Weather Update / ୯ ଯାଏଁ ପ୍ରବଳ ଛେଚିବ: ଜାଣନ୍ତୁ ଆପଣଙ୍କ ଜିଲ୍ଲାରେ ବର୍ଷା ହେବ କି ନାହିଁ

Key Points
୯ ଯାଏଁ ପ୍ରବଳ ଛେଚିବ: ଜାଣନ୍ତୁ ଆପଣଙ୍କ ଜିଲ୍ଲାରେ ବର୍ଷା ହେବ କି ନାହିଁ
ରାଜ୍ୟରେ ଆସନ୍ତାକାଲିଠୁ ଛେଚିବ ବର୍ଷା । ଆସନ୍ତାକାଲି ପାଇଁ ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ । ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ । ଏହି ସମୟରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ହେବା ନେଇ ଆକଳନ କରାଯାଇଛି ।
ସେହିପରି ଆସନ୍ତା ୯ ତାରିଖ ପାଇଁ ୪ ଜିଲ୍ଲାକୁ ଅରେଂଜ ୱାର୍ଣ୍ଣି ଜାରି ହୋଇଥିବା ବେଳେ ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ତେବେ ଅରେଂଜ ୱାର୍ଣ୍ଣିଂ ଚିହ୍ନିତ ଜିଲ୍ଲା ସୁନ୍ଦରଗଡ଼, କେନ୍ଦୁଝର, ମୟୂଭଂଜ ଓ ବାଲେଶ୍ବରରେ ପ୍ରବଳ ବର୍ଷା ହୋଇପାରେ । ଏହି ସମୟରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି । ସେହିପରି ୧୦ ତାରିଖ ବେଳକୁ ବର୍ଷାର ପରିମାଣ କମିପାରେ । ତେବେ ୧୦ ତାରିଖରେ ୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ରହିଛି ।
ରବିବାର ଓ ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଝଡ଼ତୋଫାନ ସମ୍ଭାବନା ରହିଛି। ବର୍ଷା, ବିଜୁଳି, ଘଡ଼ଘଡ଼ି ଏବଂ ପବନ ବହିବା ନେଇ ମଧ୍ୟ ସୂଚନା ଜାରି କରାଯାଇଛି। ବିଶେଷକରି ରବିବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲାରେ ବିଜୁଳି ଘଡ଼ଘଡ଼ି ମାରିବା ସହିତ ୪୦ରୁ ୫୦ କି.ମି. ବେଗରେ ପବନ ବହିବା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି।
ଆଜିଠୁ ୩ଦିନ ଘଡ଼ଘଡ଼ି ସହ କୁଆପଥର ବର୍ଷା, ୪ ଜିଲ୍ଲାକୁ ପାଣିପାଗ ବିଭାଗର ଆଲର୍ଟ
ସେହିପରି ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ଢେଙ୍କାନାଳ, ଅନୁଗୋଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ପୁରୀ, ଜଗତ୍ସିଂହପୁର, ନୟାଗଡ଼, କନ୍ଧମାଳ, ଗଞ୍ଜାମ, କଳାହାଣ୍ଡି, ରାୟଗଡ଼ା, ଗଜପତି, କୋରାପୁଟ ଏବଂ ମାଲକାନଗିରି ଜିଲାକୁ ଘଡ଼ଘଡ଼ି ବିଜୁଳି ସହିତ ୩୦ରୁ ୪୦ କି.ମି. ବେଗରେ ପବନ ବହିବା ନେଇ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ଏଥିସହ ଭଦ୍ରକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଏବଂ ଜଗତ୍ସିଂହପୁର ଜିଲାକୁ କୁହୁଡି ନେଇ ସତର୍କ ସୂଚନା ଦିଆଯାଇଛି।
ଅନ୍ୟପକ୍ଷରେ ଶୁକ୍ରବାର ଲଗାତାର ଦ୍ୱିତୀୟ ଦିନ ପାଇଁ ଝାରସୁଗୁଡା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ଏଠାରେ ସର୍ବାଧିକ ତାପମାତ୍ରା ୩୯.୬ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ୫ ସ୍ଥାନରେ ୩୭ ଡିଗ୍ରୀ ଟପିଥିଲା । ଟିଟିଲାଗଡ଼ରେ ୩୭.୫ ଡିଗ୍ରୀ ରହିଥିବାବେଳେ କିରେଇ ୩୭.୨ ଡିଗ୍ରୀ, ପାରଳାଖେମୁଣ୍ଡି ୩୭.୨ ଡିଗ୍ରୀ, ଢେଙ୍କାନାଳ ୩୭.୧ ଡିଗ୍ରୀ, ଗୋପାଳପୁର ୩୭.୧ ଡିଗ୍ରୀ, ଅନୁଗୋଳ ୩୬.୯ ଡିଗ୍ରୀ, ହୀରାକୁଦ ୩୬.୮ ଡିଗ୍ରୀ, ସମ୍ବଲପୁର ୩୬.୬ ଡିଗ୍ରୀ, ଭବାନୀପାଟଣା ୩୬.୫ ଡିଗ୍ରୀ, ଭୁବନେଶ୍ୱର ୩୬.୪ ଡିଗ୍ରୀ ଓ ତାଳଚେରରେ ୩୬.୪ ଡିଗ୍ରୀ ରେକର୍ଡ ହୋଇଛି ।
ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କଟକ, ପୁରୀ, ଜଗତ୍ସିଂହପୁର, ନୟାଗଡ଼, ଗଞ୍ଜାମ, ଗଜପତି ଜିଲାରେ ପ୍ରବଳ ଗରମ ଏବଂ ଗୁଳୁଗୁଳି ଅନୁଭୂତ ହୋଇଥିଲା । ଶନିବାର ମଧ୍ୟ ଏହିସବୁ ଜିଲାରେ ଗରମ ଓ ଗୁଳୁଗୁଳି ହେବା ନେଇ ପୂର୍ବାନୁମାନ କରାଯାଇଛି। ଏଥିସହ କେତେକ ଜିଲାକୁ କୁହୁଡି ନେଇ ସତର୍କ ସୂଚନା ଦିଆଯାଇଛି ।
📱 Get Argus News App
✨Related Topics
Explore more stories