Videos
|
Weather-calamities

ବୈତରଣୀ ନଦୀରେ ଚଳିତ ବର୍ଷର ଦ୍ୱିତୀୟ ବନ୍ୟା ଆଶଙ୍କା

Rashmita Mishra
Browse all articles by Rashmita Mishra
·1 year ago·2 min read
ବୈତରଣୀ ନଦୀରେ ଚଳିତ ବର୍ଷର ଦ୍ୱିତୀୟ ବନ୍ୟା ଆଶଙ୍କା

Key Points

ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ
ବୈତରଣୀ ନଦୀରେ ଚଳିତ ବର୍ଷର ଦ୍ୱିତୀୟ ବନ୍ୟା ଆଶଙ୍କା

ଲୋକମାନଙ୍କୁ ମାଇକ ଯୋଗେ ସଚେତନ କରାଯିବ
ପାଣି ଘେରରେ ଥିବା ଲୋକଙ୍କୁ ନିକଟସ୍ଥ ସ୍କୁଲ ଓ ବାତ୍ୟା ଆଶ୍ରୟ ସ୍ଥଳକୁ ନିଆଯିବ

ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ । ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳରେ ଅବପାତ ସୃଷ୍ଟି ହୋଇଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଶୁକ୍ରବାର ସକାଳ ୫ଟା ୩୦ ମିନିଟ୍ ସମୟରେ ଅବପାତ ସୃଷ୍ଟି ହୋଇଛି ।

ଲଘୁଚାପ ଜନିତ ଲଗାଣ ବର୍ଷା ଉପର ମୁଣ୍ଡରେ ଲାଗି ରହିଥିବାରୁ ଚଳିତ ବର୍ଷ ବୈତରଣୀ ନଦୀରେ ଦ୍ୱିତୀୟ ଥର ପାଇଁ ବନ୍ୟା ଜଳ ପ୍ରବାହିତ ହେବାର ଆଶଙ୍କା ରହିଛି। ସେଥିପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଙ୍କ ଅଧକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାର ବୈତରଣୀ ନଦୀରେ ବନ୍ୟା ଜଳରେ ବିଶେଷ କରି ଦୁଇଟି ବ୍ଲକ ଯଥା ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକରେ ବିଭିନ୍ନ ପଞ୍ଚାୟତ ଅନେକ ଗ୍ରାମ ପାଣି ଘେରରେ ରହିବା ନେଇ ଆଶଙ୍କା କରି ଆଗୁଆ ଲୋକମାନଙ୍କୁ ମାଇକ ଯୋଗେ ସଚେତନତା କରିବା ସହ ନିକଟସ୍ଥ ସ୍କୁଲ ଘର ଓ ବାତ୍ୟା ଆଶ୍ରୟ ସ୍ଥଳରେ ରଖାଯିବା। ଏହି ଦୁଇଟି ବ୍ଲକରେ ନୋଡାଲ ଅଫିସର ଙ୍କୁ ଦାୟିତ୍ୟ ଦିଆଯାଇଛି।

ଧାମନଗର ବ୍ଲକ ପାଇଁ ଅତିରିକ୍ତ ଜିଲ୍ଲାପାଳ ଓ ଭଣ୍ଡାରିପୋଖରୀ ବ୍ଲକ ପାଇଁ ଚିଫ ଡେଭଲପମେଣ୍ଟ ଅଫିସରକୁ ଦାୟିତ୍ୱ ଦିଆଯାଇ ଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଆଜି ମଧ୍ୟ ଜିଲ୍ଲାର ମନ୍ତ୍ରୀ ସନ୍ଧ୍ୟା ସମୟରେ ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଏକ ବୈଠକ ନେବେ. ଲୋକ ମାନଙ୍କର ଯେମିତି କିଛି ଅସୁବିଧା ହେବ ନାହିଁ ସେ ନେଇ ସମସ୍ତ ପ୍ରକାରର ପ୍ରସ୍ତୁତ କରିଥିବା ନେଇ ଜିଲ୍ଲାପାଳ କହିଛନ୍ତି। ଜିଲ୍ଲାରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ ମୃତୟନ ହେବ ନେଇ ଜିଲ୍ଲାପାଳ କହିଛନ୍ତି। ତେବେ ବନ୍ୟା ସ୍ଥିତି କୁ ମୁକାବିଲା କରିବା ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତ ରହିଥିବା ନେଇ ଜିଲ୍ଲାପାଳ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
second-flood-of-the-year-expected-in-baitarani-river | Argus News