Videos
|
Weather-calamities

Cold Wave Alert / ହଠାତ ପାଗରେ ବଡ଼ ପରିବର୍ତ୍ତନ… ଉତ୍ତରଭାରତରେ ଶୀତଲହରୀ ଜାରି…AC, ପଙ୍ଖା ଏଥର ବନ୍ଦ…

Ritu Das
Browse all articles by Ritu Das
·2 hours ago·2 min read
ହଠାତ ପାଗରେ ବଡ଼ ପରିବର୍ତ୍ତନ… ଉତ୍ତରଭାରତରେ ଶୀତଲହରୀ ଜାରି…AC, ପଙ୍ଖା ଏଥର ବନ୍ଦ…
India

Key Points

ପ୍ରବଳ ଖରା ଗରମ ପାଇଁ ଲୋକ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି
ଏବେ ଧୀରେ ଧୀରେ ଗରମରୁ ଆଶ୍ବସ୍ତି ମିଳୁଛି।
ପ୍ରବଳ ଖରା ଗରମ ପାଇଁ ଲୋକ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି। ଏବେ ଧୀରେ ଧୀରେ ଗରମରୁ ଆଶ୍ବସ୍ତି ମିଳୁଛି। କେଉଁଠି ପ୍ରବଳବର୍ଷା ଯୋଗୁ ପାଗ ଥଣ୍ଡା ପଡ଼ିଯାଇଛି ତ ଆଉ କେଉଁଠି ଶୀତଦିନର ହାଲକା ହାଲକା ଥଣ୍ଡା ପବନ ବହୁଛି। କଥାରେ କୁହାଯାଏ ଦିଲ୍ଲୀ କି ସର୍ଦ୍ଦି ଯିଏ ଫିଲ କରିଛି ସେ ଜାଣିଛି। ଦିଲ୍ଲୀ-ଏନସିଆରରେ ଗତକାଲି ଝମାଝମ ବର୍ଷା ହୋଇଛି। ଏଥିପାଇଁ ମଙ୍ଗଳବାର ସକାଳୁ ହଠାତ ପାଗ ପରିବର୍ତ୍ତନ ହୋଇଛି। ସକାଳୁ ସକାଳୁ ଶୀତ ଅନୁଭୂତ ହେଉଛି। ଉତ୍ତର ପ୍ରଦେଶରୁ ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନ ପର୍ଯ୍ୟନ୍ତ ପାଗ ପରିବର୍ତ୍ତନ ହୋଇଛି। ପାହାଡିଆ ରାଜ୍ୟଗୁଡ଼ିକରେ ମଧ୍ୟ ବର୍ଷାର ପ୍ରଭାବ ଅନୁଭୂତ ହେଉଛି। ଏପରି ପରିସ୍ଥିତିରେ, ପାଗର ପ୍ରାକୃତିକ ଥଣ୍ଡା ଏୟାର କଣ୍ଡିସନରର ଥଣ୍ଡା ଅପେକ୍ଷା ଲୋକଙ୍କୁ ଅଧିକ ଆଶ୍ୱସ୍ତି ଦେଉଛି ।

୨୩ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ବର୍ଷା ସମ୍ଭାବନା
ପାଣିପାଗ ବିଭାଗର ୧୩ ଅକ୍ଟୋବର ପାଇଁ ପୂର୍ବାନୁମାନ ଅନୁଯାୟୀ, ୨୩ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ଅଛି। ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଜମ୍ମୁ, କାଶ୍ମୀର ଏବଂ ଲଦାଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ପଞ୍ଜାବ, ହିମାଚଳ ପ୍ରଦେଶ ଏବଂ ଲକ୍ଷଦ୍ୱୀପରେ ମଧ୍ୟମ ବର୍ଷା ହେବାର ସମ୍ଭାବନା ଅଛି। ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ରାଜସ୍ଥାନ, ବିହାର, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ଓଡ଼ିଶା, ଛତିଶଗଡ଼, ତାମିଲନାଡୁ ଏବଂ କର୍ଣ୍ଣାଟକରେ ମଧ୍ୟ ହାଲୁକା ବର୍ଷା ହେବାର ସମ୍ଭାବନା ଅଛି। ବିଚ୍ଛିନ୍ନାଞ୍ଚଳରେ ଝଡ଼ବର୍ଷା, ବିଜୁଳି ଏବଂ ପବନ ବହିବାର ସମ୍ଭାବନା ଅଛି।

ରବିବାର ରାତିରୁ ଦିଲ୍ଲୀ-ଏନସିଆରରେ ମେଘୁଆ ପରିବେଶ ଥିଲା। ତା’ପରେ ପ୍ରବଳ ପବନ ଏବଂ ବର୍ଷା ପାଗକୁ ପରିବର୍ତ୍ତନ କରିଥିଲା। ମଙ୍ଗଳବାର ରାତି ଏବଂ ସକାଳେ ଜାତୀୟ ରାଜଧାନୀ ଏବଂ ଆଖପାଖ ଅଞ୍ଚଳରେ ବର୍ଷା ଜାରି ରହିଥିଲା। ତାପମାତ୍ରା ହ୍ରାସ ପାଇବା ସହିତ, ସକାଳେ ଘରୁ ବାହାରୁଥିବା ଲୋକମାନେ ଥଣ୍ଡା ଅନୁଭବ କରୁଛନ୍ତି ଏବଂ ହାଲୁକା ଗରମ ପୋଷାକ ପିନ୍ଧିବାକୁ ବାଧ୍ୟ ହେଉଛନ୍ତି। ପାଗର ଏହି ପରିବର୍ତ୍ତନ ଏବେ ଦୈନନ୍ଦିନ କାର୍ଯ୍ୟକୁ ପ୍ରଭାବିତ କରୁଛି। ଦିନର ଗରମରୁ ମୁକ୍ତି ପାଇବା ସହିତ, ସକାଳ ଏବଂ ରାତି ଥଣ୍ଡା ହେବାରେ ଲାଗିଛି।

  • ଆଜି ଦିଲ୍ଲୀରେ ପାଗ କିପରି ରହିବ?

ପାଣିପାଗ ବିଭାଗ (IMD) ଅନୁଯାୟୀ, ଅକ୍ଟୋବର ୧୩ ତାରିଖରେ ଦିଲ୍ଲୀ ଏବଂ NCRର ଅନେକ ସ୍ଥାନରେ ବର୍ଷା ଏବଂ ଝଡ଼ବର୍ଷା ହେବାର ସମ୍ଭାବନା ଅଛି। ନିରନ୍ତର ବର୍ଷା ଯୋଗୁଁ ତାପମାତ୍ରା ହ୍ରାସ ପାଇଛି। ଆଜି ଦିନସାରା ଏଭଳି ପାଗ ରହିବ। ତାପମାତ୍ରା ବଢ଼ିବ କିନ୍ତୁ ରାତି ତାପମାତ୍ରା ହ୍ରାସ ପାଇବ। ଦିନ ତାପମାତ୍ରା ୩୧ ଡିଗ୍ରୀ ସେଲସିୟସ ରହିପାରେ ସେହିପାରେ ରାତି ତାପମାତ୍ରା ୨୦ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ। ଅର୍ଥାତ ଦିନ ଯାକ ପ୍ରବଳ ଗରମ ଲାଗିବାବେଳେ ରାତିରେ ଶୀତ ଲାଗିବ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: