Salandi River / ଭଦ୍ରକ ସାଳନ୍ଦୀ ନଦୀରେ ଧସିଲା ବନ୍ଧ; ଲୋକେ ଭୟଭୀତ
·1 month ago·2 min read

Key Points
ଭଦ୍ରକ ସାଳନ୍ଦୀ ନଦୀର ଦେଉଳପାଳ ଠାରେ ଧସିଲା ନଦୀ ବନ୍ଧ... ୧୦୦ ଫୁଟରୁ ଉର୍ଦ୍ଧ ଧସିଛି ନଦୀ ବନ୍ଧ । ନଦୀରେ ବନ୍ୟା ଯୋଗୁଁ ବଡ଼ ଘାଇ ହେବା ଆଶଙ୍କା ରହିଛି । ତେବେ ଏନେଇ ନଦୀ କୁଳିଆ ଲୋକେ ଭୟଭୀତ ଅଛନ୍ତି । କ୍ରମାଗତ ଭାବେ ଲଗାଣ ବର୍ଷା ଲାଗି ରହିବା ଫଳରେ ସାଳନ୍ଦୀ, ନାଳିଆ, ରେବ, କପାଳୀ ନଦୀରେ ବନ୍ୟା ଆସିଛି, ଏହା ଯୋଗୁଁ ଧାମନଗର ବ୍ଲକର କଟସାହି ପଂଚାୟତର ମୁଦୁଲି ସାହିର ୭୦ ରୁ ଉର୍ଦ୍ଧ ପରିବାରର ୫୦୦ ରୁ ଉର୍ଦ୍ଧ ଲୋକ ଦୁଇ ଦିନ ହେଲା ଜଳବନ୍ଧୀ ଜୀବନ ବିତାଉଛନ୍ତି ସହିଦ ନଗର ମୁଖ୍ୟ ରାସ୍ତାରୁ ଏହି ଗ୍ରାମକୁ ଯୋଗାଯୋଗ ବିଛିନ୍ନ ହୋଇ ଯାଇଛି ।
ଭଦ୍ରକରେ ଲଘୁଚାପ ବର୍ଷା ପ୍ରଭାବରେ ରାତି ସାର ବର୍ଷା । ଭଦ୍ରକ ଟାଉନ ସମେତ ଜିଲ୍ଲାରେ ଧାମନଗର ଓ ଭଣ୍ଡାରିପୋଖରୀ ଅଞ୍ଚଳରେ ଗତକାଲି ରାତି ଠାରୁ ଲାଗି ରହିଛି ବର୍ଷା । ପବନ ଓ ବିଜୁଳି ଘଡଘଡି ପ୍ରଭାବରେ ଜନ ଜୀବନ ଅସ୍ତବ୍ୟସ୍ତ ସହ ଚାଷ ଜମି ବୁଡିଛି । ସେପଟେ ଗ୍ରାମାଞ୍ଚଳ ଥିବା ବିଭିନ୍ନ ନାଳ ମାନଙ୍କରେ ପାଣି ଜମି ରହିଥିବା ଦେଖିବା ପାଇଁ ମିଳିଛି ।
ଲଗୁଚାପ ଜନିତ ଲଗାଣ ବର୍ଷା ଜିଲ୍ଲାରେ ଲାଗି ରହିଥିବାରୁ ଆଜି ଗୋଟାଏ ଦିନ ସରକାରୀ ସ୍କୁଲ, ବେସରକାରୀ ସ୍କୁଲ, ଅଙ୍ଗନବାଡି କେନ୍ଦ୍ର ଓ ଆଡେଡ଼ ସ୍କୁଲ କୁ ଛୁଟି ଘୋଷଣା କରିଲେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ।
ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ସିଧାସଳଖ ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡ଼ିଶା ଉପକୂଳ ଆଡ଼କୁ ଗତି କରୁଛି । ଏହା ଆଜି ଦିଘାର ପୂର୍ବ ଏବଂ ହଳଦିଆର ପଶ୍ଚିମ ଭାଗ ଦେଇ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଅଛି। ଏହା ପ୍ରଭାବରେ ଓଡ଼ିଶାରେ ବିଶେଷ କରି ଉତ୍ତର ଉପକୂଳ ଜିଲ୍ଲା ଏବଂ ପଶ୍ଚିମବଙ୍ଗର ଅଧିକାଂଶ ସ୍ଥାନରେ ଅତି ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଲଗାତର ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାରେ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟ ସମେତ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରହିଛି । ଶିଶୁ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିଭାବକ, ଶିକ୍ଷକ ଓ ସମସ୍ତ ସମ୍ପୃକ୍ତଙ୍କୁ ସତର୍କ ରହିବା ସହ ପାଣିପାଗ ସମ୍ପର୍କିତ ସରକାରୀ ପରାମର୍ଶ ପାଳନ କରିବାକୁ ଅନୁରୋଧ କରାଯାଇଛି ।
Related Topics
Explore more stories