Videos
|
Weather-calamities

Heavy Rain Alert / ଆସନ୍ତା ୩ ଦିନ ବର୍ଷା: ଭିଜିବ ଏଥର ପୂଜା...

Banajyotshna Ray
Browse all articles by Banajyotshna Ray
·1 hour ago·2 min read
ଆସନ୍ତା ୩ ଦିନ ବର୍ଷା: ଭିଜିବ ଏଥର ପୂଜା...
Heavy Rain Alert

Key Points

ଟ୍ରପ ଲାଇନ୍ ପ୍ରଭାବରେ ରାଜ୍ୟରେ ଆହୁରି ୩ ଦିନ ବର୍ଷା ସମ୍ଭାବନା। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ରାୟଗଡା, ଗଜପତି, ଗଂଜାମ, ନୟାଗଡ, ଖୋର୍ଦ୍ଧା ପୁରୀ ,ଜଗତସିଂହପୁର ଓ କଟକ ଜିଲ୍ଲାରେ ବିଜୁଳି ଘଡଘଡି ସହ ୩୦ ରୁ ୪୦ କିମି ବର୍ଷା।
ରାଜ୍ୟରେ ବର୍ତ୍ତମାନ ହାଲୁକା ବର୍ଷା ହେଉଥିବା ଦେଖିବାକୁ ମିଳିଛି। କିଛି କିଛି ସ୍ଥାନରେ ଅଧିକ ବର୍ଷା ହେଉଥିବାବେଳେ ଆଗକୁ ଆହୁରି ଏଭଳି ଭାବରେ ବର୍ଷା ହେବ ବୋଲି ସୂଚନା ରହିଛି। ଟ୍ରପ ଲାଇନ୍ ପ୍ରଭାବରେ ରାଜ୍ୟରେ ଆହୁରି ୩ ଦିନ ବର୍ଷା ସମ୍ଭାବନା। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ରାୟଗଡା, ଗଜପତି, ଗଂଜାମ, ନୟାଗଡ, ଖୋର୍ଦ୍ଧା, ପୁରୀ ,ଜଗତସିଂହପୁର ଓ କଟକ ଜିଲ୍ଲାରେ ବିଜୁଳି ଘଡଘଡି ବର୍ଷା ହେବ। ଏହାସହ ୩୦ ରୁ ୪୦ କି.ମି ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ତେବେ ୧୭ ତାରିଖ ଯାଏ ବର୍ଷା ସମ୍ଭାବନା ଥିବା ବେଳେ କୋରାପୁଟରେ ପ୍ରବଳ ବର୍ଷା ପାଇଁ ୟେଲୋ ଚେତାବନୀ ଦେଇଛି ପାଣିପାଗ ବିଭାଗ ।''ଏପଟେ ଦେଶ ସମେତ ରାଜ୍ୟରୁ ଫେରିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ସମ୍ପୂର୍ଣ ଦେଶରୁ ଅପସାରଣ କରିଛି ମୌସୁମୀ । ଦକ୍ଷିଣ ପଶ୍ଚିମ ବାୟୁ ଆଜି ଫେରିଥିବା ବେଳେ ଉତ୍ତର ପୂର୍ବ ମୌସୁମୀ ବାୟୁ ଦେଶରେ ପ୍ରବେଶ କରିଛି । ଦକ୍ଷିଣ ଭାରତରୁ ଏହାର ଆଗମନ ଆରମ୍ଭ ହୋଇଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ।''

.ଏଥର ଭିଜିବ ପାର୍ବଣ:

ଆଜିଠୁ ଅକ୍ଟୋବର ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବ । ଫଳରେ ଏଥର ଭିଜିବ ପାର୍ବଣ । ଉପକୂଳ ଓଡ଼ିଶାରେ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ବଡ଼ ବର୍ଷାର ସମ୍ଭାବନା ନାହିଁ । ମାତ୍ର ୩୦ରୁ ୪୦ କିମି ବେଗରେ ପବନ ବହିବ । ଆହୁରି ୩ ଦିନ ବର୍ଷା ହେବ ବୋଲି ସୂଚନା ରହିଛି। ଯାହା ପ୍ରଭାବରେ ଏଥର ପୂଜା ଭିଜିବ ବର୍ଷାରେ।''

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ହଠାତ୍‌ ରାଜଧାନୀରେ ପ୍ରବଳ ବର୍ଷା: ଜାଣନ୍ତୁ କେତେ ଦିନ ହେବ ?

.ଏହି ସବୁ ଜିଲ୍ଲାରେ ହାଲୁକା ବର୍ଷା:

ସେହିପରି ରାଜ୍ୟର କିଛି ଜିଲ୍ଲା ଯେପରିକି ବୌଦ୍ଧ, କଳାହାଣ୍ଡି, କନ୍ଧମାଳର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଅନ୍ୟପଟେ ବର୍ଷା ସତ୍ତ୍ୱେ କିଛି ସ୍ଥାନରେ ଗରମ ଓ ଗୁଳୁଗୁଳୁ ଅନୁଭୂତ ହେଉଥିବା ବେଳେ ଆସନ୍ତା ୬ରୁ ୭ ଦିନ ଭିତରେ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଏହାବ୍ୟତୀତ ସୁନ୍ଦରଗଡ଼, ଦେବଗଡ଼ରେ ପାଗ ଶୁଖିଲା ରହିବ । ଆଜି ରାଜଧାନୀ ଭୁବନେଶ୍ଵରରେ ସର୍ବାଧିକ ତାପମାତ୍ର ୩୩.୨ ଡିଗ୍ରୀ ସେଲସିୟସ ଓ ସର୍ବନିମ୍ନ ତାପମାତ୍ରା ୨୪.୨ ଡିଗ୍ରୀ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । କିଛି କିଛି ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିବ ।''

ଅଧିକ ପଢ଼ନ୍ତୁ ପାଣିପାଗ ଖବର:

Related Topics

Explore more stories