Videos
|
Weather-calamities

Heavy Rain Alert / କାଲି ରାଜ୍ୟରେ ବଡ଼ ବର୍ଷା: ଦୁଇଟି ଲଘୁଚାପ ସମ୍ଭାବନା,10ରୁ 12 ଯାଏଁ ପ୍ରବଳ ବୃଷ୍ଟିପାତ

Banajyotshna Ray
Browse all articles by Banajyotshna Ray
·14 mins ago·2 min read
କାଲି ରାଜ୍ୟରେ ବଡ଼ ବର୍ଷା: ଦୁଇଟି ଲଘୁଚାପ ସମ୍ଭାବନା,10ରୁ 12 ଯାଏଁ ପ୍ରବଳ ବୃଷ୍ଟିପାତ
Heavy Rain Alert

Key Points

ଆସନ୍ତାକାଲିଠାରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷା
ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ସମ୍ଭାବନା
ପ୍ରଥମ ଲଘୁଚାପ ପ୍ରଭାବରେ 10ରୁ 12 ତାରିଖରେ ହୋଇପାରେ ପ୍ରବଳ ବୃଷ୍ଟିପାତ
ଆସୁଛି ବଡ଼ ବର୍ଷା।ରାଜ୍ୟରେ ପ୍ରବଳ କାଚିବ ବର୍ଷା। ଯାହାକୁ ନେଇ ଏବେଠୁ ଭୟ ସୃଷ୍ଟି ହେଲାଣି। ଗତ କିଛି ଦିନ ପୂର୍ବରୁ ରାଜ୍ୟରେ ବର୍ଷାର ପ୍ରକୋପ ଜାରି ରହିଥିଲା। ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ବର୍ଷା ଛାଡ଼ି ଚାଲିଯାଇଥିବା ପରେ ପରିସ୍ଥିତି ସାମାନ୍ୟ ସୁଧୁରିଛି। ଏହାପରେ ପୁଣି ଆସୁଛି ଆଉ ଏକ ବଡ଼ ବର୍ଷା।ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ସମ୍ଭାବନା । ୯ରୁ ବଢ଼ିବ ବର୍ଷା, ୧୦-୧୨ରେ ପ୍ରବଳ ବର୍ଷା ଆଶଙ୍କା । ବଙ୍ଗୋପସାଗରରେ ଚଳିତ ସେପ୍ଟେମ୍ବର ମାସରେ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।''

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁସାରେ, ପ୍ରଥମ ଲଘୁଚାପ ୧୦–୧୧ ସେପ୍ଟେମ୍ବର ବେଳକୁ ପଶ୍ଚିମ-ମଧ୍ୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର, ଓଡ଼ିଶା–ଉତ୍ତର ଆନ୍ଧ୍ର ଉପକୂଳ ନିକଟରେ ସୃଷ୍ଟି ହୋଇପାରେ।ଏହା ଅଧିକ ଶକ୍ତିଶାଳୀ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇପାରେ। ପରେ ସିଷ୍ଟମ୍‌ଟି ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶା ଦେଇ ଛତିଶଗଡ଼ ଓ ମଧ୍ୟ ଭାରତ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୯ ସେପ୍ଟେମ୍ବରରୁ ଓଡ଼ିଶାରେ ବର୍ଷା ବଢ଼ିପାରେ।''

ଏଥିସହ ପଢ଼ନ୍ତୁ: ଆସୁଛି ବଡ଼ ବର୍ଷା: ଆସନ୍ତା ୪ ଦିନ ପ୍ରବଳ କାଚିବ...

୧୦ରୁ ୧୨ ସେପ୍ଟେମ୍ବର ମଧ୍ୟରେ ବର୍ଷାର ପ୍ରଭାବ ଅଧିକ ରହିପାରେ। ପ୍ରଥମେ ଉତ୍ତର ଓ ଉତ୍ତର ଉପକୂଳ ଓଡ଼ିଶାରେ ବର୍ଷା ବଢ଼ିବା ପରେ ଉପକୂଳ, ମଧ୍ୟ ଓ ଦକ୍ଷିଣ ଓଡ଼ିଶାକୁ ବର୍ଷା ବ୍ୟାପିପାରେ। ୧୩-୧୪ ସେପ୍ଟେମ୍ବରରୁ ଲଘୁଚାପ ସ୍ଥଳଭାଗ ଆଡ଼କୁ ଗତି କରିବା ପରେ ଓଡ଼ିଶାରେ ବର୍ଷା କମିବାର ସମ୍ଭାବନା ରହିଛି। ସେହିପରି, ୧୭ରୁ ୨୦ ସେପ୍ଟେମ୍ବର ମଧ୍ୟରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ପ୍ରାଥମିକ ସଙ୍କେତ ମିଳୁଛି। ଏହାର ପ୍ରଭାବରେ ୧୯-୨୧ ସେପ୍ଟେମ୍ବର ବେଳକୁ ଓଡ଼ିଶାରେ ପୁଣି ବର୍ଷା ବଢ଼ିପାରେ। ତେବେ ଦ୍ୱିତୀୟ ସିଷ୍ଟମ୍‌ର ଗତିପଥ, ଶକ୍ତି ଓ ବର୍ଷାର ପରିମାଣ ନେଇ ଏବେଠାରୁ ନିଶ୍ଚିତ ଆକଳନ କରିବା ଆଗୁଆ ହେବ ବୋଲି କୁହାଯାଇଛି।''

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସାରା ଦେଶରେ ମୌସୁମୀର ମହାପ୍ରକୋପ । ସେପଟେ ପୁଣି ୧୭ଟି ରାଜ୍ୟରେ ପ୍ରବଳ ବର୍ଷାର ଆଲର୍ଟ, ତା’ସହ ଦିଲ୍ଲୀ-NCR ପାଇଁ ଜାରି ହୋଇଛି ରେଡ୍ ଆଲର୍ଟ । କେବଳ ବର୍ଷା ନୁହେଁ, ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ବେଗରେ ପବନ ବହିବାର ମଧ୍ୟ ଆଶଙ୍କା ରହିଛି । କିନ୍ତୁ ଓଡ଼ିଶାରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବର୍ଷା ନାହିଁ।ସେହିପରି ପୂର୍ବ ଭାରତର ବିଭିନ୍ନ ଅଞ୍ଚଳରେ ଘଡ଼ଘଡ଼ି ଓ ବିଜୁଳି ସହ ବର୍ଷା ହୋଇପାରେ ।''

ଅଧିକ ପଢ଼ନ୍ତୁ ପାଣିପାଗ ଖବର:

Related Topics

Explore more stories