Weather Update / ବର୍ଷା ଗଲା... ଏବେ ଚିନ୍ତା କେବେଠୁ ପଡ଼ିବ ଶୀତ ?
·8 months ago·2 min read

Key Points
ରାଜ୍ୟର କିଛି ଜିଲ୍ଲାର ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ନଚେତ୍ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟକୁ କୌଣସି ପ୍ରକାର ପାଣିପାଗ ଚେତାବନୀ ନାହିଁ ।
ଭୁବନେଶ୍ଵର: ପଞ୍ଚୁକ ଆରମ୍ଭ ହେଲାଣି, କାର୍ତ୍ତିକ ସରିବାକୁ ବସିଲାଣି । ହେଲେ ରାଜ୍ୟରେ ନାହିଁ ଶୀତ । ସେପଟେ ବାରମ୍ବାର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ଫଳରେ ଲାଗି ରହୁଛି ବର୍ଷା । ଏବେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ମିଆଁମାର ଉପକୂଳ ଆଡ଼କୁ ମୁହାଁଇଥିବାରୁ ରାଜ୍ୟରେ ବର୍ଷା ସମ୍ଭାବନା ନାହିଁ ।
ପାଣିପାଗ ବିଭାଗର ସୂଚନା ଅନୁସାରେ, ବଙ୍ଗୋପସାଗରରେ ଲଘୁଚାପଟି ସହ ଆଉ ଏକ ଘୂର୍ଣ୍ଣିବଳୟ ରହିଛି । ଲଘୁଚାପଟି ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ଆଗାମୀ ୪୮ ଘଣ୍ଟାରେ ମିଆଁମାର-ବାଂଲାଦେଶ ଉପକୂଳ ଅତିକ୍ରମ କରିବ । ସେପଟେ ୪ ତାରିଖ ବେଳକୁ ପଶ୍ଚିମା ଝଡ଼ର ପ୍ରଭାବ ହିମାଳୟ କ୍ଷେତ୍ର ଉପରେ ପଡ଼ିବ ।
ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାର ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ନଚେତ୍ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟକୁ କୌଣସି ପ୍ରକାର ପାଣିପାଗ ଚେତାବନୀ ନାହିଁ ।
ଆଗାମୀ ୨୪ ଘଣ୍ଟାରେ ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ଉପକୂଳବର୍ତ୍ତୀ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ଆଗାମୀ ୨ ଦିନ ମଧ୍ୟରେ ସର୍ବନିମ୍ନ ରାତି ତାପାମତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ଖସିବାର ସମ୍ଭାବନା ରହିଛି ।
ପାଣିପାଗ ବିଜ୍ଞାନୀ ବିଶ୍ଵଜିତ ସାହୁଙ୍କ ଆକଳନ ଅନୁସାରେ, ସମଗ୍ର ରାଜ୍ୟରେ କମିବ ତାପମାତ୍ରା, ଅନୁଭୂତ ହେବ ଶୀତ । ସାରା ରାଜ୍ୟରେ ବଦଳିବ ପାଗର ମିଜାଜ । ଆଜିଠୁ ରାଜ୍ୟରେ ଶୁଖିଲା ପାଗ ରହିବ । ନଭେମ୍ବର ୭ ପରଠାରୁ ଖସିବ ତାପମାତ୍ରା ।
ଚଳିତ ବର୍ଷ ଶୀତ ବିଳମ୍ବରେ ଆସିଥିବା ବେଳେ ଆଜି ଠାରୁ ଉପକୂଳ ଜିଲ୍ଲାରୁ ଆରମ୍ଭ କରି ଫୁଲବାଣୀ, ଦାରିଙ୍ଗବାଡ଼ି, ବାଲିଗୁଡ଼ା, ଗଜପତି ଆଦି ସ୍ଥାନରେ ତାପମାତ୍ରା ଖସି ୧୫ରୁ ୧୭ ଡିଗ୍ରୀ ଭିତରେ ରହିପାରେ ।

ଆଜି ଠାରୁ ରାଜ୍ୟରେ ଶୁଖିଲା ପାଗ
— Odisha Weatherman (@OdishaWeather7) November 2, 2025
୭ ନଭେମ୍ବର ପରଠାରୁ ଖସିବ ତାପମାତ୍ରା..
ଲଘୁଚାପ ମିଆଁମାର ମୁହାଁ, ତେବେ ଆଜି ରାଜ୍ୟରେ ଆଂଶିକ ମେଘୁଆ ପାଗ ଦେଖାଦେଇପାରେ କିନ୍ତୁ ଆସନ୍ତାକାଲି ଠାରୁ ଶୁଖିଲା ପାଗ। ୭ ପରଠାରୁ ଉତ୍ତରା ପବନ ସହିତ ଖସିବ ତାପମାତ୍ରା। pic.twitter.com/rspim0aFdb
ଚଳିତ ବର୍ଷ ଶୀତ ବିଳମ୍ବରେ ଆସିଥିବା ବେଳେ ଆଜି ଠାରୁ ଉପକୂଳ ଜିଲ୍ଲାରୁ ଆରମ୍ଭ କରି ଫୁଲବାଣୀ, ଦାରିଙ୍ଗବାଡ଼ି, ବାଲିଗୁଡ଼ା, ଗଜପତି ଆଦି ସ୍ଥାନରେ ତାପମାତ୍ରା ଖସି ୧୫ରୁ ୧୭ ଡିଗ୍ରୀ ଭିତରେ ରହିପାରେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories