Videos
|
Weather-calamities

Weather Update / ଓଡ଼ିଶାରେ ବଦଳିବ ପାଣିପାଗ: ଉତ୍ତର ଓଡ଼ିଶାର ୪ ଜିଲ୍ଲାରେ ବର୍ଷା ସମ୍ଭାବନା, ବଢ଼ିବ ଶୀତ

Rashmita Mishra
Browse all articles by Rashmita Mishra
·1 hour ago·1 min read
ଓଡ଼ିଶାରେ ବଦଳିବ ପାଣିପାଗ: ଉତ୍ତର ଓଡ଼ିଶାର ୪ ଜିଲ୍ଲାରେ ବର୍ଷା ସମ୍ଭାବନା, ବଢ଼ିବ ଶୀତ
Weather Update

Key Points

୧୦ରୁ ୧୨ ନଭେମ୍ବର: ଉତ୍ତର ଓଡ଼ିଶାରେ ୩ ଦିନ ବର୍ଷା ସମ୍ଭାବନା
ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକରେ ହାଲୁକାରୁ ମଧ୍ୟମ ବର୍ଷା ଆଶଙ୍କା
୨୪ ଘଣ୍ଟାରେ ୨ରୁ ୩ ଡିଗ୍ରୀ ଖସିବ ରାତି ତାପମାତ୍ରା; ରାଉରକେଲାରେ ଘନ କୁହୁଡ଼ି

ରାଜ୍ୟରେ ପୁଣି ବଦଳିବ ପାଣିପାଗର ମିଜାଜ... ଏବେ ଅଧିକାଂଶ ଅଞ୍ଚଳରେ ଶୁଖିଲା ପାଗ ଜାରି ରହିଥିବା ବେଳେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ଆସନ୍ତା ୩ ଦିନ ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍‌ ହ୍ରାସ ପାଇବ । ଫଳରେ ରାଜ୍ୟରେ ଶୀତର ପ୍ରକୋପ ଧୀରେ ଧୀରେ ବଢ଼ିବ ।

ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ନଭେମ୍ବର ୧୦ରୁ ୧୨ ତାରିଖ ମଧ୍ୟରେ ଉତ୍ତର ଓଡ଼ିଶାର କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଆଜି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ସେହିପରି ନଭେମ୍ବର ୧୧ ଓ ୧୨ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର ସମେତ ଉତ୍ତର ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ହୋଇପାରେ ।

ତେବେ ନଭେମ୍ବର ୧୩ ତାରିଖରୁ ପାଗରେ ପୁଣି ପରିବର୍ତ୍ତନ ଆସିବ । ୧୩ରୁ ୧୫ ତାରିଖ ଯାଏଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ନେଇ ଆକଳନ କରାଯାଇଛି । ଅନ୍ୟପଟେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବା ଯୋଗୁଁ ରାତି ଓ ଭୋର ସମୟରେ ଥଣ୍ଡା ଅଧିକ ଅନୁଭୂତ ହେବ । ବିଶେଷକରି ଉତ୍ତର ଓଡ଼ିଶାରେ ଶୀତର ପ୍ରଭାବ ବଢ଼ିପାରେ ।

ସବୁଠାରୁ ଆଶ୍ୱସ୍ତିର କଥା ହେଉଛି, ଆଗାମୀ ୭ ଦିନ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର କୌଣସି ଜିଲ୍ଲା ପାଇଁ ସତର୍କ ସୂଚନା ବା ଚେତାବନୀ ଜାରି କରାଯାଇନାହିଁ । ତେଣୁ ଲୋକଙ୍କୁ ବଡ଼ ଧରଣର ପାଣିପାଗଜନିତ ବିପଦ ଆଶଙ୍କା ନାହିଁ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: