Heat Alert / ମାର୍ଚ୍ଚରୁ ମେ' କଲବଲ କରିବ ଖରା; କେମିତି ରହିବ ସପ୍ତାହକର ପାଣିପାଗ ?
·6 months ago·2 min read

Key Points
- ମାର୍ଚ୍ଚ ମାସ ଆରମ୍ଭରୁ ୩୬ ଡିଗ୍ରୀ ଡେଇଁଲା ତାପମାତ୍ରା
- ରାଜ୍ୟର ୪ ସହରର ସର୍ବୋଚ୍ଚ ଦିନ ତାପମାତ୍ରା ୩୬ ଉପରେ
- ୩୬.୪ ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର
- ଭୁବନେଶ୍ୱର ଓ ସୋନପୁରରେ ୩୬.୨, ବାରିପଦାରେ ୩୬ ଡିଗ୍ରୀ
ଭୁବନେଶ୍ଵର: ମାର୍ଚ୍ଚ ମାସ ଆରମ୍ଭ ସହ ତାତି ଆହୁରି ବଢ଼ିଛି । ମାସର ପ୍ରଥମ ଦିନରେ ରାଜ୍ୟର ୪ ସହରରେ ପାରଦ ୩୬ ଡିଗ୍ରୀ ଡେଇଁଛି । ୩୬.୪ ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ରାଜଧାନୀ ଭୁବନେଶ୍ଵର ସହ ସୋନପୁର ଓ ବାରିପଦାରେ ପାରଦ ୩୬ ଉପରେ ରହିଛି ।
ଭୁବନେଶ୍ୱର ଓ ସୋନପୁରରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୬.୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ବାରିପଦାରେ ୩୬ ଡିଗ୍ରୀ ରହିଛି । ସେହିଭଳି ରାଜ୍ୟର ୬ଟି ସ୍ଥାନର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିବା ସନ୍ଧ୍ୟା ବୁଲେଟିନ୍ରେ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଏଥିସହ ପଢ଼ନ୍ତୁ: ମୁନା, କୁନା ଓ ଶତୁରା ମିଶି ରାହୁଲକୁ ମାରିଦେଲେ... ୩ ଘଣ୍ଟାରେ ୩ ଅଭିଯୁକ୍ତଙ୍କୁ ଧରିଲା ପୋଲିସ
ଚାନ୍ଦବାଲିରେ ପାରଦ ୩୫.୮ ଡିଗ୍ରୀ ରହିଥିବା ବେଳେ ସମ୍ବଲପୁରରେ ୩୫.୬ ଡିଗ୍ରୀ, ତାଳଚେରରେ ୩୫.୮ ଡିଗ୍ରୀ, ଭବାନୀପାଟଣାରେ ୩୫.୪ ଡିଗ୍ରୀ, ବଲାଙ୍ଗିରରେ ୩୫ ଡିଗ୍ରୀ, ଢେଙ୍କାନାଳରେ ୩୫.୮ ଡିଗ୍ରୀ ରେକର୍ଡ ହୋଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ରାଜ୍ୟରେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ । କୌଣସି ଜିଲ୍ଲାକୁ ପାଣିପାଗ ସମ୍ବନ୍ଧୀୟ ଆଲର୍ଟ ଜାରି ହୋଇ ନାହିଁ । ଆଗାମୀ ୬ରୁ ୭ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ସେଭଳି ବଡ଼ ପରିବର୍ତ୍ତନ ଆଶଙ୍କା ନାହିଁ । ସର୍ବୋଚ୍ଚ ଦିନ ତାପମାତ୍ରା ପାଖାପାଖି ୩୬ ଡିଗ୍ରୀ ଓ ସର୍ବିନିମ୍ନ ତାପମାତ୍ରା ୨୩ ଡିଗ୍ରୀ ପାଖାପାଖି ରହିପାରେ ।
ମାର୍ଚ୍ଚରୁ ମେ ଅସହ୍ୟ ତାତି
ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ମାର୍ଚ୍ଚରୁ ମେ ମାସ ପର୍ଯ୍ୟନ୍ତ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ସ୍ଵାଭାବିକ ଠାରୁ ଅଧିକ ଗ୍ରୀଷ୍ମ ପ୍ରବାହ ଦିନ ସାରାଦେଶରେ ରହିବା ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।
ଏଥିସହ ପଢ଼ନ୍ତୁ: ବିଜେଡି ପ୍ରାର୍ଥୀଙ୍କୁ କଂଗ୍ରେସର ଖୋଲା ସମର୍ଥନ; ନବୀନ ଭୁଲିଗଲେ କି ସମଦୂରତା ନୀତି ?
ପୂର୍ବ ଭାରତ ଏବଂ ପୂର୍ବକେନ୍ଦ୍ରୀୟ ଭାରତରେ ସ୍ଵାଭାବିକ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ବୃଦ୍ଧି ପାଇପାରେ । ସେହିଭଳି ଦକ୍ଷିଣପୂର୍ବ ଭାରତ ଏବଂ ଉତ୍ତରପଶ୍ଚିମ ଓ ପୂର୍ବ କେନ୍ଦ୍ରୀୟ ଭାରତରେ ଗ୍ରୀଷ୍ମ ଦିନ ସଂଖ୍ୟା ସ୍ଵାଭାବିକ ଠାରୁ ଅଦିକ ରହିବ ।
ବଢ଼ିବ ଗ୍ରୀଷ୍ମ ପ୍ରବାହ ଦିନ

ଦେଶରେ ଅଧିକାଂଶ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ବୃଦ୍ଧି ପାଇବ । ଓଡ଼ିଶା ସହ ପଶ୍ଚିମ ରାଜସ୍ଥାନ, ଗୁଜରାଟ, ହରିୟାଣା, ଦକ୍ଷିଣ ଏବଂ ପୂର୍ବ ମହାରାଷ୍ଟ୍ର, ପୂର୍ବ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଗାଙ୍ଗେୟ ପଶ୍ଚିମବଙ୍ଗ, ଛତିଶଗଡ଼, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ଉତ୍ତର ଆଭ୍ୟନ୍ତରୀଣ କର୍ଣ୍ଣାଟକ ଏବଂ ଉତ୍ତର ତାମିଲନାଡ଼ୁରେ ମାର୍ଚ୍ଚରୁ ମେ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ସ୍ଵାଭାବିକ ଠାରୁ ଅଧିକ ରହିବ ।
Related Topics
Explore more stories