Videos
|
Weather-calamities

ଦକ୍ଷିଣ ଆମେରିକାରେ 7.5 ତୀବ୍ରତାର ଭୂମିକମ୍ପ, ଡ୍ରେକ୍ ପାସେଜ୍‌ରେ ସୁନାମି ସତର୍କତା

Sudeshna Mishra
Browse all articles by Sudeshna Mishra
·1 year ago·1 min read
ଦକ୍ଷିଣ ଆମେରିକାରେ 7.5 ତୀବ୍ରତାର ଭୂମିକମ୍ପ, ଡ୍ରେକ୍ ପାସେଜ୍‌ରେ ସୁନାମି ସତର୍କତା

Key Points

ଦକ୍ଷିଣ ଆମେରିକାରେ 7.5 ତୀବ୍ରତାର ଭୂମିକମ୍ପ, ଡ୍ରେକ୍ ପାସେଜ୍‌ରେ ସୁନାମି ସତର୍କତା

ସମୁଦ୍ର ଅଞ୍ଚଳରେ ହୋଇଥିବା ଏହି ଭୂମିକମ୍ପ ପରେ ଚିଲିର ନୌସେନା ଜଳ ସର୍ଭେକ୍ଷଣ ଏବଂ ସମୁଦ୍ରବିଜ୍ଞାନ ସେବା,

ଚିଲିର ଆଣ୍ଟାର୍କଟିକ୍ ଅଞ୍ଚଳ ପାଇଁ ସୁନାମି ସତର୍କତା ଜାରି କରିଛି

ବୈଜ୍ଞାନୀକମାନଙ୍କ କହିବା କଥା, ଏତେ ବଡ଼ ତୀବ୍ରତାର ଭୂମିକମ୍ପ ସମୁଦ୍ରରେ ସୁନାମି ସଦୃଶ ବିପଦକୁ ଡାକିଆଣିପାରେ।

ଦକ୍ଷିଣ ଆମେରିକାର ଡ୍ରେକ୍ ପାସେଜ୍‌ରେ 7.5 ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ସମୁଦ୍ର ଅଞ୍ଚଳରେ ହୋଇଥିବା ଏହି ଭୂମିକମ୍ପ ପରେ ଚିଲିର ନୌସେନା ଜଳ ସର୍ଭେକ୍ଷଣ ଏବଂ ସମୁଦ୍ରବିଜ୍ଞାନ ସେବା, ଚିଲିର ଆଣ୍ଟାର୍କଟିକ୍ ଅଞ୍ଚଳ ପାଇଁ ସୁନାମି ସତର୍କତା ଜାରି କରିଛି।


ଆରମ୍ଭରେ ଏହି ଭୂମିକମ୍ପର ତୀବ୍ରତାକୁ 8.0 ମଧ୍ୟ କୁହାଯାଇଥିଲା, କିନ୍ତୁ ପରେ ଯୁକ୍ତରାଷ୍ଟ୍ର ଭୂଗର୍ଭ ସର୍ଭେକ୍ଷଣ (USGS) ଏହାକୁ ସଂଶୋଧନ କରି 7.5 କରିଥିଲା। ସର୍ଭେକ୍ଷଣ ଅନୁସାରେ, ଏହି ଭୂମିକମ୍ପ 11 କି.ମି. ଗଭୀରତାରେ ଆସିଥିଲା।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏପର୍ଯ୍ୟନ୍ତ କ୍ଷୟକ୍ଷତିର କୌଣସି ଖବର ଆସିନାହିଁ। କିନ୍ତୁ ବୈଜ୍ଞାନୀକମାନଙ୍କ କହିବା କଥା, ଏତେ ବଡ଼ ତୀବ୍ରତାର ଭୂମିକମ୍ପ ସମୁଦ୍ରରେ ସୁନାମି ସଦୃଶ ବିପଦକୁ ଡାକିଆଣିପାରେ।


ଡ୍ରେକ୍ ପାସେଜ୍ ଯାହା ଦକ୍ଷିଣ ଆମେରିକାର ସୁଦୂର ଦକ୍ଷିଣ ଓ ଆଣ୍ଟାର୍କଟିକାଙ୍କ ମଧ୍ୟରେ ଅବସ୍ଥିତ ଭୂମିକମ୍ପ ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ ବୋଲି ଜଣାଯାଏ। ଏଠାରେ ହଠାତ୍ ଆସୁଥିବା ଭୂମିକମ୍ପର ଟକାମାନେ କେବଳ ସ୍ଥାନୀୟ ନୁହେଁ, ବିଶ୍ୱସ୍ତରରେ ମଧ୍ୟ ଚିନ୍ତା ବଢ଼ାଇପାରେ।


ଅଧିକ ପଢନ୍ତୁ ପାଣିପାଗ ଖବର...