Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଗକୁ ଅଗ୍ରସର ହେଉଛି ମୌସୁମୀ; କାଳବୈଶାଖୀ ନେଇ ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

Weather & Calamities

Rain Alert / ଆଗକୁ ଅଗ୍ରସର ହେଉଛି ମୌସୁମୀ; କାଳବୈଶାଖୀ ନେଇ ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ଆଗକୁ ଅଗ୍ରସର ହେଉଛି ମୌସୁମୀ; କାଳବୈଶାଖୀ ନେଇ ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
Rain Alert Amid Rising Humidity in Odisha

Key Points

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳମ୍ ଛୁଇଁଥିବା ବେଳେ ରାଜ୍ୟରେ ଲାଗି ରହିଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ସହ ଗରମ ଓ ଗୁଳୁଗୁଳି ସ୍ଥିତି ଲାଗି ରହିବ ।

ଭୁବନେଶ୍ଵର: ଦିନରେ ଜାଳୁଛି, ସନ୍ଧ୍ୟାରେ ଢାଳୁଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳମ୍ ଛୁଇଁଥିବା ବେଳେ ରାଜ୍ୟରେ ଲାଗି ରହିଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ । ଗୁରୁବାର ଦିନ ୧୧ଟା ସୁଦ୍ଧା ରାଜଧାନୀ ଭୁବନେଶ୍ଵରରେ ପାରଦ ୩୮ ଡିଗ୍ରୀ ରହିଥିବା ବେଳେ ଦିନ ସାଢ଼େ ୨ଟାରେ ୪୧ ଡିଗ୍ରୀ ରେକର୍ଡ ହୋଇଛି ।

ତେବେ ଦିନ ୧୧ଟାରେ ଆଦ୍ରତା ୪୭ ପ୍ରତିଶତ ଥିବାରୁ ୪୭ ଡିଗ୍ରୀ ଭଳି ତାତି ଅନୁଭୂତ ହେଉଥିଲା । ସେହିଭଳି ଦିନ ସାଢ଼େ ୧୧ଟାରେ ଆଦ୍ରତା ୩୮ ପ୍ରତିଶତ ରହିବାରୁ ୫୦ ଡିଗ୍ରୀ ଭଳି ଗରମ ଅନୁଭୂତ ହୋଇଛି ।

ଏଥିସହ ପଢ଼ନ୍ତୁ: ଭାରତରେ ମୌସୁମୀର ଏଣ୍ଟ୍ରି: କେରଳମ୍ରୁ କାହିଁକି ଆରମ୍ଭ ହୁଏ ବର୍ଷା? ଜାଣନ୍ତୁ ୨ ପ୍ରକାର ମୌସୁମୀ ବାୟୁ ବିଷୟରେ

ମୌସୁମୀ ସ୍ଥିତି ?


ପାଣିପାଗ ବିଭାଗ ଅନୁସାରେ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗକୁ ଅଗ୍ରସର ହେଉଛି । ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କର୍ଣ୍ଣାଟକ, ତାମିଲନାଡୁ ସମେତ ଆରବ ସାଗର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି ।

ଆଗକୁ କେନ୍ଦ୍ରୀୟ ଆରବ ସାଗର, ଗୋଆ, ମହାରାଷ୍ଟ୍ରର କିଛି ଅଞ୍ଚଳ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡ଼ୁର ଅନ୍ୟ ଅଞ୍ଚଳ ସହ ବଙ୍ଗୋପସାଗରର ଅନ୍ଯ ପାର୍ଶ୍ଵକୁ ମୌସୁମୀ ଅଗ୍ରସର ହେବା ଲାଗି ପାଗ ଅନୁକୂଳ ରହିଛି । ଆଗାମୀ ୨ରୁ ୩ ଦିନ ମଧ୍ୟରେ ଉତ୍ତରପୂର୍ବ ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ବାୟୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ଅଛି ।

କେଉଁଠି ହେବ କାଳବୈଶାଖୀ ?

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ଵର ଅନୁସାରେ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ସହ ଗରମ ଓ ଗୁଳୁଗୁଳି ସ୍ଥିତି ଲାଗି ରହିବ । ଗୁରୁବାର କାଳବୈଶାଖୀ ନେଇ ବାଲେଶ୍ଵର, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ରହିଛି । ଏହି ସମୟରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ ।

ସେହିଭଳି କାଳବୈଶାଖୀ ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ନେଇ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି ।

ଏଥିସହ ପଢ଼ନ୍ତୁ: ରାଜ୍ୟରେ ଆସନ୍ତା ୫ ଦିନ ଯାଏ ତାତିରୁ ମିଳିବନି ତ୍ରାହି, ଆସନ୍ତା ୨୪ ଘଣ୍ଟା ପାଇଁ ସାରା ଓଡ଼ିଶାରେ କାଳବୈଶାଖୀ ବର୍ଷା ଚେତାବନୀ

ଗରମ ଓ ଗୁଳୁଗୁଳି


କାଳବୈଶାଖୀ ବର୍ଷା ଭିତରେ ରାଜ୍ୟରେ ଗରମ ଓ ଗୁଳୁଗୁଳି ଲାଗି ରହିଛି । ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗିର ଜିଲ୍ଲାର କିଛି ଅଞ୍ଚଳରେ ଆଜି ରାତି ଉଷ୍ମ ରହିବ । ସେହଭଳି ଗରମ ଓ ଗୁଳୁଗୁଳି ନେଇ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ବରଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼କୁ ୟେଲୋ ଆଲର୍ଟ ରହିଛି ।

ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଗାମୀ ୬ରୁ ୭ ଦିନ ପର୍ଯ୍ୟନ୍ତ ସର୍ବାଧିକ ଦିନ ତାପମାତ୍ରାରେ ବଡ଼ ପରିବର୍ତ୍ତନ ହେବା ସମ୍ଭାବନା ନାହିଁ । ଆଗାମୀ ୨୪ ଘଣ୍ଟାରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୨୮ ଡିଗ୍ରୀ ରହିପାରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Weather Update: Orange Alert for 6 Districts as Monsoon Advances | Argus News | Argus News