Videos
|
Weather-calamities

Twin City Fog / ଘନ କୁହୁଡ଼ିର ଚାଦର ତଳେ ଟ୍ୱିନ୍‌ ସିଟି, ୧୫୦ ମିଟର ଦୂରକୁ ଦିଶୁନି ରାସ୍ତା

Rashmita Mishra
Browse all articles by Rashmita Mishra
·12 mins ago·1 min read
ଘନ କୁହୁଡ଼ିର ଚାଦର ତଳେ ଟ୍ୱିନ୍‌ ସିଟି, ୧୫୦ ମିଟର ଦୂରକୁ ଦିଶୁନି ରାସ୍ତା
Twin City Fog

Key Points

ଘନ କୁହୁଡ଼ିର ଚାଦର ତଳେ ଟ୍ୱିନ୍‌ ସିଟି, ୧୫୦ ମିଟର ଦୂରକୁ ଦିଶୁନି ରାସ୍ତା
କଟକ-ଭୁବନେଶ୍ୱରକୁ ଘୋଡ଼ାଇଛି ଘନ କୁହୁଡ଼ି, ଗାଡ଼ି ଚଳାଚଳରେ ବାଧା
ଶୀତ ଆରମ୍ଭରୁ କୁହୁଡ଼ିର ରାଜୁତି, ଟ୍ୱିନ୍‌ ସିଟିରେ ଯାତାୟାତ ପ୍ରଭାବିତ
ସକାଳୁ ସକାଳୁ କୁହୁଡ଼ିର ଆସ୍ତରଣ, ଟ୍ୱିନ୍‌ ସିଟିରେ ଦୃଶ୍ୟମାନତା ହ୍ରାସ

ଶୀତ ଆରମ୍ଭରୁ କୁହୁଡ଼ିର ରାଜୁତି... ଟ୍ୱିନ୍‌ ସିଟି କଟକ ଓ ଭୁବନେଶ୍ୱରକୁ ଘୋଡ଼ାଇ ରଖିଛି ଘନ କୁହୁଡ଼ିର ଆସ୍ତରଣ । ସକାଳୁ ସକାଳୁ ଦୁଇ ସହରରେ ଦେଖିବାକୁ ମିଳିଛି ଘନ କୁହୁଡ଼ି । ଫଳରେ ରାସ୍ତାଘାଟରେ ଯାତାୟାତ ବାଧାପ୍ରାପ୍ତ ହେବା ସହ ଗାଡ଼ି ଚଳାଚଳ ଉପରେ ପଡ଼ିଛି ଏହାର ପ୍ରଭାବ । ମାତ୍ର ୧୫୦ ମିଟର ଦୂରତା ପର୍ଯ୍ୟନ୍ତ ମଧ୍ୟ ସ୍ପଷ୍ଟ ଭାବେ ଦେଖିବା କଷ୍ଟକର ହୋଇପଡ଼ିଛି।

ଚଳିତ ଋତୁର ପ୍ରଥମ ଘନ କୁହୁଡ଼ି ଭାବେ ଏହାକୁ ଦେଖାଯାଉଛି । ସକାଳ ସମୟରେ କୁହୁଡ଼ିର ଘନତା ଅଧିକ ରହିଥିବାରୁ ରାସ୍ତାରେ ଯାତାୟାତ କରୁଥିବା ଲୋକେ ନାନା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ବିଶେଷକରି ଦୁଇଚକିଆ ଓ ଚାରିଚକିଆ ଯାନ ଚାଳକଙ୍କୁ ଯାତାୟାତ ସମୟରେ ଅଧିକ ସତର୍କ ରହିବାକୁ ପଡ଼ିଛି । ରାସ୍ତାରେ ଯାନବାହନର ଗତି ମଧ୍ୟ ଧୀର ହୋଇଯାଇଛି ।

ଅନ୍ୟପଟେ ରାତିର ତାପମାତ୍ରା ହ୍ରାସ ପାଇବା ପରେ ଟ୍ୱିନ୍‌ ସିଟିରେ ସାମାନ୍ୟ ଶୀତ ଅନୁଭୂତ ହେଉଛି । ସକାଳୁ ଥଣ୍ଡା ପବନ ସାଙ୍ଗକୁ ଘନ କୁହୁଡ଼ି ଲୋକଙ୍କୁ ଶୀତର ଆଗମନର ଆଭାସ ଦେଇଛି ।

ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣାର ଆଶଙ୍କା ରହୁଥିବାରୁ ଯାନବାହନ ଚାଳକମାନେ ଧୀର ଗତିରେ ଗାଡ଼ି ଚଳାଇବା, ଆବଶ୍ୟକ ସମୟରେ ଲାଇଟ୍‌ ବ୍ୟବହାର କରିବା ଏବଂ ନିରାପଦ ଦୂରତା ବଜାୟ ରଖିବା ଜରୁରୀ । ଆଗାମୀ ଦିନରେ କୁହୁଡ଼ିର ପ୍ରଭାବ କିପରି ରହିବ, ତାହା ଉପରେ ଏବେ ସମସ୍ତଙ୍କ ନଜର ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: