ବିସ୍ତାରିତ ଆକଳନରେ ଏହି ପୂର୍ବାନୁମାନ କରିଛି।

ଆଇଏମ୍‌ଡିର ଆକଳନ ଅନୁସାରେ, ୧ ତାରିଖ ଯାଏ କେନ୍ଦ୍ରୀୟ ଓ ପୂର୍ବ ଭାରତର ବିଭିନ୍ନ ସ୍ଥାନରେ ଭିତରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବିକ୍ଷିପ୍ତ ସ୍ଥାନରେ ଭାରି ବର୍ଷା ହେବ। କିନ୍ତୁ ପରେ ୨ରୁ ୮ ତାରିଖ ଭିତରେ ସ୍ତଭାବିଜ ବର୍ଷା ହେବ । କିନ୍ତୁ ବର୍ତ୍ତମାନ ସୁଦ୍ଧା (୧ରୁ ୨୫ ତାରିଖ) ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ପରିମାଣ ୪୮% ରହିଛି। ଦେବଗଡ଼ରେ ସର୍ବାଧିକ ୮୭% ନିଅଣ୍ଟିଆ ବର୍ଷା ହୋଇଛି। ନୂଆପଡ଼ାରେ ୮୨%, ସମ୍ବଲପୁରରେ ୭୩%, କଳାହାଣ୍ଡିରେ ୬୯%, ସୁନ୍ଦରଗଡ଼ରେ ୬୮%, ଅନୁଗୁଳରେ ୬୩%, ବଲାଙ୍ଗିରରେ ୬୨%, ପୁରୀରେ ୬୧% ନିଅଣ୍ଟିଆ ବର୍ଷା ହୋଇଛି। ଏହି ସମୟରେ ରାଜ୍ୟରେ ହାରାହାରି ୧୬୩ ମିମି ବର୍ଷା ହେବା କଥା। କିନ୍ତୁ ମାତ୍ର ୮୪ମିମି ବର୍ଷା ହୋଇଛି। ଶୁକ୍ରବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଓ ଗଜପତିରେ ଅଧିକ ବର୍ଷା ହୋଇପାରେ । ଏହି ୯ଟି ଜିଲ୍ଲା ପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି ହୋଇଛି। ୧ ତାରିଖ ଯାଏ ରଜର ଓ ଦକ୍ଷିଣ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି।

ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଚାଷୀଙ୍କୁ ପରାମର୍ଶ ଦେଇ କହିଛନ୍ତି, ରାଜ୍ୟରେ ଯେଉଁ ପାଣିପାଗ ଅବସ୍ଥା ଯୋଗୁ ବ୍ୟାପକ ଓ ଲଗଣ ଚାଷ ଉପଯୋଗୀ ବର୍ଷା ହୁଏ, ତାହା ଏବେସୁଦ୍ଧା ସଂଗଠିତ ହୋଇନି। ରାଜ୍ୟରେ ନିରନ୍ତର ବର୍ଷା ପାଇଁ ଏବେସୁଦ୍ଧା ମୌସୁମୀ ଟ୍ରଫ୍ ଶକ୍ତିଶାଳୀ ହୋଇନି I ଚାଷୀମାନେ ଦିନେ ବା ଦୁଇ ଦିନର ବର୍ଷାକୁ ଚାଷ ଅନୁକୂଳ ବର୍ଷା ଭାବେ ଧରି ବୁଣାବୁଣି ଆରମ୍ଭ କରିବା ଠିକ ହେବନି।

ଚାଷୀମାନେ ତଳିଘର ପ୍ରସ୍ତୁତି, ଜମି କାଦୁଅ କରିବା ଓ ପ୍ରାକ୍-ବୁଣା ପ୍ରକ୍ରିୟା ଜାରି ରଖନ୍ତୁ । ଆସନ୍ତା ସପ୍ତାହ ଭିତରେ ସ୍ବଚ୍ଛ ବର୍ଷାର ସମ୍ଭାବନା ଅଛି। କେନ୍ଦ୍ରୀୟ ଓ ଉତ୍ତର ଓଡ଼ିଶାରେ କିଛି ବର୍ଷା ଯୋଗୁ ମାଟି ଓଦା ହୋଇସାରିଛି। ସେଠାରେ ଚାଷୀମାନେ ଚାଷ କାମ ଆରମ୍ଭ କରିପାରିବେ। କିନ୍ତୁ ବିହ‌ନ ବୁଣିବା ପାଇଁ ଲଗାଣ ବର୍ଷା ହେବା ଯାଏ ଅପେକ୍ଷା କରିବା ଭଲ । ପଶ୍ଚିମ ଓଡ଼ିଶାର ଚାଷୀମାନେ ଚାଷ କାମ ପାଇଁ ଆହୁରି ଅପେକ୍ଷା କରନ୍ତୁ। ଜୁନ୍ ମାସର ବାକି ଦିନ ଅପେକ୍ଷା ଜୁଲାଇ ପ୍ରଥମ ସପ୍ତାହରେ ବ୍ୟାପକ ଓ ଲଗାଣ ବର୍ଷା ସମ୍ଭାବନା ଅଛି। ବିହନ ବୁଣା କାମ ସାମାନ୍ୟ ବିଳମ୍ବ କଲେ ଗଳା ମରିଯିବା, ତଳି ନଷ୍ଟ ହେବା ଓ ଆରମ୍ଭରୁ ଗଛ ଜଳାଭାବ ଜନିତ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା କମିଯିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored