Videos
|
Weather-calamities

Odisha Weather / ଭଦ୍ରକ-ବାଲେଶ୍ୱରକୁ ରେଡ୍ ଆଲର୍ଟ... ଅତି ପ୍ରବଳ ବର୍ଷା ଆଶଙ୍କା

Rashmita Mishra
Browse all articles by Rashmita Mishra
·2 weeks ago·2 min read
ଭଦ୍ରକ-ବାଲେଶ୍ୱରକୁ ରେଡ୍ ଆଲର୍ଟ... ଅତି ପ୍ରବଳ ବର୍ଷା ଆଶଙ୍କା
Odisha Weather

Key Points

ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେଲା ଲଘୁଚାପ କ୍ଷେତ୍ର ....
୨୪ ଘଣ୍ଟାରେ ନେଇପାରେ ଅବପାତର ରୂପ । 
ପ୍ରଭାବରେ ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ ।                                      
ପୁଣି ସକ୍ରିୟ ହୋଇଛି ରାଜ୍ୟର ମୌସୁମୀ ପାଣିପାଗ । ଉତ୍ତର ବଙ୍ଗୋପସାଗରରେ ଥିବା ଲଘୁଚାପ କ୍ଷେତ୍ର ଏବେ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି । ଏହାର ପ୍ରଭାବରେ ଆଜିଠାରୁ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବା ସହ ଅନେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଲଘୁଚାପଟି ବର୍ତ୍ତମାନ ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ ବାଂଲାଦେଶ-ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ରହିଛି । ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଥିବାବେଳେ ଆଗାମୀ ୨୪ ଘଣ୍ଟାରେ ଅବପାତ ବା ଡିପ୍ରେସନ୍‌ର ରୂପ ନେଇପାରେ । ଫଳରେ ରାଜ୍ୟରେ ବର୍ଷାର ତୀବ୍ରତା ଆହୁରି ବଢ଼ିବା ସମ୍ଭାବନା ରହିଛି ।


ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ଓ ଅତ୍ୟନ୍ତ ପ୍ରବଳ ବର୍ଷାକୁ ନେଇ ଭଦ୍ରକ ଓ ବାଲେଶ୍ୱର, କେନ୍ଦୁଝର ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି । ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ସ୍ଥାନୀୟ ଭାବେ ଅତ୍ୟଧିକ ବର୍ଷାର ଆଶଙ୍କା ରହିଛି ଯାଜପୁର କଟକ, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର ଓ ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବାଳ ବର୍ଷାକୁ ନେଇ ଅରେଞ୍ଜ ୱର୍ଣ୍ଣିଂ ଜାରି କରିଛି ବିଭାଗ । ଅନ୍ୟ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ପ୍ରବଳ ବର୍ଷା ସମୟରେ ତଳିଆ ଅଞ୍ଚଳରେ ପାଣି ଜମିବା, ରାସ୍ତାଘାଟରେ ଜଳବନ୍ଦୀ ଓ ଯାତାୟାତ ବାଧା ସୃଷ୍ଟି ହେବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

ସେହିପରି ଅନ୍ୟ ଜିଲ୍ଲାଗୁଡ଼ିକୁ ବିଜୁଳି ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ଝଟକା ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ୱର୍ଣ୍ଣିଂ ଜାରି କରିଛି ବିଭାଗ । ବାଲେଶ୍ୱର, ମୟୁରଭଞ୍ଜ ଏବଂ କେନ୍ଦୁଝରରେ ଲଗାଣ ବର୍ଷା ଜାରି । ସକ୍ରିୟ ସ୍ପଷ୍ଟ ଚିହ୍ନିତ ଲଘୁଚାପ ପ୍ରଭାବରେ ବାଲେଶ୍ବରରେ ଆଜି ସକାଳ ୫ଟା ୩୦ ସୁଦ୍ଧା ୧୩୭ମିମି ବର୍ଷା ରେକର୍ଡ କରାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Odisha Weather | Red Alert for Bhadrak and Balasore as Very Heavy Rain Likely | Argus News