Videos
|
Weather-calamities

Bhadrak Flood / ସାଳନ୍ଦୀ ଓ ନାଳିଆ ନଦୀରେ ଘାଇ, ଭଦ୍ରକର ତଳିଆ ଅଞ୍ଚଳରେ ପଶିଲା ପାଣି

Rashmita Mishra
Browse all articles by Rashmita Mishra
·55 mins ago·2 min read
ସାଳନ୍ଦୀ ଓ ନାଳିଆ ନଦୀରେ ଘାଇ, ଭଦ୍ରକର ତଳିଆ ଅଞ୍ଚଳରେ ପଶିଲା ପାଣି
Bhadrak Flood

Key Points

ସାଳନ୍ଦୀ ଓ ନାଳିଆ ନଦୀରେ ଘାଇ, ଭଦ୍ରକର ତଳିଆ ଅଞ୍ଚଳରେ ପୁଣି ବନ୍ୟା ମାଡ଼ । 
ଭଦ୍ରକରେ ବନ୍ୟା ଆତଙ୍କ, ସାଳନ୍ଦୀରେ ୧୦୦ ଫୁଟ୍‌ ଓ ନାଳିଆରେ ୫୦ ଫୁଟ୍‌ ଘାଇ ।  
ସାଳନ୍ଦୀ-ନାଳିଆ ନଦୀର ଘାଇରେ ଉପୁଡ଼ିଲା ଚାଷଜମି, ଗାଁକୁ ପଶିଲା ବନ୍ୟା ଜଳ ।  
ଭଦ୍ରକରେ ପୁଣି ବନ୍ୟା ବିଭୀଷିକା, ସାଳନ୍ଦୀ ଓ ନାଳିଆ ନଦୀରେ ବଡ଼ ଘାଇ । 

ସାଳନ୍ଦୀ ଓ ନାଳିଆ ନଦୀରେ ଘାଇ... ଭଦ୍ରକରେ ସାଳନ୍ଦୀ ଓ ଏହାର ଶାଖା ନଦୀ ନାଳିଆ ନଦୀର ପୁଣି ବନ୍ୟା ଆସିବା ଦ୍ୱାରା ତଳିଆ ଅଞ୍ଚଳର ଚାଷ ଚାଷ ଜମି ସହିତ କେତେକ ଗାଁକୁ ବନ୍ୟା ଜଳ ମାଡିଛି । ଏପରିକି ଏହି ବନ୍ୟା ଦ୍ୱାରା ସାଳନ୍ଦୀ ନଦୀର ବାରୋ ଡିହକୁଆ ମାହାରା ଠାରେ ୧୦୦ ଫୁଟର ଘାଇ ହୋଇଥିବା ବେଳେ, ବିଲଣା ପଞ୍ଚାୟତର ଲଞ୍ଜାତରା ଠାରେ ନାଳିଆ ନଦୀର ୫୦ ଫୁଟ୍‌ରୁ ଅଧିକ ଘାଇ ହୋଇ ଯାଇଛି ।

ଗତକାଲି ଠାରୁ ବନ୍ୟା ଜଳ ବିଲଣା ପଞ୍ଚାୟତର ଲଞ୍ଜାତରା, ବିଲଣା ଶାସନ, ଗଳଗଣ୍ଡପୁର, ନୂଆପାଟଣା, କେରଡିହ ଆଦି ଗାଁରେ ଚାଷ ଜମି ଭିତରକୁ ବନ୍ୟା ପାଣି ପୁଣି ଥରେ ପ୍ରବେଶ କରିଛି । ସେହିପରି ବାରୋ ପଞ୍ଚାୟତର ସାଳନ୍ଦୀ ନଦୀର କୁଆମାହାରା ଠାରେ ଶହେ ଫୁଟର ଘାଇ ହେଵା ଯୋଗୁଁ ବାରୋଡିହ, ବଳିୟାରପୁର,ଚବିଶ ପଡା, ଶାସନ, ଦହପାଣିଆ ଆଦି ଗ୍ରାମର ଚାଷ ଜମି କୁ ପୁଣି ଥରେ ବନ୍ୟା ପାଣି ମାଡିଛି ।

ଏପରିକି ବାରୋ ଡିହ ଗାଁର ମଧ୍ୟ ବନ୍ୟା ପାଣି ପ୍ରବେଶ କରିଛି । ତେବେ ଖବର ପାଇ ଜଳ ସେଚନ ବିଭାଗ ପକ୍ଷରୁ ବାଲି ବସ୍ତା,ବାଉଁଶ ନିଆଯାଇ ବନ୍ଧକୁ ମରାମତି ପାଇଁ ଉଦ୍ୟମ ଆରମ୍ଭ ହେଉଥିଲେ ମଧ୍ୟ ଘାଇର ପ୍ରଖର ସ୍ରୋତ ଯୋଗୁଁ ମରାମତିର ଅସୁବିଧା ହେଉଥିବା ଜଣା ଯାଇଛି । ତେଣୁ ସ୍ଥାନୀୟ ଲୋକ ମାନେ ଭୟଭୀତ ହୋଇ ପଡିଛନ୍ତି।

ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏଥିଯୋଗୁଁ ରାଜ୍ୟରେ ୨ ଦିନ ଭୀଷଣ, ଅତି ପ୍ରବଳ ଓ ପ୍ରବଳ ବର୍ଷା ହେବା ସହ ୫ ଦିନ ଯାଏ ବର୍ଷା ଲାଗିରହିବ। । କେନ୍ଦୁଝର ମୟୁରଭଞ୍ଜ, ସମ୍ବଲପୁର, ସୁନ୍ଦରଗଡ, ଝାରସୁଗୁଡା ଓ ବରଗଡ଼ ଏହି ୬ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷାକୁ ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଦେଓଗଡ,ବୌଦ୍ଧ ସୋନପୁର ବଲାଙ୍ଗୀର ଓ ନୂଆପଡା ଏହି ୧୧ ଜିଲ୍ଲାରେ ପ୍ରବଳ ବର୍ଷ ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି । ଅବଶିଷ୍ଟ ଜିଲ୍ଲାରେ ବିଜୁଳି ଘଡଘଡି ସହ ୩୦ ରୁ ୪୦ ଝଟକା ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ରାଜ୍ୟରେ ୧୧ ତାରିଖ ଯାଏ ବର୍ଷା ସମ୍ଭାବନା ସହ ଚେତାବନୀ ମଧ୍ୟ ରହିଛି । ସେପଟେ ସମୁଦ୍ର ଉପକୂଳବର୍ତ୍ତୀ ଅଂଚଳରେ ୪୦ ରୁ ୫୦ ସର୍ବାଧିକ ୬୦ କିମି ପବନ ବହିବାର ସମ୍ଭାବନାକୁ ନେଇ ସମୁଦ୍ର ଅଶାନ୍ତ ରହିବ ଏଥିପାଇଁ ସମୁଦ୍ରକୁ ମତ୍ସ୍ୟଜୀବିଙ୍କୁ ଯିବାକୁ ବାରଣ ଜରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: