Cyclone Alert / ଉପକୂଳ ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ମଧ୍ୟ ଦେଇ ଗତି କରିପାରେ ସମ୍ଭାବ୍ୟ ବାତ୍ୟା
·1 hour ago·2 min read

Key Points
ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି
ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ଅନ୍ତର୍ଜାତୀୟ ପାଣିପାଗ ମଡେଲକୁ ଆଧାର କରି ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଆନ୍ଧ୍ର ଉପକୂଳ ମୁହାଁ ହେବାନେଇ ଜାତୀୟ ଗଣମାଧ୍ୟରେ ଖବର ପ୍ରକାଶ ପାଇଛି । ତେବେ ଏହା ଆନ୍ଧ୍ର ଉପକୂଳ ଏବଂ ଦକ୍ଷିଣ ଓଡ଼ିଶା ମଧ୍ୟ ଦେଇ ଗତି କରିପାରେ । ବର୍ତ୍ତମାନ ଥାଇଲାଣ୍ଡ ଉପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଆଜି ଏହା ଆଣ୍ଡାମାନ ସାଗରରେ ପ୍ରବେଶ କରିବା ସମ୍ଭାବନା ରହିଛି।
ପରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହ ଅକ୍ଟୋବର ୨୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ଓ ତତ୍ସଂଲଗ୍ନ ପୂର୍ବ-ମଧ୍ୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ପୁଣି ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହେବାର ଆକଳନ କରିଛି ପାଣିପାଗ ବିଭାଗ।
ଏପଟେ ଆମେରିକାର GFS ଓ ୟୁରୋପର ECMWF ଭଳି ବିଶ୍ୱସ୍ତରୀୟ ପାଣିପାଗ ମଡେଲର କେତେକ ପୂର୍ବାନୁମାନରେ ପାଣିପାଗ ପ୍ରଣାଳୀ କହୁଛି ଅବପାତ କିମ୍ବା ବାତ୍ୟାର ରୂପ ନେଇପାରେ ଲଘୁଚାପ।
ଏପରିକି ଭାରତର ପୂର୍ବ ଉପକୂଳ ଆଡ଼କୁ ଏହାର ସମ୍ଭାବ୍ୟ ଗତିପଥକୁ ନେଇ ମଧ୍ୟ ଆକଳନ କରାଯାଉଛି । କିନ୍ତୁ ବର୍ତ୍ତମାନ ଏହା କେତେ ଶକ୍ତିଶାଳୀ ହେବ ଏବଂ ଓଡ଼ିଶା ଉପରେ ଏହା କି ପ୍ରଭାବ ପକାଇବ, ସେନେଇ ଏବେଠାରୁ କିଛି ସ୍ପଷ୍ଟତା ଆସିନାହିଁ ବୋଲି ଆଇଏମଡି କହିଛି। ତେବେ ପାଣିପାଗର ପରବର୍ତ୍ତୀ ଗତିବିଧି ଉପରେ ନଜର ରଖାଯାଇଛି।
ଅନ୍ୟପଟେ ଆମେରିକାର GFS ଓ ୟୁରୋପର ECMWF ଭଳି ବିଶ୍ୱସ୍ତରୀୟ ପାଣିପାଗ ମୋଡେଲଗୁଡ଼ିକର ପୂର୍ବାନୁମାନ କହୁଛି, ଲଘୁଚାପଟି ଅବପାତ କିମ୍ବା ବାତ୍ୟାର ରୂପ ମଧ୍ୟ ନେଇପାରେ । ଭାରତର ପୂର୍ବ ଉପକୂଳ ଆଡ଼କୁ ଏହାର ସମ୍ଭାବ୍ୟ ଗତିପଥ ରହିବା ନେଇ ଆକଳନ କରାଯାଉଛି । ତେବେ ଏହା କେତେ ଶକ୍ତିଶାଳୀ ହେବ ଓ ଓଡ଼ିଶା ଉପରେ କେତେ ପ୍ରଭାବ ପକାଇବ, ସେ ନେଇ ଏଯାଏଁ ସ୍ପଷ୍ଟତା ଆସିନାହିଁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିପରି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ, ଅକ୍ଟୋବର ୨୩ରୁ ୨୫ ମଧ୍ୟରେ ଲଘୁଚାପ ସୃଷ୍ଟି ହୋଇ ୨୭ରୁ ୨୯ ତାରିଖ ମଧ୍ୟରେ ଏହା ଅବପାତ କିମ୍ବା ଗଭୀର ଅବପାତର ରୂପ ନେବ । ଏହା ଆନ୍ଧ୍ରପ୍ରଦେଶ ଏବଂ ସମ୍ଭବତଃ ଦକ୍ଷିଣ ଓଡ଼ିଶା ଆଡ଼କୁ ଗତି କରିପାରେ । ତେବେ ଏହା ଘୂର୍ଣ୍ଣିଝଡ଼ ବା ବାତ୍ୟାର ରୂପ ନେବ କି ନାହିଁ, ସେନେଇ ଆସନ୍ତା ୨୨ ତାରିଖ ସୁଦ୍ଧା ଚିତ୍ର ଅଧିକ ସ୍ପଷ୍ଟ ହେବ । ଏହି ସମ୍ଭାବ୍ୟ ପାଣିପାଗ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଚାଷୀମାନଙ୍କୁ ନିଜ ନିଜର ପାକଳ ଫସଲ ସୁରକ୍ଷିତ ରଖିବା ସହ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ସତର୍କ ସୂଚନା ଦିଆଯାଇଛି ।
ସମ୍ଭାବ୍ୟ ଲଘୁଚାପର ଗତିପଥ ଓ ତୀବ୍ରତା ଉପରେ ଏବେ ସମସ୍ତଙ୍କ ନଜର । ବାତ୍ୟା ନେଇ କୌଣସି ନିଶ୍ଚିତ ଆକଳନ ହୋଇନଥିବାରୁ ଜନସାଧାରଣଙ୍କୁ ଆତଙ୍କିତ ନହୋଇ ପାଣିପାଗ ବିଭାଗର ପରବର୍ତ୍ତୀ ସୂଚନା ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି ।

Related Topics
Explore more stories