Heavy Rain Alert / ଭିଜିବ କି ପାର୍ବଣ? ଦଶହରାରେ ବର୍ଷା ହେବ ନା ଶୁଖିଲା ରହିବ ପାଗ? ୨୨ରୁ ପୁଣି ଲଘୁଚାପ ସମ୍ଭାବନା...
·1 hour ago·2 min read

Key Points
ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଓ ଆସନ୍ତାକାଲି ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ
ରାଜ୍ୟରେ ଏବେ ସକ୍ରିୟ ରହିଛି ଟ୍ରପ୍ ଲାଇନ୍। ଏହା ସହ ଉପରି ବାୟୁମଣ୍ଡଳରେ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଓ ଆସନ୍ତାକାଲି ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ। କିଛି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ହଳଦିଆ ସତର୍କତା ଜାରି ହୋଇଛି।କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ତେବେ ଅକ୍ଟୋବର ୧୯ରୁ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ। ଲକ୍ଷ୍ମୀ ପୂଜାକୁ ପ୍ରବଳ ବର୍ଷା ହୋଇପାରେ ବୋଳି ପୂର୍ବାନୁମାନ କରାଯାଇଛି।
ସେପଟେ ପାଣିପାଗ ବିଶେଷଜ୍ଞ ବିଶ୍ୱଜିତ୍ ସାହୁଙ୍କ ଆକଳନ ଅନୁସାରେ, ନବମୀ ଓ ବିଜୟା ଦଶମୀରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ତେଣୁ ପାର୍ବଣ ବୁଲାରେ ବର୍ଷା ବାଧକ ସାଜିବାର ସମ୍ଭାବନା କମ୍।ଅନ୍ୟପଟେ, ଅକ୍ଟୋବର ୨୨ରୁ ୨୩ ତାରିଖ ବେଳକୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆକଳନ ରହିଛି। ଏହା ପରବର୍ତ୍ତୀ ସମୟରେ ଲଘୁଚାପର ରୂପ ନେବ କି ନାହିଁ ଏବଂ ଏହାର ପ୍ରଭାବରେ କେତେ ବର୍ଷା ହେବ, ସେନେଇ ଏବେଠାରୁ ସ୍ପଷ୍ଟ ଆକଳନ କରିବା ସମ୍ଭବ ନୁହେଁ। ଦୁର୍ଗାପୂଜା ପରେ ଏନେଇ ଅଧିକ ସ୍ପଷ୍ଟ ଚିତ୍ର ମିଳିପାରିବ।
ତେବେ ଦଶହରାରେ ପାଗ ଅନୁକୂଳ ରହିବାର ଆକଳନ ଥିବାରୁ ପାର୍ବଣ ବୁଲା ଫିକା ପଡ଼ିବାର ଆଶଙ୍କା କମ୍। ଦଶହରା ପରେ ସମ୍ଭାବ୍ୟ ଲଘୁଚାପର ଗତିବିଧି ଓ ପ୍ରଭାବ ଉପରେ ରହିବ ପାଣିପାଗ ବିଭାଗର ନଜର।
ଏପଟେ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ ଅନୁସାରେ, ୧୬ରୁ ୧୮ ଅକ୍ଟୋବର ମଧ୍ୟରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ତେବେ ୧୯ ଅକ୍ଟୋବରଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବା ସମ୍ଭାବନା ରହିଛି । ବିଜୟାଦଶମୀ ଏବଂ କୁମାର ପୂର୍ଣ୍ଣିମାରେ ମଧ୍ୟ ପାଗ ସାଧାରଣତଃ ଅନୁକୂଳ ରହିପାରେ । ଅନ୍ୟପଟେ, ଅକ୍ଟୋବର ୨୨ରୁ ୨୪ ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ନିକଟରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ୨୫ରୁ ୨୬ ତାରିଖ ପାଖାପାଖି ଲଘୁଚାପ ସୃଷ୍ଟି ହୋଇପାରେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ଆସନ୍ତା ୧୯ ତାରିଖ ପରେ ପାଗ ଶୁଖିଲା ରହିବା ସମ୍ଭାବନା ଥିବାବେଳେ, ୨୨ ତାରିଖ ପରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପର ଗତିପଥ ଓ ପ୍ରଭାବ ଉପରେ ରହିବ ସମସ୍ତଙ୍କ ନଜର ।
Related Topics
Explore more stories