Weather Update / ଦୁର୍ଗାପୂଜାରେ ଭିଜିବ ସାରା ଓଡିଶା: ଆସୁଛି ଯୋଡ଼ା ଲଘୁଚାପ

Key Points
ରାଜ୍ୟରେ ହେବ ବଡ଼ ବର୍ଷା
ଦୁର୍ଗାପୂଜାରେ ଭିଜିବ ଓଡିଶା
ପଛକୁ ପଛ ଆସୁଛି ଯୋଡା ଲଘୁଚାପ
ଅକ୍ଟୋବର ପ୍ରଥମ ସପ୍ତାହ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା, ଭିଜିବ ଦଶହରା। ୨୩ ତାରିଖରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଥିବାବେଳେ ୨୪ ତାରିଖରେ ଏହା ଲଘୁଚାପର ରୂପ ନେବ। ପ୍ରଭାବରେ ୨୫ ଏବଂ ୨୬ ତାରିଖରେ ରାଜ୍ୟରେ ଭାରୀ ବର୍ଷାର ଆଶଙ୍କା ରହିଛି। ୨୭ ତାରିଖକୁ ଲଘୁଚାପ କ୍ଷେତ୍ର ଛତିଶଗଡ଼ ଆଡକୁ ଗତି କରିବାକୁ ଥିବା ବେଳେ ପଶ୍ଚିମ ଓଡିଶାର କାଁ ଭାଁ ସ୍ଥାନରେ ବର୍ଷା ହେବ।
ସେହିପରି ଦ୍ଵିତୀୟ ଲଘୁଚାପଟି ଅକ୍ଟୋବର ୧ ତାରିଖ ଆଡ଼କୁ ସୃଷ୍ଟି ହେବ, ପ୍ରଭାବରେ ଦୁଇ ତିନି ଦିନ ରାଜ୍ୟରେ ବର୍ଷା ହୋଇପାରେ। ଲଘୁଚାପ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। କେନ୍ଦୁଝର,ମୟୁରଭଞ୍ଜ ସମେତ ଉତ୍ତର ଉପକୂଳ ଓଡିଶାରେ ପ୍ରଚଣ୍ଡ ବ୍ରଜପାତ ସହ ଅତି ପ୍ରବଳ ବର୍ଷା ଲାଗିରହିବ ।
ଏହି ଦୁଇ ଜିଲ୍ଲାକୁ ଅରେଞ୍ଜ ଓର୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ସେହିପରି ପ୍ରବଳ ବର୍ଷା ନେଇ କନ୍ଧମାଳ,ଗଞ୍ଜାମ,ସୁନ୍ଦରଗଡ଼, ଗଜପତି,ରାୟଗଡା,କୋରାପୁଟ,ମାଲକାନଗିରି,ଭଦ୍ରକ,ବାଲେଶ୍ୱରକୁ ୟୋଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ମୌସୁମୀଜନିତ ନିମ୍ନଚାପରେଖା ଓ ଟ୍ରଫ୍ଲାଇନ ପାଇଁ ରାଜ୍ୟରେ ଜାରି ରହିଛି ବର୍ଷା I ପଛକୁ ପଛ ଆସୁଛି ଯୋଡ଼ା ଲଘୁଚାପ ଫିକା ହେବ ଦଶହରା ।
📱 Get Argus News App
✨Related Topics
Explore more stories