Videos
|
Weather-calamities

Flood Alert / ବୈତରଣୀର ଦ୍ୱିତୀୟ ବନ୍ୟା, ୨୦ରୁ ଅଧିକ ଗାଁ ଜଳବନ୍ଦୀ

Rashmita Mishra
Browse all articles by Rashmita Mishra
·1 hour ago·4 min read
ବୈତରଣୀର ଦ୍ୱିତୀୟ ବନ୍ୟା, ୨୦ରୁ ଅଧିକ ଗାଁ ଜଳବନ୍ଦୀ
Flood Alert

Key Points

ବୈତରଣୀର ଦ୍ୱିତୀୟ ବନ୍ୟା, ୨୦ରୁ ଅଧିକ ଗାଁ ଜଳବନ୍ଦୀ
୫ ଫୁଟ୍‌ ବନ୍ୟାପାଣିରେ ଭଦ୍ରକ–ଯାଜପୁର ଯୋଗାଯୋଗ ବିଛିନ୍ନ
ବିପଦ ସଙ୍କେତ ଉପରେ ବୈତରଣୀ, ତଳିଆ ଅଞ୍ଚଳରୁ ସ୍ଥାନାନ୍ତରଣ
ବୈତରଣୀ ବନ୍ୟାରେ ବୁଡ଼ିଲା ଗାଁ, ଶତାଧିକ ଘରେ ପଶିଲା ପାଣି

ବୈତରଣୀ ବନ୍ୟା ପ୍ରଭାବ ଧାମନଗର ବ୍ଲକ ଗୌରାଙ୍ଗପୁର ଓ ମଲିମାହାରା ଦେଇ ବନ୍ୟା ପ୍ରବେଶ ଫଳରେ ଧାମନଗରରୁ ଦୋବଲ ଦେଇ ଯାଜପୁର ଜିଲ୍ଲାକୁ ସଂଯୋଗ କରୁଥିବା ରାସ୍ତା ଉପରେ ୫ ଫୁଟ ଉପରେ ବନ୍ୟାପାଣି ପ୍ରଭାବିତ । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ବୈତରଣୀ ଶାଖ ଗେଙ୍ଗୁଟି ନଦୀ ଦୋବଲ ପୋଲ ବୁଡି ଯିବା ଖଡିପଦା, କରଦା, ସୋଡ଼ା , ଆନନ୍ଦ ପୁର, ଦଳାଙ୍ଗା ପଞ୍ଚାୟତ ବର୍ତମାନ ସୁଦ୍ଧା ୨୦ ଅଧିକ ଗାଁ ଜଳବନ୍ଦୀ। ଆଖୁଆପଦା ଠାରେ ବିପଦ ସଙ୍କେତର ବହୁ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ। ବିପଦ ସଙ୍କେତ 18.33 ମିଟର ଥିବା ବେଳେ, ସକାଳ ସୁଦ୍ଧା 20.26 ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। କଣ୍ଟିଘାଇ ଦେଇ ଜନବସତି ଆଡକୁ ବନ୍ୟାଜଳ ପ୍ରବେଶ କରିବା ସହ ଭଦ୍ରକ-ଯାଜପୁର ଯୋଗାଯୋଗ ବିଛିନ୍ନ. ଧାମନଗର ଓ ଭଣ୍ଡାରିପୋଖରୀ ଅଞ୍ଚଳରେ ବହୁ ଗାଁ ଜଳମଗ୍ନ ହୋଇଛି
ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବୈତରଣୀରେ ଦ୍ବିତୀୟ ବନ୍ୟା । ଆଖୁଆପଦା, ବଲ୍ଲଭିଘାଟ ଓ ଦଶରଥପୁରରେ ବିପଦ ସଙ୍କେତ ଉପରେ ବୈତରଣୀ ଜଳସ୍ତର ।

ଯାଜପୁର ଜିଲ୍ଲାରେ ଏକ ବଡ଼ ଧରଣର ବନ୍ୟା ଆଶଙ୍କା ରହିଛି । ବନ୍ୟା ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ବନ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ବୋଲି ଜିଲ୍ଲାପାଳ କହିଛନ୍ତି । ଅନ୍ୟପଟେ ବନ୍ୟା ମୁକାବିଲା ପାଇଁ ପୂର୍ବତନ ଜିଲ୍ଲାପାଳ ପି ଅନ୍ୱେସା ଯାଜପୁର ଜିଲ୍ଲାର ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । ନଦୀକୂଳିଆ ଲୋକେ ଏହି ବନ୍ୟାକୁ ନେଇ ଭୟଭୀତ ହେଉଥିବା ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ନଦୀ କୂଳିଆ ଅଞ୍ଚଳରେ ମାଇକିଙ୍ଗ କରାଯିବା ସହ ତଳିଆ ଅଞ୍ଚଳବାସୀଙ୍କୁ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି । ଆଜି ଜିଲ୍ଲାରେ ସମସ୍ତ ସ୍କୁଲ ବନ୍ଦ ରହିଛି ।

ତୁରନ୍ତ ନିଜ ଘର ଛାଡି ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା କୌଣସି ସୁରକ୍ଷିତ ସ୍ଥାନକୁ ଯିବାକୁ ନିବେଦନ କରୁଛନ୍ତି ଜିଲ୍ଲାପାଳ। ଗତକାଲି ମଧ୍ୟ୍ୟରାତ୍ରରେ ବୈତରଣୀ ନଦୀରେ ପ୍ରବଳ ବନ୍ୟାଜଳ ଆସିବାର ଆଶଙ୍କା ଥିବାରୁ ଏହା ଶାଖା ନଦୀ କାଣୀ ନଦୀରେ ବନ୍ୟା ଆସିବାର ଯଥେଷ୍ଟ ଅଧିକ ସମ୍ଭାବନା ରହିଛି ତେଣୁ ଦଶରଥପୁର ବ୍ଲକର ବିଭିନ୍ନ ସ୍ଥାନକୁ ସ୍ଥାନ ବୁଲି ସ୍ଥାନୀୟ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ନିବେଦନ କରୁଛନ୍ତି ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର ।

ଲଗାଣ ବର୍ଷାରେ ବେହାଲ ସୋର ବ୍ଲକ ଏବଂ ପୌରପାଳିକା । ସୋର ବ୍ଲକର ତେଣ୍ଟେଇ, ଅନନ୍ତପୁର, ପାଖର, କେଦାରପୁର, ତଳନଗର, ସବିରା, ଦହିସଡ ପଂଚାୟର ବିଭିନ୍ନ ଗାଁ ଏବେ ଜଳମଗ୍ନ । ଯୁଆଡେ ଚାହିଁବ ପାଣି, ଘର ଭିତରେ ପାଣି ପଶିଯିବାରୁ ବାତ୍ୟା ଆଶ୍ରୟସ୍ଥଳୀକୁ ଯିବା ପାଇଁ ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି । ଦହିସଡା ପଞ୍ଚାୟତ ଜଗନ୍ନାଥପୁର ଗାଁ ର ଘର ଭିତରେ ଲହଡ଼ି ମାରୁଛି ପାଣି। ଘରେ ପାଣି ପଶି ଅସବାବପତ୍ର ନଷ୍ଟ ହୋଇଛି। ସେହି ପରି ତେଣ୍ଟେଇ ଏବଂ ତଳନଗରରେ ବନ୍ୟା ଜଳ ଧୀରେ ଧୀରେ ବଢୁଛି ।

ନୀଳଗିରି କାଂଶ ପଞ୍ଚାୟତ କୋଲ୍ହାପାଳ ଗାଁରୁ ଉଦ୍ଧାର ହେଲେ ଜଳବନ୍ଦୀ ଲୋକେ। ସୋନଡ୍ୟାମ ଓ କାଳଡ୍ୟାମ ପାଣି ଆସି ଯିବାରୁ ସୋନନଦୀରେ ଫସିଯାଇଥିଲେ । ନଦୀ ଫୁଲି ମିତ୍ରପୁର-ଉଦଳା ରାସ୍ତା ଉପରେ ଚାଲୁଛି ପାଣି । ଫଳରେ ଖସାପଡ଼ିଆ, ଜୁଣକୋଇଲି, ବାଡ଼ିଆ, କାଠପାଳ, ସିଙ୍ଗିରି, ବେଗୁନିଆ, ତୁଟାପଡା, କରଞ୍ଜିଆ, କୋଲ୍ହାପାଳ ଗାଁର ଲୋକେ ଜଳବନ୍ଦୀ । ରିଲିଫ ଟିମ ପକ୍ଷରୁ ବୋଟ ମାଧ୍ୟମରେ କୋଲ୍ହାପାଳ ଗାଁ ରୁ ଲୋକଙ୍କୁ ଉଦ୍ଧାର କରାଯାଇଛି । ୨୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ନୀଳଗିରି ଉପଖଣ୍ଡରେ ୫ ହଜାର ଲୋକଙ୍କ ପାଇଁ ରନ୍ଧାଖାଦ୍ୟ ବ୍ୟବସ୍ତା କରାଯାଇଥିବା ସୂଚନା ଦେଇଛନ୍ତି ନୀଳଗିରି ଉପଜିଲ୍ଲାପାଳ ଶୁଭଶ୍ରୀ ରଥ ।

ଲଗାଣ ବର୍ଷାରେ ବେହାଲ ଭଦ୍ରକ ସହର । ତଳିଆ ଅଞ୍ଚଳରେ ଦେଖାଦେଇଛି ଜଳ ନିଷ୍କାସନର ସମସ୍ୟା । ସହରର 15 ନଂ ୱାର୍ଡ କୁଆଁସର ଜଗନ୍ନାଥ ବଡ଼ ଦାଣ୍ଡରେ ଆଣ୍ଠୁଏ ଉଚର ପାଣି ଲହଡ଼ି ମାରୁଛି । ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏହି ୱାର୍ଡ ଦେଇ ସାଳନ୍ଦୀ ନଦୀ ପ୍ରବାହିତ ହୋଇଥିବାରୁ ୱାର୍ଡରୁ ଏକ ଡ୍ରେନ ନଦୀ କୁ ସଂଯୋଗ କରାଯାଇଛି । ଫଳରେ ଡ୍ରେନର କୌଣସି ଗେଟ ବ୍ୟବସ୍ଥା ନ ଥିବାରୁ ସାଳନ୍ଦୀ ନଦୀରେ ବନ୍ୟା ଜଳ ଆସିବା ପରେ ଏହି ଡ୍ରେନ ମାଧ୍ୟମରେ ପାଣି ଆସି ବଡ଼ ଦାଣ୍ଡରେ ପାଣି ଜମୁଛି । ସେହିପରି ରାସ୍ତା ଉପରେ ଆଣ୍ଠୁଏ ଉଚର ପାଣି ଜମି ରହିଛି । ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ କିଛି ସମାଧାନ ହୋଇ ପାରୁନାହିଁ । ତେଣୁ ପ୍ରଶାସନ ଓ ପୌର ପ୍ରଶାସନ ତୁରନ୍ତ ଏହି ନଦୀ କୁ ସଂଯୋଗ କରୁଥିବା ଡ୍ରେନର ଗେଟ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ଲଗାଣ ବର୍ଷା ଯୋଗୁଁ ଶୁଆକାଠି–ବାଂଶପାଳ ମୁଖ୍ୟ ରାସ୍ତାରେ ବୈତରଣୀ ନଦୀ ଉପରେ ପାଞ୍ଚ ଫୁଟ୍ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ଏହା ବିଚ୍ଛିନ୍ନ ହୋଇ ବର୍ତ୍ତମାନ ସମ୍ପୂର୍ଣ୍ଣ ଯାତାୟାତ ବନ୍ଦ ରହିଛି। ଘଟଣା ସ୍ଥଳରେ ବାଂଶପାଳ ତହସିଲଦାର ଓ ନୟାକୋଟ ଥାନା ଅଧିକାରୀ ପହଞ୍ଚି ସୁରକ୍ଷା ଦୃଷ୍ଟିରୁ ରାସ୍ତାକୁ ବନ୍ଦ କରିଛନ୍ତି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ ଆଜି ଦିନରେ ପ୍ରବଳ ସ୍ରୋତରେ ଦୁଇଟି ମୋଟରସାଇକେଲ ଭାସିଯାଇଥିଲା। ପରେ ସ୍ଥାନୀୟ ଲୋକଙ୍କ ତତ୍ପରତାରେ ସେଗୁଡ଼ିକୁ ଉଦ୍ଧାର କରିଥିଲେ । ପ୍ରକାଶ ଯେ ଉକ୍ତ ରାସ୍ତାଟି ବାଂଶପାଳ ବ୍ଳକର ଶୁଆକାଠି ଦୂବୁନା ମୁଖ୍ୟ ରାସ୍ତା ହୋଇଥିବା ବେଳେ ଉକ୍ତ ରାସ୍ତାରେ ରାଉରକେଲାକୁ ମଧ୍ୟ ଶହ ଶହ ଗାଡ଼ି ଯିବା ଆସିବା କରିଥାଏ। ଏହି ପାଣି ପ୍ରବାହିତ ହେବା ଫଳରେ ବର୍ତ୍ତମାନ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି। ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ବୈତରଣୀ ନଦୀ ଜୟନ୍ତରାରେ ନଦୀ ବନ୍ଦ ଭାଙ୍ଗିଯିବାରୁ ଲୋକଙ୍କ ଘରେ ପାଣି ପଶିଚି l ପାଖା ପାଖି 100 ରୁ ଉର୍ଦ୍ଧ ଲୋକଙ୍କ ଘରେ ପାଣି ପଶିଥିବା ସୂଚନା l ବୈତରଣୀ ଏବଂ କାଣୀ ନଦୀର ଦୁର୍ବଳ ସ୍ଥାନ ଖାଲୁଆ ଅଞ୍ଚଳର ଲୋକଙ୍କୁ ସତର୍କ କରାଉଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ପୂର୍ବତନ ଜିଲ୍ଲାପାଳ ତଥା ଅବକାରୀ କମିଶନର ପି ଅନ୍ଵେଷା ରେଡ଼ିଙ୍କୁ ବନ୍ୟା ମୁକାବିଲା ପାଇଁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଶ୍ରୀମତୀ ରେଡ୍ଡୀ କସପା ପାଞ୍ଚାୟତ ପଞ୍ଚପଡା, ବ୍ରାହ୍ମଚାରୀ ପାଟଣା ଆଶ୍ରୟ ସ୍ଥଳୀ ବୁଲିଦେଖିଛନ୍ତି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: