Rain Alert / ଭିଜିପାରେ ପାର୍ବଣ, ୫ ଦିନ ବର୍ଷା ସମ୍ଭାବନା !

Key Points
ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା...
ଆସନ୍ତା ୨୪ ଘଣ୍ଟାରେ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ।
ପାର୍ବଣର ମାହୋଲ, ଚାରିଆଡ଼େ ଉତ୍ସାହ... ହେଲେ ଏହି ଖୁସିରେ ଭିଜାଇ ଦେଇପାରେ ବର୍ଷା ! ରାଜ୍ୟ ଉପରେ ଘନଉଛି ବର୍ଷାର ଆଶଙ୍କା । ଆଗାମୀ ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇପାରେ ବର୍ଷା । କେଉଁଠି ଘଡ଼ଘଡ଼ି, ତ କେଉଁଠି ବିଜୁଳି ସହ ବର୍ଷା...
ପାର୍ବଣ ଋତୁରେ ଦାଉ ସାଧିପାରେ ବର୍ଷା... ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି । ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି । ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ଝୋଟକା ପବନର ଆଶଙ୍କା ମଧ୍ୟ ରହିଛି ।
ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ୧୮ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଏଥିସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି । ଫଳରେ ଖୋଲା ଅଞ୍ଚଳରେ ଥିବା ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
ସେହିପରି କାଲି ପାଇଁ ୬ଟି ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ବର୍ଷା ଓ ପବନ ଯୋଗୁଁ ପାର୍ବଣ ପ୍ରସ୍ତୁତି ଏବଂ ବାହାରେ ଆୟୋଜିତ କାର୍ଯ୍ୟକ୍ରମ ପ୍ରଭାବିତ ହେବାର ଆଶଙ୍କା ରହିଛି ।
ପାଣିପାଗର ଏଭଳି ପରିବର୍ତ୍ତନକୁ ନଜରରେ ରଖି ସ୍ଥାନୀୟ ପ୍ରଶାସନ ଓ ସାଧାରଣ ଲୋକେ ସତର୍କ ରହିବା ଆବଶ୍ୟକ । ବିଶେଷକରି ବଜ୍ରପାତ ସମୟରେ ଖୋଲା ପଡ଼ିଆ, ଗଛ ତଳେ କିମ୍ବା ବିଦ୍ୟୁତ ଖୁଣ୍ଟ ନିକଟରେ ଆଶ୍ରୟ ନନେବାକୁ ପରାମର୍ଶ ଦିଆଯାଇଛି ।
📱 Get Argus News App
✨Related Topics
Explore more stories