Videos
|
Weather-calamities

Bay of Bengal Low Pressure / ଓଡ଼ିଶା ଉପରେ ଲଘୁଚାପର ବିଶେଷ ପ୍ରଭାବ ନାହିଁ…୭ ଦିନ ଶୁଖିଲା ରହିବ ପାଗ

Ritu Das
Browse all articles by Ritu Das
·4 hours ago·2 min read
ଓଡ଼ିଶା ଉପରେ ଲଘୁଚାପର ବିଶେଷ ପ୍ରଭାବ ନାହିଁ…୭ ଦିନ ଶୁଖିଲା ରହିବ ପାଗ
India

Key Points

ନଭେମ୍ବର ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ଅଞ୍ଚଳରେ ଏକ "ଲଘୁଚାପ କ୍ଷେତ୍ର" ସୃଷ୍ଟି ହେବାର ସମ୍ଭାବନା ରହିଛି
ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା। ନଭେମ୍ବର ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ଅଞ୍ଚଳରେ ଏକ "ଲଘୁଚାପ କ୍ଷେତ୍ର" ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହିତ ୧୪ ବେଳକୁ "ସୁଦୃଶ୍ୟ ଲଘୁଚାପ କ୍ଷେତ୍ର"ରେ ପରିଣତ ହେବାର ସମ୍ଭାବନା ରହିଛି। ତେବେ ଏହାର ଓଡ଼ିଶା ଉପରେ ବିଶେଷ ପ୍ରଭାବ ପଡ଼ିବ ନାହିଁ। ଉପକୂଳ ଅଞ୍ଚଳରେ ଆକାଶ ମେଘୁଆ ରହିପାରେ, କିନ୍ତୁ ବର୍ଷାର ସମ୍ଭାବନା ନାହିଁ। ଆଗାମୀ ୭ ଦିନ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ।

ଆଗାମୀ ୨ରୁ ୩ ଦିନ ମଧ୍ୟରେ ସୁନ୍ଦରଗଡ଼, ସୋନପୁର, ବୌଦ୍ଧ, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, କୋରାପୁଟ, ନୟାଗଡ଼ ଓ କଟକ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା। ତାପମାତ୍ରାରେ ମଧ୍ୟ ବଡ଼ ପରିବର୍ତ୍ତନର ସମ୍ଭାବନା ନାହିଁ। ଆଗାମୀ ୭ ଦିନ ରାତି ତାପମାତ୍ରା ପ୍ରାୟ ସ୍ଥିର ରହିବ। କିଛି ସ୍ଥାନରେ ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ କମ୍ ତାପମାତ୍ରା ରେକର୍ଡ ହୋଇଥିବା ବେଳେ କୋରାପୁଟରେ ସ୍ୱାଭାବିକଠାରୁ ୫.୨ ଡିଗ୍ରୀ ଅଧିକ ରହିଛି।ଏପଟେ ଗତ ୨୪ ଘଣ୍ଟାରେ ଫୁଲବାଣୀରେ ୧୪.୫ ଡିଗ୍ରୀ ସେଲସିୟସ୍ ସହ ସମତଳ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ସିମିଳିଗୁଡ଼ାରେ ୧୧.୬, ଦାରିଙ୍ଗବାଡ଼ିରେ ୧୪, କଟକରେ ୧୭.୪ ଏବଂ ଭୁବନେଶ୍ୱରରେ ୧୮.୫ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି।

ନଭେମ୍ବର ମାସର ପୂର୍ବାନୁମାନ ଅନୁସାରେ, ଅଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ସ୍ୱାଭାବିକ କିମ୍ବା ସ୍ୱାଭାବିକଠାରୁ କମ୍ ରହିପାରେ। ଅନ୍ୟପଟେ ଉପକୂଳ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକ କିମ୍ବା ସାମାନ୍ୟ ଅଧିକ ରହିବାର ସମ୍ଭାବନା ରହିଛି।

ସେପଟେ କନ୍ଧମାଳରେ ପହିଲି ଶୀତର ପୁଲକ । ବର୍ଷା ପରେ କନ୍ଧମାଳ ଜିଲ୍ଲାରେ ପଡ଼ିଛି ପହିଲି ଶୀତ । ଫୁଲବାଣୀ ସମେତ ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରୀଣ ଅଞ୍ଚଳରେ ଘନ କୁହୁଡ଼ି ଆଚ୍ଛାଦିତ ହୋଇ ରହିଛି । ଦୁଇଦିନ ହେଲା ଜିଲ୍ଲାରେ ଶୀତ ଅନୁଭୂତ ହେଉଛି । ଶୀତ ଓ କୁହୁଡ଼ିକୁ ଉପଭୋଗ କରୁଛନ୍ତି ଜିଲ୍ଲାବାସୀ । ଗତକାଲି ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ଥିବାବେଳେ ଆଗକୁ ପାଗରେ ଆହୁରି ପରିବର୍ତ୍ତନ ଅସିପାରେ । ବାତ୍ୟା ଯୋଗୁଁ କିଛି ଦିନ ବର୍ଷା ପରେ ହଠାତ କନ୍ଧମାଳରେ ପାଣିପାଗ ବଦଳିଛି। ସମଗ୍ର କନ୍ଧମାଳ ଜିଲ୍ଲାରେ ଶୀତ ଓ କୁହୁଡ଼ି ପଡ଼ିଛି। କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ସହର ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଶୀତ ସହ କୁହୁଡି ହେଇଛି। ଏତେ ମାତ୍ରାରେ କୁହୁଡ଼ି ହୋଇଛି ଯେ ସାମାନ୍ୟ ୧୦ରୁ ୧୫ ମିଟର ଦୂରରୁ କିଛି ସ୍ପଷ୍ଟ ଭାବେ ଦେଖାଯାଉନାହିଁ। ଏଭଳି ଶୀତ ସହ ଘନ କୁହୁଡ଼ିଆ ପରିବେଶ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରୁଛି ।



Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: