Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Update / ପଞ୍ଜାବରେ ୧୨ ଜିଲ୍ଲାରେ ୧୫ ଶହ ଗାଁ ଜଳବନ୍ଦୀ

Rashmita Mishra
Browse all articles by Rashmita Mishra
·10 months ago·1 min read
ପଞ୍ଜାବରେ ୧୨ ଜିଲ୍ଲାରେ ୧୫ ଶହ ଗାଁ ଜଳବନ୍ଦୀ

Key Points

ଉତ୍ତର ଭାରତରେ ବନ୍ୟା ସ୍ଥିତି ଗମ୍ଭୀର

ପଞ୍ଜାବରେ୧୨ ଜିଲ୍ଲାରେ ୧୫ ଶହ ଗାଁ ଜଳବନ୍ଦୀ

ପ୍ରଳୟଙ୍କାରୀ ବନ୍ୟାରେ ଗଲାଣି ୨୯ ଜୀବନ, ସ୍ଥାନାନ୍ତର ହେଲେଣି ତିନି ଲକ୍ଷ ଲୋକେ

ପଞ୍ଜାବରେ ବନ୍ୟା ସ୍ଥିତି ଗମ୍ଭୀର। ରାଜ୍ୟର ୨୩ରୁ ୧୨ ଜିଲ୍ଲା ମାତ୍ରାଧିକ ପ୍ରଭାବିତ ହୋଇଛି। ପ୍ରାୟ ୧୫୦୦ରୁ ଅଧିକ ଗାଁ ଏବେ ଜଳବନ୍ଦୀ। ବନ୍ୟା ନେଲାଣି ୨୯ ଜୀବନ। ୧୫ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ୩ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପଞ୍ଜାବରେ ଘରଦ୍ବାର, ରାସ୍ତାଘାଟ, ଦୋକାନ ବଜାର ସବୁଠି ବନ୍ୟା ପାଣି । ପ୍ରବଳ ବର୍ଷା ବନ୍ୟା ସ୍ଥିତି ଆଣିଥିବା ବେଳେ ଫୁଲିଛି ପଞ୍ଜାବ ଦେଇ ବହିଯାଇଥିବା ନଦୀ ।


ସତଲେଜ, ବ୍ୟାସ, ରାବି ନଦୀର ଜଳସ୍ତର ବଢିଛି । ବିପଦ ସଂକେତ ପାର କରିଛି ଜଳସ୍ତର। ଆଉ ନଦୀ ସବୁ ଫୁଲି ସ୍ଥଳଭାଗକୁ, ସହରକୁ, ଜନବସତିକୁ ମାଡି ଯିବା ପରେ ସ୍ଥିତି ସଙ୍ଗୀନ ହୋଇଛି । ଗୁରୁଦାସପୁର, ଅମୃତସର, ହୋସିଆରପୁର, ମାନସା, ଲୁଧିଆନା, ଅମୃତସର, ପଠାନକୋଟ ଭଳି ଅନେକ ଜିଲ୍ଲାରେ ବନ୍ୟାଜଳ ନିଜର ଭୟଙ୍କର ରୂପ ଦେଖାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Update | Flooding in 1,500 Villages Across 12 Districts of Punjab | Argus News | Argus News