Videos
|
Weather-calamities

Odisha Weather / ପୁଣି ବଦଳିବ ପାଗ: ବଙ୍ଗୋପସାଗରରେ ଲଘୁଚାପ ୬ ଦିନ ଯାଏଁ ବର୍ଷା !

Rashmita Mishra
Browse all articles by Rashmita Mishra
·1 hour ago·2 min read
ପୁଣି ବଦଳିବ ପାଗ: ବଙ୍ଗୋପସାଗରରେ ଲଘୁଚାପ ୬ ଦିନ ଯାଏଁ ବର୍ଷା !
Odisha Weather

Key Points

୨୪ ଘଣ୍ଟାରେ ଲଘୁଚାପ ! ୨୧ ଜିଲ୍ଲାକୁ ସତର୍କ
ବଙ୍ଗୋପସାଗରରେ ଲଘୁଚାପ ୬ ଦିନ ଯାଏଁ ବର୍ଷା !
ଆସୁଛି ପ୍ରବଳ ବର୍ଷା ୨୧ ଜିଲ୍ଲାକୁ ୟେଲୋ ୱାର୍ନିଂ
ପୁଣି ବଦଳିବ ପାଗ ଓଡ଼ିଶାରେ ଝଡ଼ବର୍ଷା ! 

ବଙ୍ଗୋପସାଗରରେ ପୁଣି ବଦଳୁଛି ପାଣିପାଗର ମିଜାଜ ! ଉତ୍ତର ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟାରେ ଲଘୁଚାପର ରୂପ ନେଇପାରେ । ଆଉ ଏହାର ପ୍ରଭାବରେ ଓଡ଼ିଶାରେ ଆରମ୍ଭ ହୋଇପାରେ ବର୍ଷା । କେଉଁଠି ପ୍ରବଳ ବର୍ଷା, ତ କେଉଁଠି ବଜ୍ରପାତ ସହ ଝଡ଼ବର୍ଷା ୨୧ ଜିଲ୍ଲାକୁ ସତର୍କ କରିଛି ପାଣିପାଗ ବିଭାଗ । ଆସନ୍ତା ୬ ଦିନ ରାଜ୍ୟର କେଉଁ କେଉଁ ଅଞ୍ଚଳରେ ବର୍ଷାର ପ୍ରଭାବ ରହିବ, ଆଉ କେଉଁଠି ରହିଛି ଅଧିକ ବର୍ଷାର ଆଶଙ୍କା ଜାଣନ୍ତୁ ପୁରା ପାଣିପାଗ ଅପଡେଟ୍ ।
୨୪ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟ ପ୍ରଭାବରେ ଳଘୁଚାପ ସୃଷ୍ଟି ସମ୍ଭାବନା... ଉତ୍ତର ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ । ପ୍ରଭାବରେ ରାଜ୍ୟରେ ଆସନ୍ତା ୬ ଦିନ ଯାଏଁ ବର୍ଷା ସଂମ୍ଭାବନା ।

ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା । ଏଥିପାଇଁ ପାଗ ଅନୁକୂଳ ହେଉଥିବାବେଳେ ୨୧ ଜିଲାକୁ ଝଡ଼ବର୍ଷା ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଶୁକ୍ରବାର ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବା ସହିତ ତାପମାତ୍ରା ଅଧିକ ରହିଥିଲା ।

ତେବେ ଶନିବାରଠାରୁ ଆସନ୍ତା ୬ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ବିଶେଷକରି କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି ।

ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ଝଡ଼ବର୍ଷା ପାଇଁ ସତର୍କ କରାଯାଇଛି ।

ସେହପରି ଶନିବାର ମଧ୍ୟ ସୁନ୍ଦରଗଡ଼, ବରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବଲାଙ୍ଗୀର, କଳାହାଣ୍ଡି ଜିଲାକୁ ପ୍ରବଳ ବର୍ଷା ପାଇଁ ଏବଂ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ଝଡ଼ବର୍ଷା ପାଇଁ ସତର୍କ ସୂଚନା ଦିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: