Cyclone Arnab / ବାତ୍ୟା ପ୍ରଭାବରେ ବେହାଲ ରାୟଗଡ଼ା... ଲଗାଣ ବର୍ଷାରେ ଭାଙ୍ଗିଲା ଘର, ସ୍କୁଲ କୋଠା

Key Points
ରାୟଗଡ଼ାରେ ବର୍ଷାର ତାଣ୍ଡବ ଗଛ ପଡ଼ି ଭାଙ୍ଗିଲା ସ୍କୁଲ କୋଠା
ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ ବେସାହାରା ହେଲେ ଅନେକ ପରିବାର
ବାତ୍ୟା ମାଡ଼ରେ ଅସ୍ତବ୍ୟସ୍ତ ଜନଜୀବନ ରାୟଗଡ଼ାରେ ବ୍ୟାପକ କ୍ଷୟକ୍ଷତି
ବାତ୍ୟାର ପ୍ରଭାବରେ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି । ଲଗାତାର ବର୍ଷା ଯୋଗୁଁ ଜିଲ୍ଲାର ଅନେକ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ବିଭିନ୍ନ ସ୍ଥାନରେ ଘରଦ୍ୱାର ଓ ସରକାରୀ କୋଠା କ୍ଷତିଗ୍ରସ୍ତ ହୋଇଥିବା ଖବର ମିଳିଛି । ବର୍ଷା ଓ ପ୍ରତିକୂଳ ପାଗ ଯୋଗୁଁ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି ।
ସୂଚନା ଅନୁଯାୟୀ, ରାୟଗଡ଼ା ସଦର ବ୍ଲକ ଅନ୍ତର୍ଗତ ପେରୀଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ଉପରେ ଏକ ବିରାଟ ଗଛ ଉପୁଡ଼ି ପଡ଼ିବାରୁ ବିଦ୍ୟାଳୟ କୋଠାଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି । ଲଗାଣ ବର୍ଷା ଓ ବାତ୍ୟାର ପ୍ରଭାବରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି । ବିଦ୍ୟାଳୟ କୋଠା ନଷ୍ଟ ହୋଇଯିବା ଫଳରେ ଶିକ୍ଷାଦାନକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ ପାଇଛି ।
ସେହିପରି ରାୟଗଡ଼ା ସଦର ବ୍ଲକ ମୀରାବାଲି ପଞ୍ଚାୟତ ଅନ୍ତର୍ଗତ ତାମାଲବାଇ ଗ୍ରାମର ଅଜୟ କର୍କରିଆଁଙ୍କ ମାଟିକାନ୍ଥ ଲଗାଣ ବର୍ଷା ଯୋଗୁଁ ଧସିପଡ଼ିଛି । ଫଳରେ ପରିବାର ଲୋକେ ଅସହାୟ ପରିସ୍ଥିତିରେ ପଡ଼ିଛନ୍ତି । ଘରର କାନ୍ଥ ଭୁଶୁଡ଼ି ପଡ଼ିବାରୁ ପରିବାରର ସୁରକ୍ଷା ଓ ରହିବା ବ୍ୟବସ୍ଥାକୁ ନେଇ ସମସ୍ୟା ସୃଷ୍ଟି ହୋଇଛି । ଏହାବ୍ୟତୀତ ମୁନିଗୁଡ଼ା ବ୍ଲକର ବିଭିନ୍ନ ଅଞ୍ଚଳରେ ମଧ୍ୟ କାନ୍ଥ ଭୁଶୁଡ଼ି ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।
ଏଭଳି ସ୍ଥିତିରେ କ୍ଷତିଗ୍ରସ୍ତ ପରିବାରଙ୍କୁ ତୁରନ୍ତ ସହାୟତା ଯୋଗାଇଦେବାକୁ ଦାବି ହେଉଛି । ପ୍ରଶାସନ ପକ୍ଷରୁ ଘଟଣାସ୍ଥଳ ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରିବା ସହ ପ୍ରଭାବିତ ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ଆଶ୍ୱାସନ ଦିଆଯାଇଛି । ଆଗକୁ ବର୍ଷା ଜାରି ରହିବାର ଆଶଙ୍କା ଥିବାରୁ ଲୋକଙ୍କୁ ସତର୍କ ରହିବା ସହ ଦୁର୍ବଳ ଘର ଓ ବିପଦପୂର୍ଣ୍ଣ ଗଛ ନିକଟରେ ନରହିବାକୁ ପରାମର୍ଶ ଦିଆଯାଉଛି ।
📱 Get Argus News App
✨Related Topics
Explore more stories